ନବରଙ୍ଗପୁର: ନବଜାତ ଶିଶୁ ପୁତ୍ରକୁ ନେଇ ସିଡବ୍ଲ୍ୟୁସି ଓ ମହିଳାଙ୍କ ମଧ୍ୟରେ ଟଣାଓଟରା। ଶିଶୁକୁ ମୁ କାଜୁ ଜଙ୍ଗଲରୁ ପାଇଛି ଶିଶୁ ଉପରେ ମୋର ପ୍ରଥମ ଅଧିକାର, ଶିଶୁକୁ ପାଳିବା ପାଇଁ ମୋତେ ନଦେଲେ ଆତ୍ମହତ୍ୟା କରିବି ବୋଲି କହୁଛନ୍ତି ମହିଳା।
ନବରଙ୍ଗପୁର ଜିଲ୍ଲା କଷାଗୁମୁଡ଼ା ଥାନା ଅନ୍ତର୍ଗତ କର୍ଚ୍ଚାମାଲ ପଞ୍ଚାୟତର ରିଙ୍ଗଗୁଡା ଗାଁର ଘଟଣା। ଦୁଇ ଦିନ ତଳେ ରିଙ୍ଗଗୁଡା ଗାଁର ସୁନାତନୀ ହରିଜନ ନାମକ ମହିଳା ସକାଳ ୬ ଟାରେ ଗାଁ ନିକଟସ୍ଥ କାଜୁ ଜଙ୍ଗଲକୁ ଶୌଚ ହେବାକୁ ଗଲାବେଳେ ଏକ ନବଜାତ ଶିଶୁ କାନ୍ଦିବାର ଶୁଣିଥିଲେ ଏହାପରେ ସେ ଶିଶୁଟିର କାନ୍ଦିବା ଶବ୍ଦ ଶୁଣି ଶିଶୁ ନିକଟରେ ପହଞ୍ଚିବା ପରେ ଶିଶୁ ପୁତ୍ରଟି ଫୁଲ ଓ ନାଭି ସହ ତଳେ ମାଟିରେ ପଡିରହିଥିବା ଏବଂ କିଛି ସମୟ ପୂର୍ବରୁ ଶିଶୁପୁତ୍ରଟିକୁ ଜନ୍ମ କରି କେହି ଜଣେ ମହିଳା ଛାଡି ଚାଲିଯାଇଥିଲା। ଏହାପରେ ସୁନାତନି ନବଜାତ ଶିଶୁପୁତ୍ରକୁ ଧରି ଘରକୁ ଚାଲିଆସିଥିଲେ ଏବଂ ଗାଁ ଆଶାକର୍ମୀଙ୍କୁ ଡାକିଥିଲେ। ଆଶାକର୍ମୀ ଜଣକ ଶିଶୁର ନାଭି କାଟି ସଫାସୁତୁରା କରିଦେଇଥିଲେ। ଏହାପରେ ନବଜାତ ଶିଶୁକୁ ଆବଶ୍ୟକୀୟ ଟୀକା, ଇଂଜେକସନ ଦେବାକୁ ପଡିବ ତେଣୁ ଡାକ୍ତରଖାନା ନେବାକୁ ଆଶାକର୍ମୀ କହିଥିଲେ। ଶିଶୁକୁ କାଳେ କିଏ ନେଇଯିବେ ଏହା ଚିନ୍ତାକରି ପ୍ରଥମେ ସୁନାତନି ମେଡ଼ିକାଲ ନେବାକୁ ରାଜି ହୋଇନଥିଲେ କିନ୍ତୁ ଆଶାକର୍ମୀ ବାଧ୍ୟ କରିବାରୁ ପରେ ଶିଶୁକୁ ନେଇ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ହସ୍ପିଟାଲ କତ୍ତୃପକ୍ଷ ଶିଶୁଟିକୁ ଏକ କାଜୁ ଜଙ୍ଗଲରୁ ଉଦ୍ଧାର କରାଯାଇଥିବା ଜାଣିବାପରେ ନବରଙ୍ଗପୁର ସିଡବ୍ଲ୍ୟୁସି କୁ ଖବର ଦେଇଥିଲେ।
ସିଡବ୍ଲ୍ୟୁସି ମେଡ଼ିକାଲରେ ପହଞ୍ଚି ଶିଶୁଟିର ସ୍ଵାସ୍ଥ୍ୟ ଅବସ୍ଥା ବିଷୟରେ ଡାକ୍ତରଙ୍କୁ ପଚାରି ବୁଝିବା ପରେ ଏବେ ଶିଶୁଟିକୁ ନବରଙ୍ଗପୁର ମୁଖ୍ୟ ଡାକ୍ତରଖାନାର ଏସଏନସିୟୁରେ ରଖାଯାଇଛି। ନବଜାତ ଶିଶୁ ବର୍ତମାନ ସିଡବ୍ଲ୍ୟୁସି ଅଧୀନରେ ରହିଥିବା ବେଳେ ସରକାରୀ ନିୟମ ପ୍ରକାରେ ଶିଶୁଟିକୁ ପୋଷ୍ୟପୁତ୍ର ଭାବରେ ପାଇବା ପାଇଁ ଦରଖାସ୍ତ କରିବାକୁ ପଡିବ ଏବଂ ଏଥିରେ ସମୟ ଲାଗିବ ଓ ଏହି ଶିଶୁକୁ ହିଁ ତମକୁ ଦିଆଯିବ ତାହାର କୌଣସି ମାନେ ନାହିଁ ବୋଲି ସିଡବ୍ଲ୍ୟୁସି କହିବା ପରେ ଶିଶୁଟିକୁ କାଜୁ ଜଙ୍ଗଲରୁ ଉଦ୍ଧାର କରିଥିବା ମହିଳା ସୁନାତନୀ ଶିଶୁଟିକୁ ନେଇ ସେ ପାଳିବ ବୋଲି ଜିଦ ଧରି ବସିଛି। ସୁନାତନିreର କହିବା ଅନୁସାରେ ଶିଶୁକୁ ସେ ମୃତ୍ୟୁ ମୁଖରୁ ବଞ୍ଚେଇକି ଆଣିଛି ଭଗବାନ ତାକୁ ଶିଶୁଟିକୁ ଦେଇଛନ୍ତି। ସୁନାତନୀଙ୍କ ୩ ଝିଅ ଗୋଟିଏ ପୁଅ ଥିଲା,କିଛି ଦିନ ତଳେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ସୁନାତନୀଙ୍କ ପୁଅ ଗାଁ ପାଖରୀରେ ବୁଡି ମୃତ୍ୟୁ ବରଣ କରିଥିଲା। ଏହାପରେ ସୁନାତନୀ ମାନସିକ ଚିନ୍ତାରେ ଥିଲା। ଠିକ ଏହି ସମୟରେ ସୁନାତନୀଙ୍କୁ ଶିଶୁପୁତ୍ର ମିଳିବା ପରେ ଭାଗବାନ ତା ଦୁଃଖ ବୁଝି ତା ପାଇଁ ଏହି ଶିଶୁକୁ ପଠେଇଛନ୍ତି ବୋଲି ବିଶ୍ୱାସ କରୁଛି। ଯଦି ଶିଶୁକୁ ତାକୁ ଦିଆନଯାଏ ତାହେଲେ ସେ ମେଡିକାଲରେ ହିଁ ଆତ୍ମହତ୍ୟା କରିବ ବୋଲି କହିଛି। ଏବେ ସୁନାତନୀ କାଳେ କିଏ ଶିଶୁକୁ ନେଇଯିବ ଏହି ସନ୍ଦେହରେ ନବଜାତ ଶିଶୁ ଥିବା ଏସେଏନସିୟୁ କକ୍ଷ ଛାଡି କୁଆଡେ ବି ଯାଉନାହିଁ। ଶିଶୁ ଥିବା କକ୍ଷର କବାଟ ପାଖରେ ଗତ ଦୁଇଦିନ ହେବ ବସି ରହିଛି ଓ କବାଟ ଫାଙ୍କାରୁ ଶିଶୁକୁ ଚାହିଁ ଥାଉଛି। ଶିଶୁକୁ ଉଦ୍ଧାର କରିଥିବା ମହିଳାଙ୍କୁ ହିଁ ଶିଶୁଟିକୁ ହସ୍ତାନ୍ତର କରାଯାଉ ଵୋଲି ମାଆ ଘର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।



