www.samajalive.in
Friday, December 5, 2025
26.1 C
Bhubaneswar

ବିଏମସେମଳାକୁ ‘ବାଲ୍ୟବିବାହ ମୁକ୍ତ’ ଗ୍ରାମ ଘୋଷଣା

ନବରଙ୍ଗପୁର : ଜିଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ କୋଷାଗୁମୁଡା ବ୍ଳକ ଅନ୍ତର୍ଗତ ବିଏମ୍‍ ସେମଳାଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଛି। ଏହି ଅବସରରେ ଗ୍ରାମରେ ଏକ ଜନସଚେତନତା ଶୋଭାଯାତ୍ରା କରାଯାଇଥିଲା। ଗତ ୨୦୧୯ରୁ ୨୦୨୦ ମସିହା ମଧ୍ୟରେ ଏହି ଗ୍ରାମରେ ଗୋଟିଏ ମଧ୍ୟ ବାଲ୍ୟ ବିବାହ ହୋଇନଥିବା ଗ୍ରାମବାସୀମାନେ ପ୍ରକାଶ କରିଥିଲେ। ତେଣୁ ଏହି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଗ୍ରାମବାସୀମାନେ ଘୋଷଣା କରିଥିଲେ। ଗ୍ରାମର ମହିଳାମାନେ ମିଳିତ ହୋଇ ଏଥିପାଇଁ ଶପଥପାଠ କରିଥିଲେ। ଏହି ଅବସରରେ କୋଷାଗୁମୁଡାବ୍ଳକ ସମ୍ମିଳନୀ କକ୍ଷଠାରେ ବ୍ଲକସ୍ତରୀୟ ଶିଶୁ ସୁରକ୍ଷା ଓ ଟାକ୍ସଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ଯୋଗଦେଇ ଏହି ବ୍ଲକରେ ଶିଶୁ ସୁରକ୍ଷା , ବାଲ୍ୟବିବାହ ବନ୍ଦ କରିବା ସଂପର୍କରେ କହିଥିଲେ। ବିଡିଓ ସତ୍ୟନାରାୟଣ ମେହେର ଏହିବ୍ଳକ ଅଞ୍ଚଳରେ ଶିଶୁ ସୁରକ୍ଷା, ବାଲ୍ୟବିବାହ, ଶିଶୁ ଶ୍ରମିକ ରୋକିବା ଓ ଶିଶୁ ପୋଷ୍ୟ ସଂପର୍କରେ ଆଲୋଚନା କରିଥିଲେ। ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ, ଶିଶୁ ସୁରକ୍ଷା ଆଇନ ସଂପର୍କରେ ଅବଗତ କରାଇଥିଲେ। ସିଡିପିଓ, ଥାନା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ଗ୍ରାମ ପଞ୍ଚାୟତ ଅଧିକାରୀ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ, ସରପଞ୍ଚ, ଆଇସିଡିଏସ ନୀରିକ୍ଷକ,ଅଙ୍ଗନବାଡୀ କର୍ମୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ୟୁନିସେଫର କନସଲ୍‍ଟାଣ୍ଟ ଫକିର ରାଉତ, ସମାଜିକ କର୍ମୀ ସମରେନ୍ଦ୍ର ପରିଡା ପ୍ରମୁଖ ଯୋଗଦେଇଥିଲେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories