www.samajalive.in
Tuesday, December 9, 2025
15.1 C
Bhubaneswar

ରଗଡି ମହିମାମଣି ପୀଠରେ ନାଗାର୍ଜୁନ ବେଶ ଅନୁଷ୍ଠିତ

ବାଙ୍କୀ: ମହିମାମଣିଙ୍କ ନାଗାର୍ଜୁନ ବେଶ ଆଜି ପ୍ରତ୍ୟୁଷରୁ ଆରମ୍ଭ ହୋଇଯାଇଛି। ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ରଗଡି ଗ୍ରାମରେ ପୂଜା ପାଇ ଆସୁଥିବା ରାଜପ୍ରତିଷ୍ଠିତ ଦିଅଁ ମହିମାମଣି ଦେବଙ୍କ ନାଗାର୍ଜୁନ ବେଶ ସମସ୍ତ ନୀତିକାନ୍ତି ସହକାରେ ଆରମ୍ଭ ହୋଇଛି। ଏହି ଦୁର୍ଲଭ ବେଶ ଦେଖିବାକୁ ବହୁ ଜନସମାଗମ ହୋଇଥାନ୍ତା କିନ୍ତୁ କୋଭିଡ କଟକଣା ପାଇଁ କେବଳ ସୀମିତ ସଂଖ୍ୟକ ସେବାୟତମାନଙ୍କୁ ନେଇ ବେଶ କରାଯାଇଥିବା ବେଳେ ସାଧାରଣ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାକୁ ମନ୍ଦିର ପ୍ରଶାସନ ତରଫରୁ ବାରଣ କରାଯାଇଛି। ଆଜି ରାତି ୨ଟାରୁ ମହିମାମଣିଙ୍କ ଦ୍ୱାର ଫିଟାଯାଇ ମଙ୍ଗଳ ଆଳତି କରାଯିବା ସହ ଅନ୍ୟାନ୍ୟ ନୀତିକାନ୍ତି ସମାପନ ପରେ ମହିମାମଣିଙ୍କ ନାଗାର୍ଜୁନ ବେଶ ପାଇଁ ସମସ୍ତ ବେଶ ସଜ ମନ୍ଦିର ପରିସରରେ ପହଞ୍ଚିଥିଲା।

ପରେ ମନ୍ଦିର ବଡ ପଣ୍ଡା ସେବାୟତ ସନ୍ତୋଷ ମହାପାତ୍ର, ବିକାଶ କୁମାର ମହାପାତ୍ର, ବନବିହାରି ପଣ୍ଡା, ପ୍ରମୋଦ ମହାପାତ୍ର ପ୍ରମୁଖ ମହିମାମଣିଙ୍କୁ ନାଗାର୍ଜୁନ ବେଶରେ ସଜିତ କରିଥିଲେ। ସକାଳୁ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜାସହିତ ମନ୍ଦିର ସହିତ ଜଡିତ ସମସ୍ତ ନୀତିକାନ୍ତି ସମାପନ ହୋଇଥିବା ଜଣାପଡିଛି। ଏହି ନାଗାର୍ଜୁନ ବେଶ ମନ୍ଦିର ମ୍ୟାନେଜିଙ୍ଗ ଟ୍ରଷ୍ଟି ଭୃଗୁରାମ ରାଉତଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ଅନୁଷ୍ଠିତ ହେଉଥିବା ବେଳେ ମୁଖ୍ୟ ପୂଜକ ନବ କିଶୋର ମହାପାତ୍ର, ରାଜକିଶୋର ମହାପାତ୍ର, ରାଜ ମହାପାତ୍ର, ପ୍ରମୋଦ କୁମାର ମହାପାତ୍ର, ସଞ୍ଜୟ ମହାପାତ୍ର, ମାଳି ସେବାୟତ କୁରୁପା ରଣା, କୃଷ୍ଣ ରଞ୍ଜନ ରଣା ପ୍ରମୁଖ ଉପସ୍ଥିତ ରହି ସମସ୍ତ ନୀତିକାନ୍ତି ସୁଚାରୁରୂପେ ତୁଲାଇଛନ୍ତି। ସୂଚନା ଥାଉକି ମହିମାମଣି ପୀଠ ଅନ୍ୟ ପୀଠ ଠାରୁ ଭିନ୍ନ ଏବଂ ସ୍ୱତନ୍ତ୍ରତା ବହନ କରିଥାଏ। ଏହି ପୀଠରେ କେବଳ ଜଗନ୍ନାଥଙ୍କ ବିରାଟ ବିଗ୍ରହକୁ ମହିମାମଣି ରୂପରେ ପୂଜା କରାଯାଉଥିବା ବେଳେ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ବିଗ୍ରହ ଏହି ଠାରେ ନଥିବା ଦେଖିବାକୁ ମିଳିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories