www.samajalive.in
Friday, December 5, 2025
27.1 C
Bhubaneswar

କୃଷି ଆଇନକୁ ବିରୋଧ: ଆଖି ବୁଜିଲେ ଆଦିବାସୀ ମହିଳା କୃଷକ ନେତ୍ରୀ

ହରିୟାଣାର ଦିଲ୍ଲୀ-ଜୟପୁର ୪୮ ନମ୍ବର ଜାତୀୟ ରାଜପଥର ଖେଡା ବର୍ଡରରେ ଜାନୁୟାରୀ ୧୬ରୁ କୃଷି ଆଇନ ବିରୋଧରେ ଧାରଣା ଦେଇଥିବା ଜଣେ ମହିଳା ଚାଷୀ ନେତ୍ରୀଙ୍କର ବୁଧବାର ରାତିରେ ମୃତ୍ୟୁ ଘଟିଛି। ମହିଳା ଜଣକ ହେଉଛନ୍ତି ମହାରାଷ୍ଟ୍ରର ନନ୍ଦୁରବାର ଜିଲା ଅନ୍ତର୍ଗତ ଆମ୍ବାବାରୀ ଗ୍ରାମର ସୀତାବାଇ ରାମଦାସ ତଡବୀ(୫୬)। ଅତ୍ୟଧିକ ଥଣ୍ଡା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସୀତାବାଇଙ୍କ ମୃତ୍ୟୁ ପରେ ବର୍ଡରରେ ମିଳିତ କୃଷକ ମଞ୍ଚ ତରଫରୁ ଦୁଇ ମିନିଟର ନୀରବ ପ୍ରାର୍ଥନା କରାଯିବା ସହିତ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ମିଳିତ ମଞ୍ଚ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସୀତାବାଇ ମହାରାଷ୍ଟ୍ରର ଲୋକ ସଂଘର୍ଷ ମଞ୍ଚ ସହିତ ମିଶି ଗତ ୨୫ ବର୍ଷ ଧରି କୃଷକମାନଙ୍କ ପାଇଁ ଲଢ଼େଇ ଜାରି ରଖିଥିଲେ।

- Advertisement -

କେବଳ ଏତିକି ନୁହେଁ, ସୀତାବଇ ୧ ମାସ ୮ଦିନ ସତ୍ୟାଗ୍ରହ କରି ଜେଲ୍‌ ବି ଯାଇସାରିଛନ୍ତି। ତାଙ୍କ ପୂରା ପରିବାର ଆନ୍ଦୋଳନର ଅଂଶ ରହିଆସିଛନ୍ତି। ସୀତାବାଇ ଗତ ୧୬ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଖେଡା ବର୍ଡରରେ ଆନ୍ଦୋଳନର ନେତୃତ୍ବ ନେଉଥିଲେ। ପ୍ରବଳ ଥଣ୍ଡା ଯୋଗୁ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଜୟପୁରସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ସୀତାବାଇ ତଡବୀ ଆଦିବାସୀ ସମ୍ପ୍ରଦାୟର ବୋଲି ଜଣାପଡ଼ିଛି।

Hot this week

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

Related Articles

Popular Categories