www.samajalive.in
Sunday, December 14, 2025
14.1 C
Bhubaneswar

ବନ୍ଦ ରହିଲା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ରିଆଡ଼ମିଶନ, ସାମୂହିକ ଆତ୍ମାହୁତୀ ସ୍ଥଗିତ

ବାରିପଦା ତଖତପୁରସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ରିଆଡ଼ମିଶନ ବନ୍ଦ ରଖାଯିବା ପରେ ପୂର୍ବରୁ ଛାତ୍ରଛାତ୍ରୀମାନେ ଦେଇଥିବା ସାମୂହିକ ଆତ୍ମାହୁତୀରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଓହରି ଯାଇଥିବା ଜଣାପଡିଛି। ପୁନଃ ପ୍ରବେଶିକା ଦେୟ ୭୦ ପ୍ରତିଶତ ଛାଡ଼ କରିବା ଦାବିରେ ଆଜି ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ସାମୂହିକ ଆତ୍ମାହୁତି ଦେବାକୁ ଧମକ ଦେଇଥିଲେ।

ତେବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ରିଆଡ଼ମିଶନ ଫି ସିଣ୍ଡିକେଟରେ ପାଶ ନ ହେବା ପର୍ଯ୍ୟନ୍ତ ଲାଗୁ କରାଯିବ ନାହିଁ ଏବଂ ସେ ପର୍ଯ୍ୟନ୍ତ ରିଆଡ଼ମିଶନକୁ ବନ୍ଦ ରଖାଗଲା ବୋଲି ନୋଟିସ ବାହାର କରିବା ପରେ ଆତ୍ମାହୁତିକୁ ସ୍ଥଗିତ ରଖାଯାଇଛି। ସୂଚନା ଯୋଗ୍ୟ ଯେ, ପୁନଃ ପ୍ରବେଶିକା ଫି ୭୦ ପ୍ରତିଶତ ଛାଡ଼ ଦାବି କରି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଅକ୍ଟୋବର ୭ରୁ ୧୦ ପର୍ଯ୍ୟନ୍ତ ଆମରଣ ଅନଶନରେ ବସିଥିଲେ। ସେ ସମୟରେ ଛାତ୍ରଛାତ୍ରୀମାନଙ୍କ ଦାବି ପୂରଣ କରାଯିବା ନିମନ୍ତେ ବିଶ୍ୱବିଦ୍ୟାଳୟର କୁଳପତି, କୁଳସଚିବଙ୍କ ଲିଖିତ ପ୍ରତିଶ୍ରୁତି ପରେ ଛାତ୍ରଛାତ୍ରୀମାନେ ଚଳାଇ ଆସିଥିବା ଆମରଣ ଅନଶନକୁ ସ୍ଥଗିତ ରଖିଥିଲେ। ଏହାପରେ ଛାତ୍ରଛାତ୍ରୀମାନଙ୍କ ଟିଉସନ ଫି ୫୦ ପ୍ରତିଶତ ଛାଡ଼ କରାଇଛନ୍ତି ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ ଏବଂ ଷ୍ଟଡ଼ି ଟୁର, ସେମିନାର ଫି ଫେରସ୍ତ ଦେବାର ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏକ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ପ୍ରବେଶିକା ଫି ଆଦାୟ ନିମନ୍ତେ ନୋଟିସ ଜାରି କରିବା ପରେ ଛାତ୍ରଛାତ୍ରୀମାନେ ଏଭଳି ପଦକ୍ଷେପ ନେଇଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories