www.samajalive.in
Wednesday, December 10, 2025
23.1 C
Bhubaneswar

‘ଘରେ ଘରେ ଅରୁଣିମା’ କ୍ୟାଲେଣ୍ଡର ସବୁ ଜିଲ୍ଲାକୁ ପ୍ରେରଣ, ଡିସେମ୍ବର ମାସ ପାଇଁ ପ୍ରାକ୍‌ବିଦ୍ୟାଳୟ ଶିଶୁମାନଙ୍କର ଯାନବାହନ ସଂପର୍କିତ ଜ୍ଞାନ ଆହରଣ

ଭୁବନେଶ୍ୱର: କୋଭିଡ୍‌-୧୯ ମହାମାରୀ ପରିପ୍ରେକ୍ଷୀରେ ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରହିଥିବା ସମୟରେ ପ୍ରାକ୍‌ ବିଦ୍ୟାଳୟ ଶିଶୁମାନଙ୍କ ସୃଜନଶୀଳ ବିକାଶ ପାଇଁ ଅପ୍ରେଲ ମାସରୁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ଆରମ୍ଭ ହୋଇଥିବା ‘ଘରେ ଘରେ ଅରୁଣିମା’ କାର୍ଯ୍ୟକ୍ରମର ଡିସେମ୍ବର ମାସ ପାଇଁ ଶିକ୍ଷଣୀୟ ରଙ୍ଗୀନଚିତ୍ର ସମ୍ବଳିତ କ୍ୟାଲେଣ୍ଡର ସବୁ ଜିଲ୍ଲା ଆଇସିଡିଏସ୍‌ ପ୍ରକଳ୍ପକୁ ପ୍ରେରଣ କରାଯାଇଛି। ଡିସେମ୍ବର ମାସ ପାଇଁ ବିଷୟବସ୍ତୁ ରହିଛି ‘ଯାନବାହନ’ ଓ ଏହା ନୂଆ ଅରୁଣିମା ପୁସ୍ତକର ଷଷ୍ଠ ମାସର ବିଷୟବସ୍ତୁ। ଏଥିରେ ସ୍ଥଳପଥ, ଜଳପଥ ଓ ଆକାଶମାର୍ଗରେ ଚାଲୁଥିବା ଯାନବାହନ ସମ୍ବନ୍ଧିତ ଧାରଣା ଓ ଟ୍ରାଫିକ୍‌ ନିୟମ ଆଦି ପ୍ରଦାନ କରାଯାଇଛି।

 

- Advertisement -

‘ଘରେ ଘରେ ଅରୁଣିମା’ର ନଭେମ୍ବର ମାସର ବିଷୟବସ୍ତୁ ଥିଲା ‘ଘର ଓ ଆସବାବପତ୍ର’। ‘ଘରେ ଘରେ ଅରୁଣିମା’ କ୍ୟାଲେଣ୍ଡରରେ କୋଭିଡ୍‌-୧୯ ମହାମାରୀ ସମୟରେ ନିଜର ତଥା ଅନ୍ୟମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବା ସହ ହାତଧୁଆ ଅଭ୍ୟାସ, ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା ଓ ଅନ୍ୟାନ୍ୟ ସୁଅଭ୍ୟାସ ସହ ଯାନବାହନ ସଂପର୍କିତ ଜ୍ଞାନ ପ୍ରଦାନ କରାଯାଇଛି । ବିଭିନ୍ନ ଯାନବାହନର ବ୍ୟବହାର, ଟ୍ରାଫିକ୍‌ ସିଗ୍‌ନାଲ୍‌, ରାସ୍ତାରେ ଚାଲିବାର ନିୟମ ଆଦି ସମ୍ବନ୍ଧରେ ଗୀତ, ଗପ, ଖେଳ, ଚିତ୍ର ଓ ଅଭିନୟ ଏବଂ ସଂଗୀତ ମାଧ୍ୟମରେ ଶିକ୍ଷା ଦାନ କଲେ ଏହା ବିଶେଷ କୌତୁହଳପ୍ରଦ ହେବ। ମାତାପିତା ଓ ଅଭିଭାବକମାନେ ଘରେ କିପରି ଉତ୍ତମ ଦାୟିତ୍ୱବୋଧତାର ସହିତ ଏକ ଆନନ୍ଦପୂର୍ଣ୍ଣ ବାତାବରଣ ମଧ୍ୟରେ ଶିଶୁକୁ ଶିକ୍ଷା ପ୍ରଦାନ କରିପାରିବେ ତାହା ‘ଘରେ ଘରେ ଅରୁଣିମା’ କ୍ୟାଲେଣ୍ଡରରେ ପ୍ରଦତ୍ତ ହୋଇଛି। ଗତ ନଭେମ୍ବର ଶେଷ ସପ୍ତାହରେ ସମସ୍ତ ଆଇସିଡିଏସ୍‌ ପ୍ରକଳ୍ପକୁ ଏହି କ୍ୟାଲେଣ୍ଡର ପ୍ରେରଣ କରାଯାଇଛି। ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଏ ବାବଦରେ ପତ୍ର ଲେଖି ଅବଗତ କରାଯାଇଛି। ଯେଉଁ ମାତାପିତା/ଅଭିଭାବକମାନଙ୍କ ଆଣ୍ଡ୍ରଏଡ୍‌ ଫୋନ ଏବଂ ଇଣ୍ଟରନେଟ୍‌ ସୁବିଧା ଅଛି, ସେମାନଙ୍କୁ ହ୍ୱାଟସ୍‌ଆପ୍‌ ମାଧ୍ୟମରେ ‘ଘରେ ଘରେ ଅରୁଣିମା’ ଅକେଫାବର ମାସର କ୍ୟଲେଣ୍ଡର ପ୍ରେରଣ କରାଯାଇଛି ଏବଂ ସେମାନଙ୍କୁ ୟୁଟୁ୍ୟବ୍‌ ଲିଙ୍କ୍‌ ପ୍ରଦାନ କରାଯାଇଛି। ଯେଉଁମାନଙ୍କ ଆଣ୍ଡ୍ରଏଡ୍‌ ଫୋନ୍‌ର ସୁବିଧା ନାହିଁ ସେମାନଙ୍କୁ ଏ-୩ କାଗଜରେ ଛପା ଯାଇଥିବା ଅରୁଣିମାର ରଙ୍ଗୀନ କ୍ୟାଲେଣ୍ଡର ଅଙ୍ଗନବାଡ଼ି କର୍ମୀମାନେ ଘରେ ପହଞ୍ଚି ପ୍ରଦାନ କରୁଛନ୍ତି। ପ୍ରତି ଜିଲ୍ଲାରେ ସମୁଦାୟ ପ୍ରାକ୍‌ ବିଦ୍ୟାଳୟ ପିଲାମାନଙ୍କ ମଧ୍ୟରୁ କେତେଜଣ ଡିସେମ୍ବର ମାସର କ୍ୟାଲେଣ୍ଡର ପାଇଛନ୍ତି ସେ ସଂପର୍କରେ ଡିସେମ୍ବର ୭ ତାରିଖ ସୁଦ୍ଧା ବିଭାଗକୁ ସାର୍ଟିଫିକେଟ୍‌ ପ୍ରଦାନ କରିବା ସହ ଅଙ୍ଗନବାଡ଼ି କର୍ମୀମାନେ ଘରେ ପହଞ୍ଚାଇଥିବାର ଫଟୋଚିତ୍ରକୁ ହ୍ୱାଟସ୍‌ଆପ୍‌ ମାଧ୍ୟମରେ ପଠାଇବାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ନଭେମ୍ବର ମାସରେ ଏହି କ୍ୟାଲେଣ୍ଡର ମାଧ୍ୟମରେ ପ୍ରାକ୍‌ବିଦ୍ୟାଳୟ ଶିଶୁମାନେ କିଭଳି ପିତାମାତା ଓ ଅଭିଭାବକଙ୍କ ସହାୟତାରେ ଶିକ୍ଷାଲାଭ କରୁଛନ୍ତି ତା’ର ଆକର୍ଷଣୀୟ ଫଟୋଚିତ୍ର ବିଭାଗକୁ ଆଇସିଡିଏସ୍‌ କାର୍ଯ୍ୟକର୍ତ୍ତାମାନେ ପ୍ରେରଣ କରିଛନ୍ତି। ଏହି କାର୍ଯ୍ୟକ୍ରମ ଦ୍ୱାରା ଶିଶୁମାନଙ୍କ କଳ୍ପନା ଶକ୍ତି ବୃଦ୍ଧି ପାଇବା ସହ ସେମାନେ ବିଭିନ୍ନ ପ୍ରସଙ୍ଗରେ ଶିକ୍ଷାଲାଭ କରିବା ସହଜ ସାଧ୍ୟ ହୋଇପାରିଛି। କୋଭିଡ୍‌-୧୯ ମହାମାରୀ ସମୟରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ଥିବାରୁ ‘ଘରେ ଘରେ ଅରୁଣିମା’ କ୍ୟାଲେଣ୍ଡର ଆବଣ୍ଟନ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ। ବିଭାଗର ଟେଲି ମନିଟରିଂ ଟିମ୍‌ ହିତାଧିକାରୀଙ୍କ ପରିବାର ସହ ଫୋନ କରି ଏହାର କାର୍ଯ୍ୟକାରିତା ତଦାରଖ କରୁଛନ୍ତି। କୋଭିଡ୍‌ ନିୟମାବଳୀର ଅନୁପାଳନପୂର୍ବକ ପ୍ରତ୍ୟେକ ପ୍ରାକ୍‌ ବିଦ୍ୟାଳୟ ଶିଶୁଙ୍କ ପାଖରେ ଏହି କ୍ୟାଲେଣ୍ଡର ପହଞ୍ଚାଇବାକୁ ବିଭାଗ ତରଫରୁ ସୁନିଶ୍ଚିତ କରାଯାଉଛି।

Hot this week

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ୪ଟି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

Related Articles

Popular Categories