www.samajalive.in
Sunday, December 14, 2025
19.1 C
Bhubaneswar

ସମ୍ବଲପୁରରେ ସେକ୍ସ ରାକେଟ ଠାବ : ୫ ଜଣ ଯୁବତୀ ଓ ୭ ଜଣ ଯୁବକ ଅଟକ

ସମ୍ବଲପୁର – ସମ୍ବଲପୁରରେ ଚାଲିଥିବା ଏକ ବଡ ସେକ୍ସ ରାକେଟକୁ ଠାବ କରି ସମ୍ବଲପୁର ପୁଲିସ ଓ ସ୍ୱତନ୍ତ୍ର ସ୍କ୍ୱାର୍ଡ ମିଳିତ ଭାବରେ ଚଢଉ କରି ୫ଜଣ ଯୁବତୀ ଓ ୭ଜଣ ଯୁବକ ଙ୍କୁ ଅଟକ ରଖିଛି। ସମ୍ବଲପୁର ପୁଲିସ ବିଶ୍ୱସ୍ତସୁତ୍ରରୁ ଖବର ପାଇ ଅଇଁଠାପାଲି ଥାନା ଅର୍ନ୍ତଗତ ଶକ୍ତି ନଗର ଠାରେ ଏକ ଭଡା ଘରରେ ଦ୍ୱିହପର ସମୟରେ ଚଢଉ କରିଥିଲା। ଚଢଉ ବେଳେ ଘରୁ ବହୁ ଆପତ୍ତିଜନକ ସାମଗ୍ରୀ ସହିତ ୩ ଟି ଦୁଇ ଚକିଆ ଯାନ ଜବତ କରିଛି। ଏହା ସହ ୧୪ଟି ମୋବାଇଲ ସହ ଟଙ୍କା ମଧ୍ୟ ଜବତ ହୋଇଥିବା ଜଣାପଡିଛି। ଏହି ଅନଚଳରେ ଏକ ଅର୍ଦ୍ଧ ନିର୍ମିତ ଘର ଭିତରେ ଦୀର୍ଘରୁ ଏହି ସେକ୍ସ ରାକେଟ ଚାଲୁଥିବାର କିଛି ସ୍ଥାନୀୟ ଅଧିବାସୀ ଙ୍କ ଠାରୁ ପୁଲିସ ଖବର ପାଇ ଶୁକ୍ରବାର ଦିନ ଚଢାଉ କରିଥିଲା। ଏ ସଂକ୍ରାନ୍ତରେ ଅଇଁଠାପାଲି ପୁଲିସ ଥାନାଧିକାରୀ ଚିନ୍ତାମଣି ପ୍ରଧାନ ଙ୍କୁ ଯୋଗା ଯୋଗ କରିବାରୁ ସେ କହିଲେ ଯେ ଏହି କାରବାର ସର୍ମ୍ପକରେ ବିଶ୍ୱସ୍ତସୁତ୍ରରୁ ଖବର ପାଇବା ପରେ ଚଢଉ କରାଯାଇଥିଲା ଏବଂ ଆପତ୍ତିଜନକ ସାମଗ୍ରୀ ସହିତ ଅସହଜ ଅବସ୍ଥାରେ ଥିବା ଯୁବକ ଓ ଯୁବତୀ ମାନଙ୍କୁ ଅଟକ ରଖାଯାଇ ପଚରାଉଚୁରା ଚାଲିଛି। ତେବେ ବିଶ୍ୱସ୍ତସୁତ୍ରରୁ ଜଣାପଡିଛି ଯେ ଶକ୍ତି ନଗର ସ୍ଥିତ ଏହି ଘରଟି ସହରର ଜଣେ ଜଣାଶୁଣା ସାମ୍ବାଦିକଙ୍କର ଅଟେ ଏବଂ ତାଙ୍କର ଏହି ଘରର ଭିତର ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଯାଇଥିବା ବେଳେ ବାହାରର କିଛି ନିର୍ମାଣ କାର୍ଯ୍ୟ ଏବେ ମଧ୍ୟ ନିର୍ମାଣାଧିନ। ସେହି ସାମ୍ବାଦିକ ଜଣକ ତାଙ୍କର ଘରକୁ କେନ୍ଦ୍ରାପଡାର ନିବାସୀ ସୁକାନ୍ତ ମଲ୍ଲିକ ନାମକ ଜଣେ ବ୍ୟକ୍ତି କିଛି ମାସ ତଳେ ଚୁକ୍ତିପତ୍ର କରିବା ପରେ ଭଡାସୁତ୍ରରେ ରହିବା ପାଇଁ ଦେଇଥିଲେ। ଜଣେ ପୁଲିସ ଅଧିକାରୀ ବେସରକାରୀ ଭାବରେ ମଧ୍ୟ ସ୍ୱିକାର କରିଛନ୍ତି ଯେ ଘର ଚଢଉ ସମୟରେ ଘରଭଡା ଚୁକ୍ତିପତ୍ର ମିଳିଛି। ତେବେ ସନ୍ଧ୍ୟାରେ ଖବର ଲେଖାଯିବା ପର୍ଯ୍ୟନ୍ତ ପୁଲିସ ମାମଲା ଦାୟର କରି ନ ଥିବା ଥାନାଧିକାରୀ ଚିନ୍ତାମଣି ପ୍ରଧାନ ସୁଚନା ଦେଇଛନ୍ତି। ତଦନ୍ତ ପରେ ଏହି ବଡ଼ ଧରଣ ସେକ୍ସ ଽାକେଟର ପର୍ଦ୍ଦାଫାଶ ହୋଇ ପାରେ ବୋଲି ଥାନାଧିକାରୀ ପ୍ରଧାନ କହିଛନ୍ତି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories