କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ

0

– ଗ୍ରହଣ ସ୍ପର୍ଶ : ରାତି ୧୧ଟା ୫୩ମିନିଟ ୪୮ସେକେଣ୍ଡ, – ଗ୍ରହଣ ସର୍ବମୋକ୍ଷ : ରାତ୍ର ୩ଟା ୪୯ମିନିଟ ୩ସେକେଣ୍ଡ,
ପୁରୀ : ଆଷାଢ ପୂର୍ଣ୍ଣିମା ତିଥିରେ ଶୁକ୍ରବାର କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ ହେବ । ରାତି ୧୧ଟା ୫୩ମିନିଟ ୪୮ସେକେଣ୍ଡରେ ଗ୍ରହଣ ସ୍ପର୍ଶହେବ। ରାତି ୩ଟା ୪୯ମିନିଟ ୩ସେକେଣ୍ଡରେ ସର୍ବମୋକ୍ଷ ହେବ । ଦିନ ୨ଟା ୫୪ରୁ ପାକତ୍ୟାଗ ଏବଂ ଦେବନୀତି ନିଷେଧ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଚନ୍ଦ୍ରଗ୍ରହଣକୁ ଦୃଷ୍ଟିରେ ରଖି ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ସକାଳ ୫ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟାଯିବ । ୫ଟା ୩୦ରେ ଭିତର ଶୋଧ ଏବଂ ୫ଟା ୪୦ରେ ମଙ୍ଗଳଆଳତି ଅନୁଷ୍ଠିତ ହେବ। ସକାଳ ୬ଟାରେ ମଇଲମ, ୬ଟା ୩୦ରେ ତଡ଼ପଲାଗି, ୭ଟା ୩୦ରେ ଅବକାଶ, ୭ଟା ୫୦ରେ ରୋଷହୋମ ଓ ସକାଳ ୮ଟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବେଶ କରାଯିବ। ୮ଟା ୧୫ରେ ସୂର୍ଯ୍ୟପୂଜା, ୮ଟା ୩୦ରେ ଦ୍ୱାରପାଳ ପୂଜା ଏବଂ ସକାଳ ୯ଟାରେ ଗୋପାଳବଲ୍ଲଭ ଭୋଗ କରାଯିବାକୁ ସ୍ଥିର ହୋଇଛି । ଦିନ ୯ଟା ୩୦ରୁ ୧୦ଟା ୩୦ ମଧ୍ୟରେ ପ୍ରଭୁଙ୍କୁ ସକାଳଧୂପ କରାଯିବ । ଦିନ ୯ଟା ୪୦ରୁ ୧୧ଟା ୩୦ ମଧ୍ୟରେ ମଧ୍ୟାହ୍ନଧୂପ ହେବାର କାର୍ଯ୍ୟକ୍ରମ ରହିଛି । ଦିନ ୧୨ଟା ୧୦ରୁ ୨ଟା ମଧ୍ୟରେ ଦ୍ୱିତୀୟ ଭୋଗମଣ୍ଡପ, ଦିନ ୨ଟା ୩୦ରେ ଦକ୍ଷିଣିଘର ଭୋଗ ଓ ୨ଟା ୫୪ରେ ମଇଲମ ଓ ତଡ଼ପଲାଗି କରାଯିବ । ଗ୍ରହଣସ୍ପର୍ଶ ପରେ ମହାପ୍ରଭୁଙ୍କୁ ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave A Reply