ଗ୍ରୀଷ୍ମ ଋତୁରେ ଅଣ୍ଡା ଖାଇବା କ୍ଷତିକାରକ କି?

ଅଣ୍ଡାରେ ପ୍ରୋଟିନ୍ ଭରପୂର ମାତ୍ରାରେ ରହିଥାଏ। ଜିମ୍ ଯାଉଥିବା ଲୋକମାନେ ଏହାକୁ ବିଶେଷ ଭାବରେ ନିଜ ଭୋଜନ ତାଲିକାରେ ସାମିଲ କରିଥାନ୍ତି। କିନ୍ତୁ କିଛି ଲୋକ ମାନନ୍ତି ଯେ, ଗ୍ରୀଷ୍ମ ଋତୁରେ ଅଣ୍ଡା ଖାଇବା ଭଲ ନୁହେଁ। କାରଣ ଏହାର ପ୍ରଭାବ ଗରମ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାର ସତ୍ୟତା କ’ଣ?

ଅଣ୍ଡାର ପ୍ରଭାବ ନିଶ୍ଚିତ ଭାବରେ ଗରମ ହୋଇଥାଏ। ଗ୍ରୀଷ୍ମ ଋତୁରେ ଏହାକୁ ଖାଇ ପାରିବେ, କିନ୍ତୁ ଏହାକୁ ଅଳ୍ପ ପରିମାଣରେ ଖାଇବା ଲାଭଦାୟକ। ଏମିତିରେ ବି ସବୁ ଖାଦ୍ୟ ଅତ୍ୟଧିକ ମାତ୍ରାରେ ସେବନ ଶରୀର ପାଇଁ ହାନିକାରକ ହୋଇଥାଏ। ଏବେ ଆସନ୍ତୁ ଜାଣିବା ଅଣ୍ଡା ଖାଇବା ଦ୍ବାରା ଶରୀରକୁ କି ଲାଭ ମିଳିଥାଏ।

– ଅଣ୍ଡା ଖାଇବା ଦ୍ୱାରା ହୃଦରୋଗ ହେବାର ଆଶଙ୍କା କମିଯାଏ।
– ଅଣ୍ଡାର ସେବନ ମଧ୍ୟ ହାଡକୁ ଶକ୍ତିଶାଳୀ କରିଥାଏ।
-ଏକ ଅଣ୍ଡା ଖାଇବା ଦ୍ୱାରା ଦୀର୍ଘ ସମୟ ଭୋକ ଲାଗିନଥାଏ।
-ଏହା ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ।
-ଅଣ୍ଡା ରୋଗପ୍ରତିରୋଧକ ପ୍ରଣାଳୀକୁ ମଧ୍ୟ ଶକ୍ତିଶାଳୀ କରିଥାଏ।
– ଅଣ୍ଡା ପ୍ରଚୁର ଶକ୍ତିର ଉତ୍ସ। ବୟସ ବଢିବା ସହିତ ଆଖି ସମସ୍ୟାର ସମାଧାନ ମଧ୍ୟ ଅଣ୍ଡା ଖାଇବା ଦ୍ବାରା ହୋଇଥାଏ।
-ଚର୍ମ ଏବଂ କେଶ ପାଇଁ ଅଣ୍ଡା ଖାଇବା ମଧ୍ୟ ବହୁତ ଲାଭଦାୟକ।

Comments are closed.