www.samajalive.in
Saturday, December 6, 2025
15.1 C
Bhubaneswar

ଓକିଲ ସଂଘ ନିର୍ବାଚନ ନାମାଙ୍କନ ପତ୍ର ଦାଖଲ

ନବରଙ୍ଗପୁର : ନବରଙ୍ଗପୁର ଓକିଲ ସଂଘର ୨୦୨୦-୨୧ ମସିହାର ବଳକା ଅବଧି ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ନିର୍ବାଚନ ପ୍ରକ୍ରିୟା ଗତ ୧୮ ତାରିଖ ଠାରୁ ଆରମ୍ଭ ହୋଇଥିବାବେଳେ ଏହା ଆସନ୍ତା ଡିସେମ୍ବର ୧୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଏହି କ୍ରମରେ ଗତ ୧୮ ତାରିଖରେ ଭୋଟର ତାଲିକା ପ୍ରକାଶ କରାଯାଇଥିଲା । ୨୪ ଓ ୨୫ ତାରିଖ ଦିନ ୧୧ ଘଣ୍ଟା ଠାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଦୁଇଦିନ ଧରି ମନୋନୟନ ପତ୍ର ଯୋଗାଣ ଓ ଦାଖଲ କରାଯାଇଥିଲା । ତେବେ ଚଳିତ ନିର୍ବାଚନରେ ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦବୀ ନିମନ୍ତେ ଜଣେ ଲେଖାଏଁ ନାମାଙ୍କନ ଦାଖଲ କରିଛନ୍ତି । ପ୍ରଥମ ଦିବସରେ ସାଧାରଣ ସମ୍ପାଦକ ପଦବୀ ପାଇଁ ଆଇନଜୀବୀ ମାନସ ତ୍ରିପାଠୀ ନାମାଙ୍କନ ଦାଖଲ କରିଥିବାବେଳେ ଦ୍ଵିତୀୟ ଦିବସରେ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ବାର ସଭାପତି ଝାଡେଶ୍ଵର ଖାଡାଙ୍ଗା ନାମାଙ୍କନ ଦାଖଲ କରିଥିଲେ । ସେହିପରି ଉପ ସଭାପତି ପାଇଁ ଆଇନଜୀବୀ ସୁବାଶ ଚନ୍ଦ୍ର ପାଳ , ଯୁଗ୍ମ ସମ୍ପାଦକ ନିମନ୍ତେ ମିନାକ୍ଷୀ ପାଢୀ ଓ କୋଷାଧ୍ୟକ୍ଷ ପାଇଁ ବିଦୁ ଶେଖର ତ୍ରିପାଠୀ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୨୬ ତାରିଖ ଦିନ ମନୋନୟନ ପତ୍ରର ପରୀକ୍ଷଣ କରାଯିବ, ୨୭ ତାରିଖରେ ପ୍ରାର୍ଥୀ ତାଲିକା ପ୍ରକାଶନ କରାଯିବ । ଡିସେମ୍ବର ୧୪ ଦିନ ନବ ନିର୍ବାଚିତ ପ୍ରାର୍ଥୀଙ୍କ ଶପଥ ପାଠ କରାଯିବ । ଏହି ନିର୍ବାଚନକୁ ନିର୍ବାଚନ ଅଧିକାରୀ ଆଇନଜୀବୀ ସମରେଶ ଗନ୍ତାୟତ, ଉପ ନିର୍ବାଚନ ଅଧିକାରୀ ଆଇନଜୀବୀ କିଶୋର ପଟ୍ଟନାୟକ ଓ ଇମ୍ରାନ ସରିଫ ପରିଚାଳନା କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories