www.samajalive.in
Sunday, December 7, 2025
26.1 C
Bhubaneswar

ବୌଦ୍ଧ ଜିଲାରେ ହୋଇଥିବା ମହାଦୁର୍ନୀତିର କାର୍ଯ୍ୟାନୁଷ୍ଠାନ ଓ ପରୀ ମାମଲାରେ ସିବିଆଇ ତଦନ୍ତ ଦାବି କଲା ବିଜେପି

ବୌଦ୍ଧ : ବୌଦ୍ଧ ଜିଲାରେ ବିଭିନ୍ନ ସରକାରୀ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଓ ଏହି କାରବାରରେ ଅନେକ ସରକାରୀ କର୍ମଚାରୀ ସମେତ ଶାସକ ଦଳର ନେତା ଓ କର୍ମୀ ମାଲେମାଲ ହୋଇଥିବା ଜଣାପଡିବା ପରେ ମାମଲାକୁ ଦବାଇବାକୁ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନଙ୍କ ଉପରେ ଚାପ ବଢିବାରେ ଲାଗିଛି। ବୌଦ୍ଧ ଜିଲ୍ଲାରେ ବିଭିନ୍ନ ସରକାରୀ ଯୋଜନାରେ ହୋଇଥିବା ମହାଦୁର୍ନୀତିରେ କାର୍ଯ୍ୟାନୁଷ୍ଠାନ ସହ ପରୀ ହତ୍ୟା ମାମଲାରେ ସିବିଆଇ ତଦନ୍ତ କରାଯିବାକୁ ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି। ଜିଲ୍ଳା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବିଜେପି କାର୍ଯ୍ୟାଳୟଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ବିଶେଷ ଭାବରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ନ ହୋଇ ହିତାଧିକାରୀମାନଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ହଡପ କରାଯାଇଥିବା ଅଭିଯୋଗ କରାଯାଇଛି। ଏହି ଦୁର୍ନୀତି ସଂପର୍କରେ ଜଣାପଡିବା ପରେ ଜିଲା ପ୍ରଶାସନ ପକ୍ଷରୁ ଘଟଣାର ଖୋଳତାଡ ଓ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବାରୁ ଶାସକଦଳ ପକ୍ଷରୁ ମାମଲାକୁ ଦବାଇବାକୁ ଜିଲ୍ଳାର ପ୍ରଶାସନିକ ଅଧିକାରୀମାନଙ୍କ ଉପରେ ଚାପ ପ୍ରୟୋଗ କରାଯାଉଛି ଏବଂ ବଦଳି କରାଯିବାକୁ ଉଦ୍ୟମ କରାଯାଉଥିବାବେଳେ ବିଜେପି ପକ୍ଷରୁ ଏହାକୁ ବିରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ବୌଦ୍ଧ ବ୍ଲକ ବିଡିଓଙ୍କ ପକ୍ଷରୁ କିଛି ଅଭିଯୋଗର ତଦନ୍ତ କରାଯାଇ ବୌଦ୍ଧଥାନାରେ ଆବାସ ଯୋଜନାରେ ଅର୍ଥ ବାଟମାରଣା ନେଇ ଏତାଲା ଦିଆଯିବାପରେ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜଣେ ଅସ୍ଥାୟୀ କର୍ମଚାରୀ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଛୁଟିରେ ଥିବା ଜଣାପଡିଛି। ତେବେ ଏହା ଭାତ ହାଣ୍ଡିରୁ ଗୋଟିଏ ବୋଲି ବିଜେପି ପକ୍ଷରୁ କୁହାଯିବା ସହିତ ଜିଲ୍ଳାର ସମସ୍ତ ସରକାରୀ ଯୋଜନାରେ ଦୁର୍ନୀତି ହେବା ସହ କାଗଜ କଲମରେ ବିକାଶ କାର୍ଯ୍ୟ ଚାଲିଥିବା ଅଭିଯୋଗ କରାଯାଇଛି। ଜିଲ୍ଲାର ହରଭଙ୍ଗା ଓ କଂଟାମାଳ ବ୍ଳକରେ ଆବାସ ଯୋଜନାରେ ଗୃହ ନିର୍ମାଣ ନହୋଇ କୋଟି କୋଟି ଟଙ୍କା ହେରଫେର ହୋଇଥିବା ଅଭିଯୋଗ କରାଯାଇଛି। ସେହିପରି ପ୍ରତିବର୍ଷ ବନ୍ୟା ପରେ ଗ୍ରାମାଂଚଳର ରାସ୍ତା ଗୁଡିକ କ୍ଷତି ଦର୍ଶାଇ କୋଟି କୋଟି ଟଙ୍କା ଚଳୁ କରାଯାଉଥିବା ନଜରକୁ ଆସିଛି। କଂଟାମାଳ ବିଧାୟକ ମହୀଧର ରଣାଙ୍କ ଦ୍ୱାରା ରାଜ୍ୟ ପଂଚାୟତିରାଜ ବିଭାଗକୁ ଏଫଡିଆର(ଫ୍ଲଡ ଡେମେଜ ରିକଭରି) ଟଙ୍କା ଖର୍ଚ୍ଚର ଗାଇଡଲାଇନ ପରିବର୍ତ୍ତନ ପାଇଁ କରାଯାଇଥିବା ଚିଠି ନଜରକୁ ଆସିବାପରେ ଶ୍ରୀରଣାଙ୍କ ଏହି ଦୁର୍ନୀତିରେ ସିଧାସଳଖ ସଂପୃକ୍ତି ଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ସରକାର ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ରୋଡ ଗୁଡିକୁ କଂକ୍ରିଟ୍‍ କରିବାକୁ ନିର୍ଦ୍ଦେଶନାମା ଦେଇଥିବାବେଳେ ଶ୍ରୀରଣା ଏହି ଗାଇଡଲାଇନକୁ ପରିବର୍ତ୍ତନ କରି ମାଟି ମୋରମ ରାସ୍ତା ନିର୍ମାଣ ପାଇଁ ନିର୍ଦ୍ଦେଶ ଦେବାକୁ ପଂଚାୟତିରାଜ ବିଭାଗକୁ ଚିଠି କରିଥିବା ବିଜେପି ଅଭିଯୋଗ କରିଛି। ଫଳରେ କଂଟାମାଳ ବ୍ଲକ ପାଇଁ ଆସିଥିବା ଏଫଡିଆର ଅନୁଦାନ ୩ କୋଟି ୯୨ ଲକ୍ଷ ଟଙ୍କା ହଡପ କରାଯିବାକୁ ଯୋଜନା କରାଯାଉଥିବା ଅଭିଯୋଗ ହୋଇଛି। ସେହିପରି ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ମିଥ୍ୟା କାଗଜପତ୍ର ପ୍ରସ୍ତୁତ କରି ଲେବର ବଦଳରେ ମେସିନ ଦ୍ୱାରା କାମ କରାଯାଇ କୋଟି କୋଟି ଟଙ୍କା ହଡପ ଚାଲିଥିବା ବିଜେପି ଅଭିଯୋଗ କରିଛି। ଜିଲାରେ ଅନେକ ଶ୍ରମିକ ନିଜର ଲେବର କାର୍ଡ ବନ୍ଧା ପକାଇଥିବାବେଳେ ବିଭିନ୍ନ ଦୁର୍ନିତୀରେ ସାମିଲ ହୋଇ ପଞ୍ଚାୟତର ଜିଆରଏସମାନେ କୋଟିପତି ହୋଇସାରିଲେଣି। ତେଣୁ ଜିଲ୍ଳାରେ ହୋଇଥିବା ମହାଦୁର୍ନୀତିର ତଦନ୍ତ ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି।

- Advertisement -

ଏହାବ୍ୟତୀତ ପ୍ରଶାସନ ପକ୍ଷରୁ ଠିକ ସମୟରେ ବେଞ୍ଚ୍‍ମାର୍କ ଭେଲ୍ୟୁ ବୃଦ୍ଧି କରାଯାଇ ନ ଥିବାରୁ ଖୋର୍ଦ୍ଧା ବଲାଙ୍ଗୀର ରେଳପ୍ରକଳ୍ପରେ ପ୍ରଜାମାନେ କ୍ଷତିଗ୍ରସ୍ତ ହେଉଥିବାରୁ ପ୍ରଜାମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି। ସେହିପରି ନୟାଗଡର ଶିଶୁ ପରୀ ହତ୍ୟା ମାମଲାକୁ ଦବାଇବାକୁ ରାଜ୍ୟ ସରକାର ଉଦ୍ୟମ କରୁଥିବାବେଳେ ଏହାର ସବିଆଇ ତଦନ୍ତ କରାଯିବାକୁ ବୌଦ୍ଧ ଜିଲା ବିଜେପି ପକ୍ଷରୁ ଦାବି କରାଯାଇଛି। ବିଜେପି ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା କହ୍ନାଇଁ ଚରଣ ଡାଙ୍ଗ, ମନୋରଂଜନ ଦାଶ, ପ୍ରେମାନନ୍ଦ ମିଶ୍ର, ମହିଳା ମୋର୍ଚ୍ଚା ସଭାନେତ୍ରୀ ନମିତାରାଣୀ ଦାଶ, ଯୁବମୋର୍ଚ୍ଚା ସଭାପତି ସୁଶାନ୍ତ ବାଘ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories