www.samajalive.in
Friday, December 12, 2025
27.1 C
Bhubaneswar

ଆଜି ପବିତ୍ର ଅଁଳା ନବମୀ ; କୋଭିଡ ନିୟମ ପାଇଁ ରାଧାପାଦ ଦର୍ଶନ ବନ୍ଦ

ପୁରୀ : ଆଜି ହେଉଛି ପବିତ୍ର ଅଁଳା ନବମୀ। ଏଥିପାଇଁ ପ୍ରତିବର୍ଷ ଭଳି  ସାକ୍ଷୀଗୋପାଳ ମନ୍ଦିରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମାତ୍ର ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଶ୍ରଦ୍ଧାଳୁମାନେ ରାଧା ପାଦ ଦର୍ଶନ ବନ୍ଦ ପାଇଁ କଟକଣା ଜାରି କରାଯାଇଛି। ମନ୍ଦିରରେ ପ୍ରବେଶ ମଧ୍ୟ ବନ୍ଦ ରହିଛି। କୋଭିଡ ନିୟମ ଅନୁଯାୟୀ କେବଳ ନୀତିନିୟମ ଅନୁସାରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବ। ଭିଡ ନହେବା ପାଇଁ , ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ସୂଚନା ଯୋଗ୍ୟ ସାକ୍ଷୀଗୋପାଳ ମନ୍ଦିର ପରିସରରେ ମଧ୍ୟରାତ୍ରରୁ ୧୪୪ ଧାରା ଲାଗୁ କରାଯାଇଛି। ଚନ୍ଦନପୋଖରୀ ଠାରୁ ସିଦ୍ଧବକୁଳ ପର୍ଯ୍ୟନ୍ତ , ମନ୍ଦିର ଚାରିପାଖ ୨୦୦ ମିଟର ଯାଏଁ ମଧ୍ୟ ଏହା ଲାଗୁ କରାଯାଇଛି। ଅଁଳା ନବମୀ ଅବସରରେ ଜନ ସମାଗମ ନହେବା ପାଇଁ ତଥା ସଂକ୍ରମଣ ନ ବ୍ୟାପିବା ପାଇଁ ସୁରକ୍ଷା ଦୃଷ୍ଟିରୁ କୋଭିଡ଼ ନିୟମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି କଟକଣା ଜାରି କରାଯାଇଛି। ଏହାସହ ୨୫ ତାରିଖ ବଡ଼ ଏକାଦଶୀ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories