www.samajalive.in
Friday, December 5, 2025
26.1 C
Bhubaneswar

ଖୁବ୍ ଶୀଘ୍ର ଆସିବ ଆଦର୍ଶ ଘର ଭଡ଼ା ନୀତି: ଦୂର ହେବ ଘର ମାଲିକଙ୍କ ଶିରପୀଡ଼ା

ନୂଆଦିଲ୍ଲୀ: ଘରଭଡ଼ାକୁ ନେଇ ବେଳେବେଳେ ବେଶ୍ ଝମେଲା ହୁଏ । ସେଥିପାଇଁ ଅନେକ ସମୟରେ ଘର ମାଲିକ ଖାଲି ଥିବା ସତ୍ବେ ଘର ଭଡ଼ା ଦେବାକୁ ଚାହାନ୍ତି ନାହିଁ । ଏଥିପାଇଁ କେନ୍ଦ୍ର ସରକାର ଏକ ନୂତନ ଅଧିନିୟମ ଆଣିବାକୁ ଯାଉଛନ୍ତି । ଗତ ୨୦୧୯ରେ ଆଦର୍ଶ ଘର ଭଡ଼ା ଅଧିନିୟମର ଡ଼୍ରାଫ୍ଟ ପ୍ରସ୍ତୁତ ହୋଇଥିଲା, ଏବେ ତାହାକୁ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ମିଳିଛି । କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ଦୁର୍ଗାଶଙ୍କର ମିଶ୍ର ବୁଧବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ରିଏଲ୍ ଇଷ୍ଟେଟ୍ କମ୍ପାନୀଗୁଡିକର ଏକ ଆସୋସିଏସନ୍ NAREDCO ଦ୍ୱାରା ଆୟୋଜିତ ଏକ ୱେବିନିୟରକୁ ସମ୍ବୋଧିତ କରି ଶ୍ରୀ ମିଶ୍ର କହିଛନ୍ତି ଯେ ପ୍ରବାସୀମାନଙ୍କ ପାଇଁ ଆଦର୍ଶ ଭଡା ହାଉସିଂ କମ୍ପ୍ଲେକ୍ସ ଯୋଜନାର ଅଗ୍ରଗତି ବହୁତ ଭଲ | ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସହରଗୁଡିକରେ କ୍ରମବର୍ଧିଷ୍ଣୁ ବସ୍ତି ସମ୍ପ୍ରସାରଣକୁ ବନ୍ଦ କରାଯାଇ ପାରିବ ।  ଶ୍ରୀ  ମିଶ୍ର କହିଛନ୍ତି ଯେ କରୋନା ସମ୍ପୂର୍ଣ୍ଣ ରୂପେ ଲୋପ ପାଇ ନ ଥିଲେ ମଧ୍ୟ ଦେଶର ଅର୍ଥନୀତି ଧୀରେଧୀରେ ସ୍ବାଭାବିକ ହେବାରେ ଲାଗିଛି ।  କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ପଦକ୍ଷେପ ଯୋଗୁଁ ବର୍ତ୍ତମାନ ଘର ବିକ୍ରିରେ ଉନ୍ନତି ଆସୁଛି।  ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଭଳି ରାଜ୍ୟ ସମ୍ପତ୍ତି ପଞ୍ଜିକରଣ ଉପରେ ଷ୍ଟାମ୍ପ ଡ୍ୟୁଟି ହ୍ରାସ କରିଛନ୍ତି, ଯାହା ଫଳରେ ଘର ବିକ୍ରି ବୃଦ୍ଧି ପାଇଛି। ଅନ୍ୟରାଜ୍ୟମାନେ ମଧ୍ୟ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକତା ରହିଛି । ଯାହା ଫଳରେ ଘରର ମୂଲ୍ୟ କିଛିଟା ହ୍ରାସ ପାଇବ ଓ କ୍ରେତାମାନେ ଲାଭବାନ ହେବେ । ତେବେ କେନ୍ଦ୍ର ସରକାର ଆଦର୍ଶ ଭଡ଼ା ଆଇନ ନେଇ ପଦକ୍ଷେପ ନେଇ ସାରିଛନ୍ତି । ଏହା ଉପରେ ମତ ମନ୍ତବ୍ୟ ନେବାର ଅବଧି ଗତତ ୩୧ ତାରିଖରେ ଶେଷ ହୋଇଛି । ଏହି ଅଧିନିୟମ ଖୁବ୍ ଶୀଘ୍ର ଆସିବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

- Advertisement -

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୧ ଜନଗଣନା ଅନୁସାରେ ଦେଶର ବିଭିନ୍ନ ରାଜ୍ୟରେ ୧.୧ କୋଟି ବାସପୋଯୋଗୀ ଘର ଖାଲି ଅଛି । ମାତ୍ର ଭଡ଼ାକୁ ନେଇ ସୃଷ୍ଟି ହେଉଥିବା ସମସ୍ୟା ଯୋଗୁଁ ଲୋକମାନେ ଏହି ଘର ଭଡ଼ା ଦେବାକୁ ଚାହୁଁ ନାହାନ୍ତି ବୋଲି ସେ କହିଛନ୍ତି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories