www.samajalive.in
Saturday, December 13, 2025
27.1 C
Bhubaneswar

ଆଇଏସ୍‌ଏଲ : ଓଡ଼ିଶା ଏଫ୍‌ସି-ହାଇଦରାବାଦ ମ୍ୟାଚ୍‌ ଆଜି

କଟକ : ନୂଆ ସିଜିନ୍‌। ପୁରୁଣା ଆହ୍ବାନ ସହ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ) ୭ମ ସଂସ୍କରଣ ଅଭିଯାନ ଆରମ୍ଭ କରିବ ଓଡ଼ିଶା ଭିତ୍ତିକ ଦଳ ଓଡ଼ିଶା ଏଫ୍‌ସି। ସୋମବାର ଗୋଆର ଜିଏମ୍‌ସି ଆଥ୍‌ଲେଟିକ୍‌ ଷ୍ଟାଡ଼ିୟମରେ ଓଡ଼ିଶା ଏଫ୍‌ସି ସିଜିନର ପ୍ରଥମ ମ୍ୟାଚ ହାଇଦରାବାଦ୍‌ ଏଫ୍‌ସି ସହିତ ଖେଳିବ। ନୂତମ ପ୍ରଶିକ୍ଷକ ଓ ଅଧିନାୟକଙ୍କ ନେତୃତ୍ବରେ ଓଡ଼ିଶା ଏଫ୍‌ସି ନୂଆ ସିଜିନ୍‌ରେ ଭଲ ଆରମ୍ଭ କରିବାର ଲକ୍ଷ୍ୟ ରଖିଛି।
୨୦୧୯-୨୦ ପଦାର୍ପଣ ସିଜିନ୍‌ରେ ଓଡ଼ିଶା ଏଫ୍‌ସି ୧୮ଟି ମ୍ୟାଚ ଖେଳି ୭ଟି ବିଜୟ, ୪ଟି ଡ୍ର ଓ ୭ଟି ପରାଜୟ ସହ ୨୫ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ରହିଥିଲା। ଚଳିତ ସିଜିନ୍‌ରେ ଦଳ ନୂତନ ଭାବେ ୬ ବିଦେଶୀ ଓ ୧୧ ଜଣ ଭାରତୀୟ ଖେଳାଳିଙ୍କୁ ସାମିଲ କରିଛି। ଏହାଛଡ଼ା ଜୋଶେଫ ଗାମ୍ବାଉଙ୍କ ସ୍ଥାନରେ ନୂତନ ପ୍ରଶିକ୍ଷକ ଷ୍ଟିୱାଟ୍‌ ବାକ୍ସଟର ଓ ଅଧିନାୟକ ଷ୍ଟିଭେନ୍‌ ଟେଲରଙ୍କ ନେତୃତ୍ବରେ ଦଳ ଖେଳିବ। ଗତବର୍ଷ ଋଣରେ ଆସିଥିବା ମାନୁଏଲ ଓନୁଙ୍କ ସମେତ ବ୍ରାଜିଲର ଡିଏଗୋ ମୋରିସିଓ, ମାର୍ସେଲିନୋ, ଅଷ୍ଟ୍ରେଲିଆର ଜ୍ୟାକବ୍‌ ଟ୍ରାକ୍‌, ଦକ୍ଷିଣ ଆଫ୍ରିକାର କୋଲ ଆଲେକ୍‌ଜାଣ୍ଡର ଓ ଇଂଲଣ୍ଡର ଷ୍ଟିଭେନ୍‌ ଟେଲର ପ୍ରମୁଖ ସାମିଲ ହୋଇଛନ୍ତି। ଭାରତୀୟ ଖେଳାଳି ଭାବେ ଡାନିଏଲ ଲାହିମପୁଇଆ, ତୋଇବା ସିଂହ, ଓଡ଼ିଆ ଖେଳାଳି ଶୁଭମ ଷଡଙ୍ଗୀ ପ୍ରମୁଖ ରହିଛନ୍ତି। ଗୋଲକିପର ବିଭାଗରେ ଅଙ୍କିତ ଭୂୟାଁ, ଅର୍ଶଦୀପ୍‌ ସିଂହ, ସହ ପ୍ରଶିକ୍ଷକ ଭାବେ ଗ୍ୟାରୀ ପେଟ୍ରନ, ଷ୍ଟିଭେନ୍ ଡାଏସ୍‌ ଓ ଗୋଲକିପର କୋଚ ଭାବେ ରୋଜାରିଓ ରୋମାଶ ପ୍ରମୁଖ ରହିଛନ୍ତି। ଅନ୍ୟପକ୍ଷରେ ହାଇଦରାବାଦ୍‌ ଏଫ୍‌ସି ମଧ୍ୟ କୌଣସି ଗୁଣରେ କମ୍‌ ନୁହେଁ। ସୁବ୍ରତ ପଲ, ଆଦିଲ ଖାଁ, ସୌଭିକ୍‌ ଚକ୍ରବର୍ତ୍ତୀ ଭଳି ଭାରତୀୟ ଖେଳାଳି ରହିଛନ୍ତି। ଗତ ସିଜିନରେ ଉଭୟ ଦଳ ଦୁଇଥର ମୁହାଁମୁହିଁ ହୋଇଥିଲେ। ଏଥିରେ ଓଡ଼ିଶା ଏଫ୍‌ସି ପ୍ରଥମ ମ୍ୟାଚକୁ ୨-୧ ଓ ୨ୟ ମ୍ୟାଚକୁ ୩-୨ ଗୋଲରେ ବିଜୟୀ ହୋଇଥିଲା। ନୂଆ ସିଜିନ୍‌ ଲାଗି ଦଳ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ପ୍ରଥମ ମ୍ୟାଚ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ଖେଳାଳିମାନେ ଆତ୍ମବିଶ୍ବାସରେ ରହିଛନ୍ତି। ଓଡ଼ିଶା ଏଫ୍‌ସି ନୂଆ ଆହ୍ବାନକୁ ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି ମୁଖ୍ୟ ପ୍ରଶିକ୍ଷକ ଷ୍ଟିୱାଟ୍‌ ବାକ୍ସଟର କହିଛନ୍ତି।
ଭଲ ପ୍ରଦର୍ଶନ ନେଇ ଆଶାରଖିଛି: ଶୁଭମ୍
ଆଇଏସ୍‌ଏଲ ଖେଳିବା ନେଇ ପ୍ରତ୍ୟେକ ଖେଳାଳିଙ୍କ ନିକଟରେ ଉତ୍ସାହ ରହିଛି। ନୂତନ ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣରେ ଭଲ ଭାବେ ନିଜକୁ ପ୍ରସ୍ତୁତ କରିଛି। ହାଇଦରାବାଦ୍‌ ଏଫ୍‌ସି ସହିତ ପ୍ରଥମ ମ୍ୟାଚରେ ଭଲ ଆରମ୍ଭ କରିବା​‌ ଆମର ଲକ୍ଷ୍ୟ ରହିଛି ବୋଲି ଓଡ଼ିଆ ଡିଫେଣ୍ଡର ଶୁଭମ୍‌ ଷଡ଼ଙ୍ଗୀ କହିଛନ୍ତି। ଦଳରେ ଅଭିଜ୍ଞ ଓ ଦକ୍ଷ ଖେଳାଳି ରହିଛନ୍ତି। ଉକ୍ତ ସିଜିନ୍‌ ମୋ ପାଇଁ ବଡ଼ ଆହ୍ବାନ ବୋଲି ଶୁଭମ୍‌ କହିଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories