BJD Bijuli 480×75 Mob

ଲଜ୍ଜା: ବଳାତ୍କାରର ପ୍ରତିଶୋଧ ପାଇଁ ବଳାତ୍କାର

BJD Bijuli 480×75 Mob
0

ଲକ୍ଷ୍ନୌ : ଏକ ଲଜ୍ୟାଜନକ ଘଟଣାକ୍ରମେ ଏକ ବଳାତ୍କାରର ପ୍ରତିଶୋଧ ନେବା ପାଇଁ ଆଉ ଗୋଟିଏ ବଳାତ୍କାର ଭଳି ଜଘନ୍ୟ କାଣ୍ଡ ଭିଆଯାଇଛି। ଏଭଳି ଏକ ଘଟଣା ଉତ୍ତରପ୍ରଦେଶ କୌନଜରେ ଘଟିଛି। ସୂଚନା ଅନୁସାରେ କୌନଜରେ ୨ ବର୍ଷ ତଳେ ଏକ ବଳାତ୍କର ଘଟଣାରେ ଜେଲ ଦଣ୍ଡ ଭୋଗୁଥିବା ଅଭିଯୁକ୍ତର ନାବାଳିକା ଭଉଣୀକୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା। ତଦନ୍ତରୁ ପ୍ରଥମେ ବଳାତ୍କାରର ଶିକାର ହୋଇଥିବା ପୀଡ଼ିତାର ଭାଇ ଏବଂ ମାମୁ ଅଭିଯୁକ୍ତର ନାବାଳିକା ଭଉଣୀକୁ ବଳାତ୍କାର କରିଥିବା ଜଣାପଡିଥିଲା। ସେମାନେ ପ୍ରତିଶୋଧ ପାଇଁ ଏପରି କରିଥିବା ସ୍ୱୀକାର କରିଛନ୍ତି। ୧୫ ବର୍ଷିୟା ନାବାଳିକା ଏବଂ ତାର ମା’ ଜେଲରେ ଥିବା ଭାଇକୁ ଦେଖିବାକୁ ଯାଉଥିଲେ। ସେମାନ ବସ୍‍କୁ ଅପେକ୍ଷା କରିଥିବାବେଳେ ବଳାତ୍କାରର ଶିକାର ହୋଇଥିବା ପୀଡ଼ିତାର ଭାଇ ତାଙ୍କୁ ଏକ ଜିପରେ ଲିଫ୍ଟ ଦେଇଥିଲା। ସେମାନେ ପୀଡ଼ିତାର ଭାଇକୁ ଚିହ୍ନି ପାରିନଥିଲେ। ବାଟରେ ଜଲାଲାବାଦ କ୍ରସିଂ ନିକଟରେ ଜିପ୍‍ ଅଟକାଇ ପୀଡ଼ିତାର ଭାଇ ଏବଂ ମାମୁ ଅଭିଯୁକ୍ତର ମା’ ସାମ୍ନାରେ ତାର ଭଉଣୀକୁ ବଳାତ୍କାର କରିଥିଲେ। ନାବାଳିକା ଜଣକ ଅଚେତ୍‍ ହୋଇଯିବା ପରେ ସେମାନେ ତାକୁ ବାଟରେ ଫିଙ୍ଗି ଚାଲିଯାଇଥିଲେ। ନାବାଳିକାକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ପୋସ୍କୋ ଆଇନ୍‍ ଏବଂ ଆଇପିସି ଧାରା ୩୭୬ (ଘ)ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି। ବଳାତ୍କାରୀର ନାମ ହାକିମ ଏବଂ ତାର ମାମୁ ନାମ ଆଲାହା ବୋଲି ଚିହ୍ନଟ କରାଯାଇଛି।

Leave A Reply