www.samajalive.in
Saturday, December 6, 2025
17.1 C
Bhubaneswar

କମ୍ ଉପସ୍ଥାନ: ଲୋଇସିଂହା ବ୍ଲକର ୧୯ଟି ସ୍କୁଲ ବନ୍ଦ ହେବ !

ଲୋଇସିଂହା : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କମ୍ ଛାତ୍ରଛାତ୍ରୀ ଥିବା କେତେକ ପ୍ରାଥମିକ ବିଦ୍ୟାଳୟକୁ ନିକଟସ୍ଥ ଅନ୍ୟ ସ୍କୁଲରେ ସାମିଲ କରାଯିବାକୁ ଘୋଷଣା କରିଥିଲେ। ଏହାକୁ ଜୋରଦାର ବିରୋଧ କରାଯାଇଥିଲା। ବିଶେଷ କରି ୨୧ରୁ କମ୍ ଛାତ୍ରଛାତ୍ରୀ ଥିବା ପ୍ରାଇମେରୀ ଓ ୪୦ରୁ କମ୍ ଛାତ୍ରଛାତ୍ରୀ ଥିବା ଅପର ପ୍ରାଇମେରୀ (୬ଷ୍ଠ,  ୭ମ ଓ ୮ମ ଶ୍ରେଣୀ ଥିବା) ସ୍କୁଲକୁ ବନ୍ଦ କରାଯାଇ ସେହି ପିଲାଙ୍କୁ ନିକଟସ୍ଥ ସ୍କୁଲରେ ପାଠ ପଢାଯିବା ପାଇଁ ବ୍ୟବସ୍ଥା କରାଯାଉଛି। ତେବେ ନଦୀ, ପାହାଡ କିମ୍ବା ଘନ ଜଙ୍ଗଲ ଥିବା ରାସ୍ତାରେ ଅନୁମତି ଦିଆଯିବ ନାହିଁ। ଅନ୍ୟୁନ ୬୦ ରୁ ୭୦ ପ୍ରତିଶତ ସ୍କୁଲରେ ଉପସ୍ଥାନ ଥିବା ଛାତ୍ରଛାତ୍ରୀଙ୍କୁ ମାସିକ ୬୦୦/- ଟଙ୍କା ଲେଖାଏଁ ଏବଂ ଏକ କାଳୀନ ୩୦୦୦/- ଟଙ୍କା ଲେଖାଏଁ ଦିଆଯିବା ପାଇଁ  ପ୍ରସ୍ତାବ ରହିଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ସରକାରଙ୍କ ଏହି ନିର୍ଦ୍ଦେଶ ଅନୁଯାୟୀ ଗତ ୨୦୧୯-୨୦ ଶିକ୍ଷା ବର୍ଷରେ ସ୍କୁଲମାନଙ୍କର ଛାତ୍ରଛାତ୍ରୀସଂଖ୍ୟାକୁ ନେଇ ୧୫ଟି ପ୍ରାଇମେରୀ ଓ ୪ଟି ଅପର ପ୍ରାଇମେରୀ ସ୍କୁଲ ନିକଟସ୍ଥ ଅନ୍ୟ ସ୍କୁଲରେ ସାମିଲ କରାଯିବା ପାଇଁ ପ୍ରସ୍ତୁତ ହୋଇଛି। ଲୋଇସିଂହା ବ୍ଲକର ୨୧ରୁ କମ୍ ପିଲା ଥିବା ଭାଲିଆମୁଣ୍ଡା, ସଲତରପାଲି, କରନପାଲି, ସିଆଲବାହାଲି, ଫଟାମୁଣ୍ଡା, ଲାଟସର, ଜଟ୍ଟିପାଲି, ମନସା ପାଲି, କଟାପାଲି, ଭୋଇପାଲି, ବିଜାପାଟି, ବୁଡାବାହାଲ, ଡୁମେରଝରନ, ଜାମଯୁରୀ, କୁଶମେଲ କଲୋନି ଆଦି ପ୍ରାଇମେରୀ ସ୍କୁଲ ସମେତ ୪୦ରୁ କମ୍ ପିଲା ଥିବା ବିଶାଲପାଲି, ସୁଜିଆ, ସାନଝାଙ୍କରପାଲି ଓ ଭାଲିଆମୁଣ୍ଡା ଆଦି ଅପର ପ୍ରାଇମେରୀ ସ୍କୁଲ ବନ୍ଦ କରାଯାଇ ଏଠାରେ ପାଠ ପଢୁଥିବା ଛାତ୍ରୀଛାତ୍ରୀଙ୍କୁ ନିକଟସ୍ଥ ଅନ୍ୟ ସ୍କୁଲକୁ ନିଆଯିବ ବୋଲି ସୂଚନା ମିଳିଛି। ତେବେ ନିଜ ଗ୍ରାମର ସ୍କୁଲ ବନ୍ଦ ହେବା ନେଇ ସଂପୃକ୍ତ ଗ୍ରାମବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ କେତେକ ଗ୍ରାମରେ ଅଭିଭାବକମାନେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ସରକାରଏହାର ପୁନଃବିଚାର କରି ସ୍କୁଲ ବନ୍ଦ ନକରିବା ପାଇଁ ଦାବି କରୁଛନ୍ତି। ତେବେ ଗଣଶିକ୍ଷା ମନ୍ତ୍ରୀ ଏହି ସମସ୍ୟାକୁ ଉପଲବ୍ଧି କରି ନିକଟରେ ଆଉ ଏକ ଘୋଷଣା କରିଛନ୍ତି। କେବିକେ ଅଞ୍ଚଳରେ ଏହି ନିୟମ କୋହଳ କରାଯିବ ବୋଲି ଘୋଷଣା କରିବା ପରେ ଅଭିଭାବକମାନେ ଆଶ୍ୱସ୍ତ ହୋଇଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories