www.samajalive.in
Friday, December 12, 2025
16.1 C
Bhubaneswar

ମୁଜାଗଡ ବନାଞ୍ଚଳରେ ୧୮ ହାତୀ ଗାଁ ମୁହାଁ ; ଫସଲ ଓ ବନ୍ୟଜନ୍ତୁ ସୁରକ୍ଷା ପାଇଁ ବିଭାଗୀୟ କର୍ମଚାରୀଙ୍କ ଆଖିରୁ ନିଦ ହଜିଲାଣି

ଭଞ୍ଜନଗର : ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ ବନାଞ୍ଚଳରେ ପ୍ରାୟ ୧୮ ପଟ ହାତୀ ଗାଁ ମୁହାଁ ହୋଇଥିବା ଜଣାପଡ଼ିଛି। ହାତୀପଲ ମହାଗୁଡା, ଡାଙ୍ଗୁଆପଲ୍ଲି ପ୍ରଭୃତି ବନାଞ୍ଚଳ ଗ୍ରାମମାନଙ୍କର ଧାନ କ୍ଷେତରେ ପଶି ଧାନ ଫସଲ କ୍ଷତି ଘଟାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭାଳେଣୀ ପଡିଯାଇଛି। ରବିବାର ଡାଙ୍ଗୁଆପଲ୍ଲି ଓ ମହାଗୁଡା ଗ୍ରାମର ପ୍ରାୟ ୫ ଶହରୁ ଅଧିକ ଲୋକ ମୁଖ୍ୟ ରାସ୍ତା କଡରେ ଜଗି ରହିଛନ୍ତି। ବିଭାଗୀୟ କର୍ମଚାରୀ ଓ ଗ୍ରାମବସୀଙ୍କ ଉଦ୍ୟମ କ୍ରମେ ହାତୀ ଘଉଡା ଅଭିଯାନ ଯୋରଦାର କରାଯାଇଥିଲା। ଫଳରେ ହାତୀପଲ ଜଙ୍ଗଲ ଭିତରକୁ ଚାଲି ଯାଇଥିବା ବେଳେ ଅଦିନିଆ ମେଘ ଓ ବର୍ଷା ଆଶଙ୍କା କରି ଗ୍ରାମବାସୀ କ୍ଷେତରେ ପଡ଼ିଥିବା ଧାନ କଳେଇକୁ ରାସ୍ତା ଉପରକୁ ନେଇ ଆସିଥିଲେ। କିନ୍ତୁ ହାତୀପଲ ଜଙ୍ଗଲ ଭିତରୁ ବାହାରି ଆସି ରାସ୍ତା ଉପରେ ଗଦା ହୋଇଥିବା ଧାନ କଳେଇ ସବୁକୁ ଫିଙ୍ଗା ଫୋପଡା ଓ ନଷ୍ଟ କରିବାର ଆଶଙ୍କା ନେଇ ଗ୍ରାମବାସୀ ଆଜି ଦିନ ତମାମ ଏହି ଜଙ୍ଗଲ ରାସ୍ତା ଉପରେ ଜଗି ରହିଥିଲେ। ହାତରେ ନିଆଁ ହୁଳା ଓ ବାଣ ଫୁଟାଇବା ସହ ହାହୋଲା ଚଳାଇ ଜଙ୍ଗଲ ଭିତରୁ ହାତୀ ଯେପରି ପଦାକୁ ନ ଆସିବ ସେହି ଦିଗରେ ଗ୍ରାମବାସୀ ଅଧିକ ସଜାଗ ହୋଇ ରହିଥିଲେ।

ଧାନ ଫସଲକୁ ହାତୀ ପଲ କବଳରୁ ରକ୍ଷା କରିବା ନିମନ୍ତେ ଉଭୟ ଗ୍ରାମବାସୀଙ୍କର ଏହା ମୁକାବିଲା ଭଳି ଅଭିଯାନ ପରି ମନେ ହୋଇଥିଲା। ତେବେ, ଶୀତ କାକର ରାତିରେ ମଧ୍ୟ ଗ୍ରାମବାସୀ ଏହି ଜଙ୍ଗଲ ରାସ୍ତାରେ ପଡ଼ି ରହି ହାତୀ କବଳରୁ ଫସଲର ସୁରକ୍ଷା ପାଇଁ ଜଗି ରହିଥିବା ବେଳେ ଏମାନଙ୍କ ସହ ଜଙ୍ଗଲ କର୍ମଚାରୀ ମଧ୍ୟ ଉପସ୍ଥିତ ଥିବା କଥା ବନପାଳ ସୁକାନ୍ତ କୁମାର ନାୟକ ପ୍ରକାଶ କରିଛନ୍ତି। ସେହିପରି କେନ୍ଦ୍ରୀୟ ବନାଞ୍ଚଳର ଦୁମିଦୁମି ଜଙ୍ଗଲରେ ହାତୀପଲ ରହି ଗୁଡିବନ୍ଧ, ସିଆରିମାଳ ଓ ପଳାସପଲ୍ଲି ଗ୍ରମାବାସୀଙ୍କ ଧାନ କ୍ଷେତରେ ପଶି ଫସଲ ନଷ୍ଟ କରୁଥିବାରୁ ବିଭାଗୀୟ କର୍ମଚାରୀ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ହାତୀଘଉଡା ଅଭିଯାନ ଚାଲୁ ରହିଥିବା କଥା ରେଞ୍ଜର କୁମର ବେହେରା ପ୍ରକାଶ କରିଛନ୍ତି।

- Advertisement -

ସୂଚନା ଯୋଗ୍ୟ ଯେ ହାତୀ ପାଇଁ ଜଙ୍ଗଳରେ ଉପଯୁକ୍ତ ଖାଦ୍ୟର ଅଭାବ ତଥା ବାଉଁଶ ବଣର ବ୍ୟାପକ ଅବକ୍ଷୟ ଯୋଗୁଁ ହାତୀପଲ ଏବେ ଗାଁ ମୁହାଁ ହୋଇଥିବାର ଜଣାପଡ଼ିଛି। ଫଳରେ ନିଜ ନିଜର ଜୀବନ ଜୀବିକା ନିର୍ବାହ ପାଇଁ ଏବେ ହାତୀ-ମଣିଷର ଲଢେଇ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଫସଲର ସୁରକ୍ଷା ସହ ହାତୀର ସୁରକ୍ଷା ନେଇ ଏବେ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ଆଖିରୁ ନିଦ ହଜି ଯାଇଛି। ଯେହେତୁ, ଜଙ୍ଗଲରେ ବିଚରଣ କରୁଥିବା ବହୁ ପରିମାଣରେ ବାରାହ କବଳରୁ ଫସଲକୁ ରକ୍ଷା କରିବା ନେଇ କିଛି ଚାଷୀ ବିଦ୍ୟୁତ ସଂଯୋଗ ଜିଆଇ ତାର ନିଜ କ୍ଷେତର ଚତୁପାର୍ଶରେ ବିଛାଇଥିବା ବେଳେ ଭୁଲବଶତଃ ହାତୀ ଓ ମଣିଷ ସେଥିରେ ଛନ୍ଦି ହୋଇ ଜୀବନ ଚାଲି ଯାଇଛି। ସେହିପରି କିଛି ଅସମାଜିକ ବ୍ୟକ୍ତି ବାରାହା ଓ ହରିଣ ଶିକାର ଉଦ୍ଦେଶ୍ୟରେ ବିଦ୍ୟୁତ ସଂଯୋଗ ଜିଆଇ ତାର ଜଙ୍ଗଲରେ ବିଛାଇ ରଖିଥିବା ବେଳେ ବାରାହା ବଦଳରେ ହାତୀ ଶିକାର ହୋଇଥିବାର ଅତୀତରେ ବହୁ ଦୃଷ୍ଟାନ୍ତ। ଏହି ସବୁ ଦୃଷ୍ଟାନ୍ତକୁ ଆଖି ଆଗରେ ରଖି ଫସଲ କ୍ଷତିର ପ୍ରାପ୍ୟ ଜଙ୍ଗଲ ବିଭାଗ ଦେବାକୁ ପ୍ରସ୍ତୁତ-କିନ୍ତୁ, ବନ୍ୟ ଜନ୍ତୁ ଉପରେ ଆକ୍ରମଣ ନ କିରିବାକୁ ବନାଞ୍ଚଳର ଗାଁ ଗାଁରେ ବନ କର୍ମଚାରୀମାନେ ସଚେତନା ସୃଷ୍ଟି କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories