www.samajalive.in
Saturday, December 6, 2025
16.1 C
Bhubaneswar

୧୯୭୩ ମାଟ୍ରିକ୍‌ ଟପ୍ପର ହେଲେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ କୁଳପତି

ଭୁବନେଶ୍ବର: ସେ ଥିଲେ ସାରା ରାଜ୍ୟରେ ମାଟ୍ରିକ୍‌ ଟପ୍ପର। ରୁଚି ଥିଲା ଶିକ୍ଷାଦାନ। ସେଥିପାଇଁ ସେ ଆଇଏ ପରେ ବିଏ(ଇତିହାସ ସମ୍ମାନ) ପଢ଼ିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଟପ୍ପର ହୋଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ଶିକ୍ଷାଦାନ ପାଇଁ ପ୍ରସ୍ତୁତି। ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଏମ୍‌ଏ(ଆର୍କିଓଲୋଜି) ଏବଂ ଉତ୍କଳ ବିଶ୍ବବିଦ୍ୟାଳୟରେ ଏମ୍‌ଏ ଆନ୍‌ଥ୍ରୋପୋଲୋଜି(ପ୍ରିହିଷ୍ଟୋରରି ଆର୍କିଓଲୋଜି)ରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ତା’ପରେ ଆନ୍‌ଥ୍ରୋପୋଲୋଜିରେ ଅଧ୍ୟାପକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୧୯୯୧ରେ ଲଣ୍ଡନ ବିଶ୍ବବିଦ୍ୟାଳୟରୁ ପିଏଚ୍‌ଡି ଡିଗ୍ରୀ ହାସଲ କରି ଶିକ୍ଷାଜଗତରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ହେଉଛନ୍ତି କିଶୋର କୁମାର ବାସା। ଆଜି ପ୍ରଫେସର କିଶୋର କୁମାର ବାସାଙ୍କୁ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର କୁଳପତି ଭାବେ ରାଜ୍ୟପାଳ ତଥା କୁଳାଧିପତିଙ୍କ ପକ୍ଷରୁ ନିଯୁକ୍ତି ପ୍ରଦାନ କରାଯାଇଛି।
ପ୍ରଫେସର କିଶୋର କୁମାର ବାସା ୧୯୭୩ରେ ସମଗ୍ର ରାଜ୍ୟରେ ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଓଡ଼ିଶା ଟପ୍ପର ହୋଇଥିଲେ। ତାଙ୍କର ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ୩୮ବର୍ଷର ଅଭିଜ୍ଞତା ରହିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭନ୍ନ ଅନୁଷ୍ଠାନରେ ନିର୍ଦେଶକ, ଅଧ୍ୟକ୍ଷ ରହିଥିବା ପ୍ରଫେସର ବାସା କେନ୍ଦ୍ର ସରକାରଙ୍କ ଟାଗୋର୍‌ ନ୍ୟାସ୍‌ନାଲ୍‌ ଫେଲୋସିପ୍‌ ପାଇଥିଲେ। ପ୍ରଫେସର କିଶୋର କୁମାର ବାସା ୯ଟି ପୁସ୍ତକରେ ମୁଖ୍ୟ ସମ୍ପାଦକ ରହିଥିବାବେଳେ ୧୧ଟି ସମ୍ପାଦକ ରହିଛନ୍ତି। ବିଭନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଜର୍ଣ୍ଣାଲ୍‌ରେ ତାଙ୍କର ୭୯ ଗବେଷଣାତ୍ମକ ନିବନ୍ଧ ପ୍ରକାଶ ପାଇଛି। ତାଙ୍କ ଅଧୀନରେ ୯ଜଣ ଛାତ୍ରଛାତ୍ରୀ ପିଏଚ୍‌ଡି ଡିଗ୍ରୀ ହାସଲ କରିଛନ୍ତି।

୧୯୯୧ରେ ଲଣ୍ଡନ ବିଶ୍ବବିଦ୍ୟାଳୟରୁ ପିଏଚ୍‌ଡି ଡିଗ୍ରୀ ହାସଲ କରି କରିଥିବା ପ୍ରଫେସର କିଶୋର କୁମାର ବାଶାଙ୍କର ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ୩୮ବର୍ଷର ଅଭିଜ୍ଞତା ରହିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭନ୍ନ ଅନୁଷ୍ଠାନରେ ନିର୍ଦେଶକ, ଅଧ୍ୟକ୍ଷ ରହିଥିବା ପ୍ରଫେସର ବାଶା କେନ୍ଦ୍ର ସରକାରଙ୍କ ଟାଗୋର୍‌ ନ୍ୟାସ୍‌ନାଲ୍‌ ଫେଲୋସିପ୍‌ ପାଇଥିଲେ। ଭୋପାଳସ୍ଥିତ ଇନ୍ଦିରା ଗାନ୍ଧି ରାଷ୍ଟ୍ରୀୟ ମାନବ ସଂଗ୍ରହାଳୟର ନିର୍ଦେଶକ, ଭାରତୀୟ ନୃତତ୍ତ୍ବ ସର୍ବେକ୍ଷଣର ନିର୍ଦେଶକ, କଲକାତା ଇଣ୍ଡିଆନ୍‌ ମ୍ୟୁଜିୟମ୍‌ର ନିର୍ଦେଶକ, ଉତ୍କଳ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଓ ପିଜି କାଉନ୍‌ସିଲ୍‌ ଚେୟାର୍‌ମ୍ୟାନ୍, ପ୍ରଥମ ସେଲ୍ଫ ଫାଇନାନ୍‌ସିଂ ନିର୍ଦେଶକ, ନୃତତ୍ତ୍ବ ବିଭାଗ ମୁଖ୍ୟ, ସେଣ୍ଟର୍‌ ଫର ଆଡ୍‌ଭାନ୍ସଡ୍‌ ଷ୍ଟଡ଼ି କୋଅର୍ଡିନେଟର ଆଦି ପଦପଦବୀରେ ସଫଳତାର ସହ କାର୍ଯ୍ୟ କରିଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories