www.samajalive.in
Friday, December 12, 2025
15.1 C
Bhubaneswar

ଗଞ୍ଜାମରେ ବିଶୃଙ୍ଖଳା ପାଇଁ ପ୍ରଦୀପ ଦାୟୀ: ସାନଖେମୁଣ୍ଡି ବିଧାୟକ

ବ୍ରହ୍ମପୁର: ଗଞ୍ଜାମରେ ଯେଉଁ ବିଶୃଙ୍ଖଳା ମୟ ପରିସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଦାୟୀ। ଜମି ଠାରୁ ଆରମ୍ଭ କରି ମୋରମ, ମଦ ଏବଂ ବାଲି ଦୁର୍ନୀତି ଏବଂ ଚୋରା ଚାଲାଣ ପଛରେ ପ୍ରଦୀପ ସମ୍ପୃକ୍ତ। ସରକାର ଏହାର ଉଚିତ ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛନ୍ତି ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଜେନା।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ପ୍ରାୟ ୧୬ ବର୍ଷ ହେଲା ପ୍ରଦୀପ ନିଜ କ୍ଷମତାର ଅପବ୍ୟବହାର କରିଛନ୍ତି। ସାଧାରଣ ଲୋକଙ୍କ ବଦଳରେ, ମାଫିଆଙ୍କ ସ୍ୱାର୍ଥରେ କାମ କରୁଥିଲେ। ପ୍ରଦୀପ ଜଣେ ନୁହଁନ୍ତି, ଜିଲ୍ଲାର କିଛି ବିଧାୟକ ଏବଂ ବ୍ଲକ ଅଧ୍ୟକ୍ଷ ତାଙ୍କ ଦୁର୍ନୀତିରେ ଭାଗିଦାର ଥିଲେ। ସବୁର ତଦନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଏବଂ ଅନ୍ୟ କଂଗ୍ରେସ ନେତା ଉପସ୍ଥିତ ଥିଲେ।

- Advertisement -

ସୂଚନା ଅନୁଯାୟୀ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଏକ ସାମ୍ବାଦିକ ସମ୍ମିଳନୀ କରି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସବୁ ଗୁମର ଖୋଲିବେ ବୋଲି ଶୁକ୍ରବାର ବିଭିନ୍ନ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ରମେଶ କହିଥିଲେ ଯେ ,ଦିନ ଥିଲା ମୋ ମା’କୁ ସେ କନ୍ଦାଇଥିଲେ । ମୋ ନାଁରେ ୫୪ ମିଛ କେଶ୍ ଦେଇଥିଲେ । ସେତେବେଳେ ସେ ବିଧାୟକ ନ ଥିଲେ, ଖାଲି ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଥିଲେ । ପରେ ସେ ବିଧାୟକ ହେଲେ, ମନ୍ତ୍ରୀ ହେଲେ । ଏହି ସମୟ ଭିତରେ ସେ କ’ଣ କରିଛନ୍ତି ମୁଁ ସବୁ ଜାଣିଛି । ଆସନ୍ତା ୬ ତାରିଖରେ ଏହା ଉପରେ ଗଞ୍ଜାମରେ ପ୍ରେସ ମିଟ୍ ଡ଼ାକିବେ ବୋଲି କହିଥିଲେ । ତାଙ୍କୁ ବହୁ ଆଗରୁ ଗିରଫ କରିବାର ଥିଲା, ମାତ୍ର ବହୁ ବିଳମ୍ବରେ ସରକାର ତାଙ୍କୁ ଗିରଫ କଲେ ବୋଲି ରମେଶ କହିଥିଲେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories