www.samajalive.in
Monday, December 8, 2025
16.1 C
Bhubaneswar

୭ମ ଦିନରେ କୃଷକଙ୍କ ଆନ୍ଦୋଳନ, ଦିଲ୍ଲୀ-ୟୁପି ସୀମାରେ ଭାଙ୍ଗିଲେ ବ୍ୟାରିକେଡ୍‌

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଦେଶବ୍ୟାପୀ ଆରମ୍ଭ ହୋଇଥିବା କୃଷକଙ୍କ ଆନ୍ଦୋଳନ ବୁଧବାର ୭ମ ଦିନରେ ପହଞ୍ଚିଛି। ଗତ ମଙ୍ଗଳବାର ସରକାରଙ୍କ ସହିତ ଆଲୋଚନା ବିଫଳ ହେବା ପରେ ଚାଷୀମାନେ ଅଧିକ ଉଗ୍ର ହୋଇଛନ୍ତି। ଦିଲ୍ଲୀ-ଉତ୍ତରପ୍ରଦେଶ(ୟୁପି) ସୀମାରେ ଆନ୍ଦୋଳନକାରୀ ଚାଷୀ ବ୍ୟାରିକେଡ୍‌ ଭାଙ୍ଗି ଦେଇଛନ୍ତି।

- Advertisement -

ଦିଲ୍ଲୀର ଜନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ସେମାନେ ଜିଦ୍‌ରେ ଅଡି ବସିଛନ୍ତି। ଗତ ମଙ୍ଗଳବାର ସିନ୍ଧୁ ଏବଂ ଟିକରୀ ସୀମା ସହିତ ନୋଏଡା-ଚିଲ୍ଲା ସୀମାକୁ ବି ସିଲ୍‌ କରିଦିଆଯାଇଛି। ଚିଲ୍ଲା ସୀମା ପଟୁ ବହୁ ସଂଖ୍ୟାରେ ଚାଷୀ ଦିଲ୍ଲୀରେ ପ୍ରବେଶ କରିବାକୁ ଉଦ୍ୟମ ଚଳାଇଛନ୍ତି। ସେମାନେ ସୀମା ନିକଟରେ ଥିବା ଗୌତମ ବୁଦ୍ଧ ଦ୍ବାର ପର୍ଯ୍ୟନ୍ତ ପହଞ୍ଚି ସାରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ନୋଏଡା ଲିଙ୍କ୍‌ ରୋଡ୍‌ ନିକଟରେ ଚିଲ୍ଲା ସୀମାକୁ ବୁଧବାର ବନ୍ଦ କରିଦିଆଯାଇଛି। ୨୪ ନମ୍ବର ଜାତୀୟ ରାଜପଥ ନେଇ ନୋଏଡା ଯିବା ଲାଗି ଲୋକଙ୍କୁ କୁହାଯାଉଛି।

Image Courtesy: ANI

ଅନ୍ୟପଟେ ସିନ୍ଧୁ ସୀମାରେ ଚାଷୀଙ୍କ ବିକ୍ଷୋଭ ଜାରି ରହିଛି। ଗତକାଲିର ଆଲୋଚନା ବିଫଳ ହେବା ପରେ ବୁରାଡ଼ି ଅଞ୍ଚଳରେ ଧାରଣାରେ ବସିଥିବା ଚାଷୀ ଆଗକୁ ଅଗ୍ରସର ହୋଇ ସିନ୍ଧୁ ସୀମାରେ ପହଞ୍ଚିଛନ୍ତି। ଏହା ପରେ ଦିଲ୍ଲୀ ପୁଲିସ କିଛିବାଟ ପଛକୁ ହଟିଛି। ସିନ୍ଧୁ ସୀମାରୁ ଉଭୟ ହରିୟାଣା ଏବଂ ଦିଲ୍ଲୀ ଆଡକୁ ଚାଷୀମାନେ ଧାରଣା ଦେବା ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ, ମଙ୍ଗଳବାର କୃଷକ ସଂଗଠନଗୁଡ଼ିକର ପ୍ରତିନିଧିମାନଙ୍କ ସହିତ କେନ୍ଦ୍ର ସରକାର ଆଲୋଚନା କରିବା ପୂର୍ବରୁ କଂଗ୍ରେସ ୩ଟି ଯାକ କୃଷି ଆଇନକୁ ନିଲମ୍ବିତ କରିବାକୁ ଦାବି କରିଥିଲା। କୃଷକମାନେ ମଧ୍ୟ ସମାନ ଦାବି କରିଛନ୍ତି। ଆଲୋଚନା ବେଳେ କୃଷକମାନଙ୍କ ଅଭିଯୋଗ ଶୁଣିବା ପରେ ସରକାର ସେସବୁର ବିଚାର ଲାଗି କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ କଷକ ପ୍ରତିନିଧିମାନେ ଏଥିରେ ସହମତ ନ ହେବା ସହିତ କମିଟି ଗଠନ ହେବା ପୂର୍ବରୁ ଆଇନକୁ ପ୍ରତ୍ୟାହାର କରିନେବାକୁ ସର୍ତ୍ତ ରଖିଥିଲେ। ଆଲୋଚନାରେ କୌଣସି ନିଷ୍କର୍ସ ନ ବାହାରିବାରୁ ଆସନ୍ତା ଗୁରୁବାରକୁ ପରବର୍ତ୍ତୀ ବୈଠକ ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories