www.samajalive.in
Friday, December 5, 2025
20.1 C
Bhubaneswar

ଅସ୍ୱାଭାବିକ ଭାବେ ବଢୁଛି ପେଟ ; ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଫୁଲବାଣୀ : ବୟସ ଆସି ପହଞ୍ଚିଲାଣି ୧୪ ବର୍ଷରେ। କିନ୍ତୁ ଦିନକୁ ଦିନ ଅସ୍ୱାଭାବିକ ଭାବେ ବଢିବାରେ ଲାଗିଛି ପେଟ। ହେଲେ ଚିକିତ୍ସା ହୋଇ ପାରୁନାହିଁ। ଅର୍ଥ ସାଜିଛି ଚିକିତ୍ସା ପାଇଁ ବାଧକ। ପରିବାର କହିଲେ ବିଧବା ମାଆ। ମୂଲ ଲାଗି ପରିବାର ଚାଳେ। ଏଳଭି ସ୍ଥଳେ ପୁଅର ଚିକିତ୍ସା କରାଇବା ମଧ୍ୟ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ। ପୁଅର ଅସୁସ୍ଥତା ନେଇ କାହାକୁ ଗୁହାରି କରିହବେ ସେନେଇ ମଧ୍ୟ ସେ ସଂପୂର୍ଣ୍ଣଭାବେ ଅଜ୍ଞ। ଅର୍ଥଭାବରୁ ସେ ଭାଗ୍ୟକୁ ନିନ୍ଦି କେବଳ ଆଖିରୁ ଲୁହ ଝରାଉବା ସାର ହୋଇଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଳକ ଅନ୍ତର୍ଗତ ଜକିକିଆ ଗ୍ରାମରେ।

ଜକିକିଆ ଗ୍ରାମର ସ୍ୱର୍ଗତ ପ୍ରଶାନ୍ତ ମଲିକ ଓ ସାଉଁଟି ମଲିକଙ୍କର ୧୩ ବର୍ଷର ପୁଅ ରହୁଲର ଗତ ୪ ବର୍ଷ ହେଲା ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଛି ପେଟ। ପେଟ ଓଜନ ଯୋଗୁଁ ରାହୁଲ ଏବେ ଅନ୍ୟ ପିଲାଙ୍କ ପରି ଖେଳକୁଦ କରିପାରୁନାହିଁ କିମ୍ବା  କିଛି କାମ ମଧ୍ୟ ନିଜେ କରିପାରୁନାହିଁ। ଏହି କାରଣ ଯୋଗୁଁ ଗତ ୪ ବର୍ଷ ହେଲା ବିଦ୍ୟାଳୟରେ ପଡ଼ିଛି ଡ଼ୋରି। ପରଗରେ କାମ କରି ଓ ନିଜ ସମ୍ପକୀୟ ମାନଙ୍କ ଠାରୁ କିଛି ଧାର ଉଧାର କରି ଗତ ଦିନରେ ବାଲିଗୁଡ଼ା ଚିକିତ୍ସାଳୟରେ ଚିକିତ୍ସା କରାଇଥିଲେ ହେଲେ ଚିକିତ୍ସା ପାଇଁ ବଡ଼ ମେଡ଼ିକାଲକୁ ଯିବାକୁ ଡ଼ାକ୍ତର ପରାମର୍ଶ ଦେଇଥିଲେ । ତେବେ ଅର୍ଥ ଅଭାବରୁ ସେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ମଧ୍ୟ ଆସିପାରିନାହାନ୍ତି। ସେହିଦିନ ଠାରୁ ସେ ଦେଶୀୟ ପଦ୍ଧତିରେ ଚିକିତ୍ସାକୁ ଆପଣେଇଛନ୍ତି ବୋଲି ମାଆ ସାଉଟି କହିଛନ୍ତି।

- Advertisement -

ଘଟଣା ପ୍ରକାରେ , ଗତ ୩ ବର୍ଷ ତଳେ ରହୁଲର ବାପା ଏକ ଗାଡ଼ି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ବାପା ଆର ପାରିକୁ ଚାଲଯିବା ପରେ ବିଧବା ମାଆ ଉପରେ ପରିବାର ବୋଝ। ଗୋଟିଏ ମାତ୍ର ପୁଅ ରାହୁଲ ସହିତ ଏକ ଝିଅକୁ ନେଇ ବର୍ତ୍ତମାନ ତାଙ୍କର ପରିବାର। ଯେଉଁ ମୂଲ କାମ କରିଥାନ୍ତି ସେଥିରେ ପରିବାର ଚଳାଇବା କଷ୍ଟକର ହେଉଥିବା ବେଳେ ଏପଟେ ପୁଅର ଚିକିତ୍ସା ପାଇଁ ଅର୍ଥ ଆବଶ୍ୟକ ତାଙ୍କୁ ଚିନ୍ତାରେ ପକାଇଛି। ପୁଅର ଚିକିତ୍ସା ଓ ଝିଅର ପାଠ ପଢିବା ପାଇଁ କିନ୍ତୁ ଗତ ଦିନରେ ଗ୍ରାମବାସୀମାନେ କିଛି କିଛି ସହାୟତାର ହାତ ବଢାଇଥିଲେ। ବର୍ତ୍ତମାନ ପରିସ୍ଥିତିରେ ସେ କାହା ପାଖକୁ ଯିବେ ଓ କିଭଳି ଭାବେ ସହଯୋଗ ପାଇବେ ସେ ଚିନ୍ତାରେ ଥିବା ବେଳେ ବ୍ଳକ ଓ ଜିଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ଏଥିରେ ହସ୍ତକ୍ଷେପ କରି ସହଯୋଗର ହାତ ବଢାଇବାକୁ ଅନେକ ନିବେଦନ କରିଛନ୍ତି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories