ବିମାନରେ ଛାରପୋକ ଆତଙ୍କ

0

ନୂଆଦିଲ୍ଲୀ : ଏୟାର ଇଣ୍ଡିଆର କେତେକ ବିମାନର ଯାତ୍ରୀମାନେ ଗତ କିଛି ଦିନ ହେବ ଛାରପୋକ କାମୁଡ଼ିଥିବା ଅଭିଯୋଗ କରି ଆସୁଥିବାବେଳେ ଏବେ ଏହି ଖବର ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଏଥିପାଇଁ ବର୍ତ୍ତମାନର ପାଣିପାଗକୁ ଦାୟୀ କରିଛନ୍ତି। ସୂଚନା ଅନୁସାରେ ଜୁଲାଇ ୨୦ରେ ନ୍ୟୁୟର୍କ-ମୁମ୍ବଇ ଏୟାର ଇଣ୍ଡିଆ ଯାତ୍ରୀବାହୀ ବିମାନର ୧୪୪ ଜଣ ଯାତ୍ରୀ ଛାରପୋକ କାମୁଡ଼ିଥିବାର ଅଭଯୋଗ କରିଥିଲେ। ସୌମ୍ୟ ସେଟି ନାମକ ଜଣେ ଯାତ୍ରୀ ଏନେଇ ଅଭିଯୋଗ କରିବା ପରେ ଖବର ପଦାକୁ ଆସିଥିଲେ। ପରେ ବିମାନ କମ୍ପାନୀ ତାଙ୍କୁ ୭୫% ଟିକେଟ୍‍ ଅର୍ଥ ଫେରସ୍ତ କରିବାକୁ କହିଛି। ସେହିପରି ନିଜ ଦୁଇ ନାବାଳିକା ଝିଅଙ୍କ ସହ ଉକ୍ତ ବିମାନରେ ଯାତ୍ରା କରିଥିବା ପ୍ରବୀଣ ତୋନସେକାର ନାମକ ଆଉ ଜଣେ ବ୍ୟକ୍ତି ବେସମାରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଟ୍ୱିଟ୍‍ କରି ଛାରପୋକ କାମୁଡ଼ିବା ନେଇ ଅବଗତ କରାଇଥିଲେ। ସେତେବେଳେ ଏୟାର ଇଣ୍ଡିଆର ମେଣ୍ଟେନାନ୍ସ ବିଭାଗ ଏହା ଦେଖୁଥିବା ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ଏହାପରେ ବି କିଛି କରାଯାଇନାହିଁ। ଫଳରେ ଲୋକେ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରିବାକୁ ଡରୁଛନ୍ତି। ଦୁଇଟି ବିମାନର ୩ ଜଣ ଯାତ୍ରୀ ଏନେଇ ଲିଖିତ ଅଭିଯୋଗ କରିଛନ୍ତି।

Leave A Reply