www.samajalive.in
Saturday, December 6, 2025
15.1 C
Bhubaneswar

ହଜିଯାଉଛି ଗୋଚର ଜମି

ଆଗଲପୁର : ଆଗଲପୁର ତହସିଲ ଅଧିନରେ ୬ ଟି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରହିଛି। ସେଗୁଡିକ ହେଲା ଆଗଲପୁର, ବାବୁଫାସଡ, ଭରସୁଜା, ଡୁଡୁକା, ସାଲେଭଟା,ବେନ୍ଦ୍ରା ରାଜସ୍ୱ କାର୍ଯ୍ୟାଳୟମାନଙ୍କ ଅଧିନରେ ସରକାରୀ ଜମିଗୁଡିକ ରହିଥିବା ବେଳେ ଏହି ଜମିମାନଙ୍କ ମଧ୍ୟରୁ ଗୋଚର ଜମି ଅନ୍ୟତମ ଅଟେ। ସରକାରଙ୍କ ପୂର୍ବ ନିଷ୍ପତି ଅନୁସାରେ ଭାରତ ଏକ କୃଷି ପ୍ରଧାନଦେଶ ହୋଇଥିବାରୁ ଗୃହପାଳିତ ପୁଶୁମାନଙ୍କ ଦ୍ୱାରା ଚାଷ କାର୍ଯ୍ୟ ସମ୍ପାଦନ କରିଆସୁଛନ୍ତି। ଏହାକୁ ସରକାର ଦୃଷ୍ଟିରେ ରଖି ପ୍ରତି ଗ୍ରାମରେ ଗାଇ ଚରିବା ପାଇଁ ଗ୍ରାମର ଜମି ଅନୁପାତରେ ଗୋଚର ଜମିକୁ ସଂରକ୍ଷଣ ଭାବରେ ରଖାଯାଇଛି। କିନ୍ତୁ ସାଧରଣ ଲକୋମାନେ ଏହି ଜମି ଉପରେ କାୟାବିସ୍ତାର କରୁଛନ୍ତି। କେତେକ ସ୍ଥାନରେ ଗୋଚର ଜମିକୁ ନିଜ ଚାଷ ଜମିରେ ମିଶ୍ରଣ କରି ଚାଷ କରୁଥିବା ବେଳେ କେତେକ ସ୍ଥାନରେ ଲୋକମାନେ ଗୃହ ନିର୍ମାଣ କରି ଦୀର୍ଘ ଦିନରୁ ରହି ଆସୁଥିବାର ଦେଖିବାକୁ ମିଳିଛି। ଏବିଷୟରେ ଆଗଲପୁର ଅଞ୍ଚଳବାସୀ ବିଭିନ୍ନ ସମୟରେ ଆଗଲପୁର ତହସସିଲଦାରଙ୍କ ପାଖରେ ଅଭିଯୋଗ କରିଆସୁଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ଏହି ଗୋଚର ଜମିରେ ଅନେକ ପ୍ରଭାବଶାଳୀ ବ୍ୟକ୍ତିମାନେ ୨ମହଲା କୋଠା ବି ନିର୍ମାଣ କରିଥିବା ଅଭିଯୋଗ ହେଉଛି। ଅନେକ ଲୋକଙ୍କ ବାପା ଓ ଅଜାଙ୍କ ନାମରେ ଜମିଥାଇ ମଧ୍ୟ ସେମାନେ ନିଜକୁ ଭୂମିହୀନ ଦର୍ଶାଇ ଗୋଟିଏ ଲେଖାଏଁ ପଡା ସୃଷ୍ଟି କରିସାରିଲେଣି। ଅନେକ ଧନୀ ଲୋକ ତାଙ୍କର ଜମି କିଣି ଗୃହ ନିର୍ମାଣର କ୍ଷମତା ଥିଲେ ମଧ୍ୟ ରାଜସ୍ୱ ବିଭାଗର ଗୋଚର ଜମି ଉପରେ ନଜର ପକାଉଛନ୍ତି। କୌଣସି ଅଙ୍କୁଶ ଲଗାଯାଉ ନଥିବାରୁ ଆଗଲପୁର ତହସିଲ ଅଧିନରେ ଥିବା ଅନେକ ଗୋଚର ଜମି ଏବେ ହଜି ଗଲାଣି । ଯାହା ଫଳରେ ଗୃହପାଳିତ ପଶୁଙ୍କ ଚରିବା ପାଇଁ କୌଣସି ଗ୍ରାମରେ ଗୋଚର ଜମି ନଥିବାରୁ ପଶୁପାଳନ କରିବା ପାଇଁ ଲୋକେ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ରାଜସ୍ୱ ବିଭାଗ ଅଧୀନରେ ଥିବା ଗୋଚର ଜମିକୁ ଚିହ୍ନଟ କରି ଜବରଦଖଲ ଉଚ୍ଛେଦ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories