www.samajalive.in
Saturday, December 6, 2025
26.1 C
Bhubaneswar

ଶାଳ କାଠ ଜବତ, ୩ ଗିରଫ

ବଲାଙ୍ଗିର: ଲକ୍ଷାଧିକ ଟଙ୍କାର ଶାଳ ଗଛ ସାଇଜ୍‍ କାଠ ଧରି ବଲାଙ୍ଗିର ଜିଲା ତୁଷୁରା ଅଭିମୁଖେ ଏକ ଗାଡି ଯାଉଥିବା ସୂଚନା ପାଇଥିଲେ ଜିଲା ବନ ଅଧିକାରୀ ସମୀର ଶତପଥୀ। ସୂଚନାକୁ ଆଧାର କରି ତୁଷୁର ଧାନଘରା ନିକଟ ତେଲ ନଦୀ ବ୍ରିଜ ଉପରେ ଜଗି ରହିଥିଲେ ବନ ବିଭାଗ ଟିମ୍‍ ଓ ଡିଏଫ୍‍ଓ ଶ୍ରୀ ଶତପଥୀ। ଶନିବାର ବିଳମ୍ବିତ ରାତିରେ ବ୍ରିଜ୍‍ ଦେଇ ଯାତାୟତ କରୁଥିବା ଗାଡିଗୁଡ଼ିକୁ ଯାଞ୍ଚ ଚାଲିଥିଲା। ଏହି ଯାଞ୍ଚ ବେଳେ ଓଡି୦୩ସି ୧୩୦୧ ନମ୍ବର ବୋଲେରୋ ସେହି ରାସ୍ତା ଦେଇ ଯାଉଥିବା ବେଳେ ବନ ବିଭାଗ କର୍ମଚାରୀଙ୍କ ସନ୍ଦେହ ହୋଇଥିଲା। ଆଉ ସେମାନେ ଗାଡିକୁ ଅଟକାଇବା ସହ ଯୋଗାଯୋଗ କରିବାର ସୁଯୋଗ ହିଁ ଦେଇ ନଥିଲେ। ଫଳରେ ରାସ୍ତା କ୍ଲିୟର୍‍ ଥିବା ଅନୁମାନ କରି ଏକ ପିକ୍‍ଅପ୍‍ ଭ୍ୟାନ ମଧ୍ୟ ଆସିଥିଲା। ଏହି ଭ୍ୟାନ୍‍କୁ ଘେରି ଯାଇ ଖୋଳତାଡ କଲା ବେଳେ ସେଠାରେ ବିପୁଳ ପରିମାଣର ଶାଳ ଗଛର ସାଇଜ୍‍ କାଠ ରହିଥିବା ଜଣାପଡିଥିଲା।

ଚଢଉ ଟିମ୍‍ ବୋଲେରୋ ସହ ପିକ୍‍ଅପ୍‍ ଗାଡିକୁ ବଲାଙ୍ଗିର କଦଳୀମୁଣ୍ଡା ନର୍ସରୀକୁ ଆଣିଥିଲେ। ସେହିପରି ଜବତ କାଠ ଓ ଅଭିଯୁକ୍ତମାନଙ୍କୁ ବଲାଙ୍ଗିର ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଥିଲା। ରବିବାର ବଲାଙ୍ଗିର ଡିଏଫ୍‍ଓ ସମୀର ଶତପଥୀ ୧୨୦ ଖଣ୍ଡ ଶାଳ ଗଛର ସାଇଜ୍‍ କାଠ ଜବତ ହୋଇଥିବା କହିଥିଲେ। ଏହି ଜବତ କାଠର ମୂଲ୍ୟ ଲକ୍ଷାଧିକ ହେବ ବୋଲି ସୂଚନା ଦେଇଥିଲେ। ଗିରଫ ବ୍ୟକ୍ତିମାନେ ହେଲେ ବଲାଙ୍ଗିର ଜିଲା ତୁଷୁରା ଥାନା ଚିଞ୍ଚେଡ ଗାଁର ବିଶିକେଶନ ରଣା, ବଡବାହାଲ ଗାଁର ବିରାଟ ରଣା, ତୁଷୁରାର ରମଜାନ ମହମ୍ମଦ। ସେମାନଙ୍କୁ କାଠ କେଉଁଠି ଅଣାଯାଇଛି, ଆଉ କେଉଁ କେଉଁମାନେ ନିୟମିତ କାଠ କାରବାରରେ ସଂପୃକ୍ତି ସେ ନେଇ ପଚରା ଉଚୁରା ଜାରି ରହିଥିବା କହିଛନ୍ତି ଡିଏଫ୍‍ଓ ଶ୍ରୀ ଶତପଥୀ। ତେବେ ଏହା ପ୍ରଥମ ଘଟଣା ନୁହେଁ, ବଲାଙ୍ଗିର ଜିଲାକୁ ନିୟମିତ କାଠ ମାଫିଆମାନେ କଳାହାଣ୍ଡି, ବୌଦ୍ଧ ଜିଲାରୁ କାଠ ଆଣି ଆସୁଥିବା ଅଭିଯୋଗ ହୁଏ। ବନ ବିଭାଗ ଏହି କାଠ କାରବାର ଉପରେ ଚଢଉ କଲେ ବହୁ ମାଫିଆ ଧରାପଡିବେ ବୋଲି ସାଧାରଣରେ ଆଲୋଚନା ହେଉଛି। ୩ଜଣଙ୍କ ବିରୋଧରେ ବନ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇଥିବା ବେଳେ ବେଆଇନ ଚାଲାଣରେ ବ୍ୟବହୃତ ବୋଲେରୋ ସହ ପିକ୍‍ଅପ୍‍କୁ ଜବତ କରାଯାଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories