www.samajalive.in
Thursday, December 11, 2025
13.1 C
Bhubaneswar

ରୋଗ ପାଇଁ ଘରଛାଡ଼ି କୁଡ଼ିଆରେ ୧୭ ବର୍ଷ

ଫୁଲବାଣୀ : ସରକାରୀ ଆବାସ ଯୋଜନା ଆଜି ମଧ୍ୟ ଅନେକ ବେଘର ପାଇଁ ଅପହଞ୍ଚ ହୋଇଛି। ବିନା ଘରରେ ଆଜି ବି ଲୋକ ଜୀବନ ବିତାଉଛନ୍ତି। ଗତ ୧୭ ବର୍ଷ ହେଲା ଏକ ଭଙ୍ଗାକୁଡ଼ିଆରେ ଜୀବନ ବିତାଉଛନ୍ତି ଜଣେ ଦରପୋଡ଼ା ମଣିଷ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଳକ ଅନ୍ତର୍ଗତ ତଲାରିମାହା ପଞ୍ଚାୟତର ପ୍ରଧାନପଡ଼ା ଗ୍ରାମରେ।
ପ୍ରଧାନପଡାର ୫୩ ବର୍ଷୀୟ ତପନ କହଁର ୨୦୦୩ ମସିହାରେ ନିଆଁରେ ପୋଡ଼ି ଯାଇ ଗୁରୁତର ଆହତ ହୋଇଥିଲେ। ଅର୍ଥାଭାବରୁ ଅଧିକ ଚିକିତ୍ସା କରିପାରିନଥିଲେ ପରିବାର। ଦିନକୁ ଦିନ ଅନ୍ୟ ରୋଗ ସଂକ୍ରମିତ ହୋଇ ବର୍ତ୍ତମାନ ପୋଡ଼ିଯାଇଥିବା ଅଂଶ ନଷ୍ଟ ହେବାକୁ ବସିଲାଣି। ତପନଙ୍କ ପରିବାର କହିଲେ ସ୍ତ୍ରୀ ଓ ପୁଅ-ବୋହୂ। ଦରପୋଡା ଶରୀର ସାଙ୍ଗକୁ ଅନ୍ୟ ରୋଗରେ ଆକ୍ରାନ୍ତ ହୋଇ ଦିନକୁ ଦିନ ଶରୀର କ୍ଷଣ ହେବାରୁ ସେ ନିଜ ଆଡୁ ଘର ଛାଡି ଦୀର୍ଘ ୧୭ ବର୍ଷ ହେଲା ଗ୍ରାମଠାରୁ ଦୂର ଏକ ପରିତ୍ୟକ୍ତ ଜାଗାରେ କୁଢିଆଟିଏ କରି ଏକାକୀ ରହୁଛନ୍ତି। ବର୍ତ୍ତମାନ ତପନ ଚଲାବୁଲା କରିବା ମଧ୍ୟ ସମ୍ଭବ ହେଉନି। ପୂର୍ବରୁ ସେ ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସେହିଭଳି କିଛି ସୁବିଧା ପାଇ ନାହାନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ସହଯୋଗ ପାଇଁ ପରିବାର ମଧ୍ୟ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିଛନ୍ତି । ହେଲେ କିଛି ସୁଫଳ ମିଳିନି ବୋଲି ପ୍ରକାଶ କରିଛନ୍ତି ତପନଙ୍କ ସ୍ତ୍ରୀ। ଆଜି ପର୍ଯ୍ୟନ୍ତ ଏହି ଅସହାୟ ପରିବାରକୁ ମିଳିନାହିଁ ସରକାରୀ ସ୍ତରରେ କୌଣସି ପ୍ରକାର ସାହାଯ୍ୟ ଓ ସହଯୋଗ। ଜୀବନ ଓ ମରଣ ସହିତ ସଂଗ୍ରାମ କରୁଛନ୍ତି ତପନ। ବୟସ ହୋଇନଥିବାରୁ ଭତ୍ତା ମଧ୍ୟ ପାଉ ନାହାଁନ୍ତି। ସେ ସଂପୂର୍ଣ୍ଣଭାବେ ଅର୍କମଣ୍ୟ ହୋଇପଡିଥିଲେ ମଧ୍ୟ କେହି ଦିନେ ମଧ୍ୟ ଆହାପଦେ କହିନାହାନ୍ତି। ଏଭଳି ସ୍ଥଳେ ଅସହାୟ ତପନଙ୍କୁ ତୁରନ୍ତ ସମସ୍ତ ପ୍ରକାର ଚିତ୍ସାସା ସେବା ମାଗଣାରେ ଯୋଗାଇ ଦେବା ସହିତ ଏହି ପରବାରକୁ ଘରଖଣ୍ଡେ ଓ ଭତ୍ତା ପ୍ରଦାନ କରିବାକୁ ଗ୍ରାମର ଯୁବ ସମାଜସେବୀ ରାଜେଶ କୁମାର ବଗର୍ତ୍ତି କନ୍ଧମାଳ ଜିଲା ପ୍ରଶାସନ ଓ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories