www.samajalive.in
Sunday, December 7, 2025
14.1 C
Bhubaneswar

ପରୀକ୍ଷା ବଢ଼ାଅ, ରାଜ୍ୟଙ୍କୁ କେନ୍ଦ୍ର ସରକାରଙ୍କ ନିର୍ଦେଶ

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପରିପ୍ରେକ୍ଷୀରେ ଶନିବାର କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ପରୀକ୍ଷା ବୃଦ୍ଧି କରାଇବାକୁ ପରାମର୍ଶ ଦେଇଛନ୍ତି। ଭାରତର ଅନେକ ସ୍ଥାନରେ କରୋନାର ସମ୍ଭାବ୍ୟ ଦ୍ବିତୀୟ ଲହର ଆରମ୍ଭ ହୋଇସାରିଥିବାରୁ ଏହାକୁ ଆଖିରେ ରଖି କେନ୍ଦ୍ର ସରକାର ଏହି ନିର୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତି ଅନୁସାରେ ୟୁରୋପ ଓ ଆମେରିକୀୟ ରାଷ୍ଟ୍ରଗୁଡ଼ିକରେ ଦୈନିକ କରୋନା ସଂକ୍ରମଣ ପରିମାଣ ବଢ଼ିଚାଲିଛି।

ଭାରତର କିଛି ରାଜ୍ୟରେ ମଧ୍ୟ ସଂକ୍ରମଣ ବଢ଼ିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ପର୍ୟ୍ୟାପ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁଯାୟୀ, ଶନିବାର ସକାଳ ୮ଟା ସୁଦ୍ଧା ଭାରତରେ ସମୁଦାୟ ସଂକ୍ରମଣ ୯୦୫୦୫୯୮ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୧୩୨, ୭୨୬ରେ ପହଞ୍ଚିଛି। ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୬,୨୩୨ ନୂଆ ସଂକ୍ରମିତ ହୋଇଛନ୍ତି। ସେହିଭଳି ଏହି ସମୟରେ ୫୬୪ଜଣଙ୍କର ମୃତ୍ୟୁ ଘଟିଛି। ଦେଶରେ ସମ୍ପ୍ରତି ଦୈନିକ ୧୦ଲକ୍ଷ କରୋନା ପରୀକ୍ଷା କରାଯାଉଛି ଏବଂ ଏହାକୁ ଆହୁରି ବଢ଼ାଇବା ପାଇଁ ସରକାର ପ୍ରୟାସ କରୁଛନ୍ତି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories