www.samajalive.in
Monday, December 8, 2025
24.1 C
Bhubaneswar

୫ଦିନ ହେଲା ବଣୁଆ ହାତୀଙ୍କ ଉପଦ୍ରବ, ଚାଷୀଙ୍କ ଫସଲ ନଷ୍ଟ

କଂଟାବାଂଜି : ବଲାଙ୍ଗିର ଜିଲ୍ଲା ତୁରକେଲା ଥାନା ଅଂଚଳର ବିଭିନ୍ନ ଗାଁରେ ୫ ଦିନ ହେଲା ବଣୁଆ ହାତୀଗୁଡିକ ଆସି ଚାଷୀମାନଙ୍କ ଅମଳ ହୋଇଥିବା ଧାନ ଚାଷ ଖାଇବାରେ ଲାଗିଛନ୍ତି।  କଂଟାବାଂଜି ଫରେଷ୍ଟ ରେଂଜ ଅଧିନସ୍ଥ ରାଜୁ ରିଜର୍ଭ ଫରେଷ୍ଟ ଅଂଚଳର ତୁରେକେଲା ପଂଚାୟତ ଗଂଜାଗୁଉଡାର, ମହନିଲହ, ବାଗବେଲ, ବାହାବଲ, ମହୁଲପାଟି ପଂଚାୟତର ମହୁଲପାଟି, କନ୍ଦାଗାଡ, ମଲିକଦରୋ ଅଂଚଳରେ  ୨୮ଟି ହାତୀ ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଅଂଚଳରୁ ପଲାଇ ଆସିଥିବା ଜଂଗଲ ବିଭାଗ ଦେଇଥିବା ସୂଚନାରୁ ଜଣାପଡିଛି। ବଲାଙ୍ଗିର ଫରେଷ୍ଠ ଡିଭିଜିନାଲ ଅଫିସର ସମୀର କୁମାର ଶତପଥିଙ୍କ ଦେଇଥିବା ସୂଚନା ଅନୁସାରେ କ୍ଷୟକ୍ଷତି ହୋଇଥିବା ବିଷୟ କୌଣସି ବ୍ୟକ୍ତି ସୂଚନା ଦେଇ ନ ଥିବା ବେଳେ ରବିବାର ଦିନ ଗଂଜାଉଡାର ଓ ତୁରେକେଲା ରେଲଷ୍ଟେସନ ଅଂଚଳରେ ଥିବାର କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ ତୁରେକେଲା ପଂଚାୟତର ଗଂଜାଉଡାର,ବାଗବେଲ ତଥା ବାହାବଳ ଅଂଚଳରେ ଧାନ ଓ କପା ଚାଷକୁ ହାତୀମାନେ କ୍ଷୟକ୍ଷତି କରିଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ଏପରିକି ତୁରେକେଲା ୧୧ କେ.ଭି. ଫିଡର ଲାଇନ ହାତୀ ଚଳାଚଳ ଯୋଗୁଁ ଗତ ରବିବାରି ସଂଧ୍ୟାରୁ ଲାଇନ କଟାଯାଇଥିବାରୁ ତୁରେକେଲା ଥାନା ଅଂଚଳର ୨୨ଟି ଗ୍ରାମର ଲୋକେ ଦୁଇ ଦିନ ହେଲା ଅଂଧାରରେ ରହିଥିବା କହିଛନ୍ତି। ଗତବର୍ଷ ମଧ୍ୟ ଲରମ୍ଭା ଅଂଚଳରୁ ହାତୀପଳ ତୁରେକେଲା ଅଂଚଳକୁ ଆସି ଫସଲ ନଷ୍ଟ କରିଥିବା ଓ ପଖନମୁଣ୍ଡା ଗାଁର ବ୍ୟକ୍ତି ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିଲା। ତୁରେକେଲା ଅଂଚଳକୁ ହାତୀ କରିଡର କରିବା ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories