ଭୁବନେଶ୍ବର: ଜଣେ ନାବାଳକଙ୍କ ମୃତ୍ୟୁକୁ ନେଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍ରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ ଚିକିତ୍ସା ଯୋଗୁ ମୃତ୍ୟୁ ହୋଇଥିବା ପରବାର ପକ୍ଷରୁ ଅଭିଯୋଗ ହୋଇଛି।ମୃତ ନାବାଳକ ଭରତପୁର ଅଞ୍ଚଳର ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ୩ଦିନ ତଳେ ତାଙ୍କର ହାତ ଭାଙ୍ଗି ଯିବାରୁ ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ ଓ ସୁସ୍ଥ ଥିଲେ। ଆଜି ତାଙ୍କର ଅପରେସନ୍ କରାଯାଇଥିଲା। ଅପରେସନ୍ର କିଛି ସମୟ ପରେ ଉକ୍ତ ନାବାଳକଙ୍କ ମୃତ୍ୟୁ ହୋଇଯାଇଥିଲା। ଭୁଲ୍ ଚିକିତ୍ସା ଯୋଗୁ ନାବାଳକଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ସେହି ଘରୋଇ ହସ୍ପିଟାଲ୍ରେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ମାତ୍ରାଧିକ ନିଶ୍ଚେତକ ଦିଆଯାଇଥିବାରୁ ନାବାଳକଙ୍କ ମୃତ୍ୟୁ ହୋଇଥିଲା। ତେଣୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ କ୍ଷତି ପୂରଣ ଦିଆଯାଉ ବୋଲି ପରିବାର ଲୋକେ ଦାବି କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିଥିବା ସୂଚନା ମିଳିଛି ।



