www.samajalive.in
Friday, December 12, 2025
16.1 C
Bhubaneswar

ଗୁପ୍‌ଚୁପ୍ ବ୍ୟବସାୟୀଙ୍କୁ ଗୁଳିମାଡ ଘଟଣା; ଅଭିଯୁକ୍ତ ଗିରଫ 

ବୁଗୁଡ଼ା : ପୋଲସରା ଥାନା ଅନ୍ତର୍ଗତ ରୁମାଗଡ଼ ଓ ମନ୍ଦାର ରାସ୍ତାର ଡ଼ିମିରିପଲ୍ଲୀ ଛକ ନିକଟରେ  ଜଣେ ଗୁପ୍‌ଚୁପ୍ ବିକାଳିଙ୍କୁ ଗୁଳିମାଡ଼ ଘଟଣାରେ ପୁଲିସ ଆଜି ଅଭିଯୁକ୍ତ ବିକାଶ ସିଂକୁ ଗିରଫ କରିବା ସହ ତା ନିକଟରୁ ପିସ୍ତଲ ଓ ଦୁଇଟି ଅଫୁଟା ଗୁଳି ଜବତ କରିଥିବା ଜଣାପଡିଛି ।ଗୁଳିମାଡ଼ରେ ଆହତ ଗୁପ୍‌ଚୁପ୍ ବ୍ୟବସାୟୀ ବିହାର ଅଞ୍ଚଳର ଧ୍ୟାନେନ୍ଦ୍ର ସିଂଙ୍କୁ ପ୍ରଥମେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ  ସ୍ଥାନାନ୍ତର କରାଯାଇଛି ।
ଘଟଣାରୁ ପ୍ରକାଶ ଯେ, ଗତ କାଲି ସନ୍ଧ୍ୟାରେ ବିକାଶ ତା’ର ବନ୍ଧୁ ଧ୍ୟାନେନ୍ଦ୍ରକୁ ବାହାଘର ଭୋଜିରେ ଗୁପ୍‌ଚୁପ୍ ଯୋଗାଇବା ନେଇ କଥା ହେବା ବାହାନା କରି ରୁମାଗଡ଼ ଗାଁକୁ ଡାକି ନେଇ ରାସ୍ତାରେ ଅତି ନିକଟରୁ ଗୁଳି କରିଥିଲା । ଧ୍ୟାନେନ୍ଦ୍ରଙ୍କ ପେଟରେ ଗୁଳି ବାଜି ଥିଲେ ହେଁ ଧ୍ୟାନେନ୍ଦ୍ର ନିଜ ବାଇକ୍ ଚଳାଇ କଷ୍ଟେ ମଷ୍ଟେ ବାଲିପଦର ପଳେଇଆସି ଥିଲେ । ସେଠାରେ ପହଂଚିବା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ନିଆଯାଇଥିଲା ।ଧ୍ୟାନେନ୍ଦ୍ର  ବାଲିପଦର ହନୁମାନ ବଜାର ନିକଟରେ  ଘର ଭଡା ନେଇ ରହି ଗୁପଚୁପ ବେପାର କରୁଥିଲା  । ସେଠାରେ ଜନୈକା ବିବାହିତା ମହିଳାଙ୍କ ସହ ଗଢିଉଠିଥିବା ସମ୍ପର୍କକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ପ୍ରତିଶୋଧ ନେବା ପାଇଁ ବିକାଶ ମଝିରେ ବିହାର ଯାଇ ପିସ୍ତଲ କିଣି ସୁଯୋଗ ଅପେକ୍ଷାରେ ଥିଲା ଏବଂ କାଲି ସନ୍ଧ୍ୟାରେ ରୁମାଗଡ଼ ଡାକି ନେଇ ଏହି କାଣ୍ଡ ଭିଆଇ ଥିଲା ।ଅଭିଯୁକ୍ତକୁ ପୋଲସରା ପୁଲିସ ହେପାଜତରେ ରଖି ପଚରା ଉଚରା ଜାରି ରଖିଛି l

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories