www.samajalive.in
Tuesday, December 9, 2025
26.1 C
Bhubaneswar

କ୍ଷତି ସହୁଛନ୍ତି ଅଙ୍ଗନବାଡିକର୍ମୀ ; ବଜାର ଦର ୭ଟଙ୍କା, ମିଳୁଛି ୫.୫୦

ଲୋଇସିଂହା : ଲୋଇସିଂହା ବ୍ଲକରେ ଗତ ମାର୍ଚ୍ଚ ମାସରୁ କୋଭିଡ୍ ଯୋଗୁଁ ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ଶିଶୁମାନଙ୍କୁ ସୁରକ୍ଷା ଦୃଷ୍ଟିରୁ ଅଣାଯାଉ ନାହିଁ। ସେମାନଙ୍କ ପାଇଁ ଘରକୁ ଘର ବୁଲି ଶୁଖିଲା ଖାଦ୍ୟ, ଅଣ୍ଡା ଆଦି ବଣ୍ଟନ କରାଯାଉଥିବା କୁହାଯାଉଛି। ତେବେ ମା ଓ ଶିଶୁଙ୍କୁ ମାସକୁ ୧୨ ଟି ଅଣ୍ଡା ଓ ପ୍ରତି ସ୍କୁଲ ଶିଶୁଙ୍କ ପାଇଁ ସେମାବାର ଛାଡି ଦୈନିକ ଗୋଟିଏ ଲେଖାଁଏ ଅଣ୍ଡା ବଜାରରୁ କିଣି କର୍ମୀମାନେ ଦେବା ପାଇଁ ନିର୍ଦ୍ଦେଶ ରହିଛି। ମାତ୍ର ବଜାରରେ ଅଣ୍ଡା ଦର ୭ ଟଙ୍କା ରହିଥିବା ବେଳେ କର୍ମୀମାନଙ୍କୁ ଅଣ୍ଡା ପିଛା ୫ଟଙ୍କା ୫୦ପଇସା ହିସାବରେ ଅର୍ଥ ମିଳୁଥିବା ଅନେକ କର୍ମୀ ନିଜ ନାମ ଗୋପନ ରଖି ସୂଚନା  ଦେଇଛନ୍ତି। ଅଭିଯୋଗ କଲେ ତାଙ୍କୁ ହଇରାଣ କରାଯିବା ଆଶଙ୍କା ନେଇ ସେମାନେ କ୍ଷତି ସହିବାକୁ ବାଧ୍ୟ ହେଉଥିବା କହିଛନ୍ତି। ଏଥିପାଇଁ ପ୍ରତି ମାସରେ ଶହ ଶହ ଟଙ୍କା କ୍ଷତି ସହିବାକୁ ପଡୁଛି ବୋଲି ସେମାନେ କ୍ଷୋଭର ସହ କହିଛନ୍ତି। ସଚେତନ ଥିବା କେତେକ ସ୍ଥାନରେ ଅଙ୍ଗନବାଡୀ କର୍ମୀ ବହୁ କ୍ଷତି ସହି ଅଣ୍ଡା ଦେଉଥିବା ବେଳେ ଅନେକ କେନ୍ଦ୍ରରେ ନିର୍ଦ୍ଦଷ୍ଟ ପରିମାଣରେ ଅଣ୍ଡା ଦିଆଯାଉ ନଥିବା ମଧ୍ୟ ସନ୍ଦେହ ହେଉଛି। ଏପରିକି କୋଭିଡ୍ ଆଳରେ ସୁପରଭାଇଜର ତଥା ସିଡିପିଓଙ୍କ ଉପଯୁକ୍ତ ତତ୍ୱାବଧାନର ଅଭାବ ଯୋଗୁଁ ଏଭଳି ଅବ୍ୟବସ୍ଥା ଲାଗି ରହିଥିବା ଦେଖିବାକୁ ମିଳୁଛି।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories