ନୂଆଦିଲ୍ଲୀ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ ଆରମ୍ଭ ହେବାକୁ ଆଉ କିଛି ସମୟ ବାକି ରହିଛି ।ଏହି ସମୟରେ ଭାରତୀୟ ଦଳ ସହ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଏକ ବଡ଼ ଝଟକା ଲାଗିଛି। ସିରାଜଙ୍କ ୫୩ବର୍ଷୀୟ ପିତା ମହମ୍ମଦ ଗୌସଙ୍କର ଦେହାନ୍ତ ହୋଇଛି। ସେ ଫୁସଫୁସ୍ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ ।
ଏକ ଗରିବ ପରିବାରରୁ ଆନ୍ତର୍ଜାତୀୟ କ୍ରିକେଟର ହେବା ପର୍ଯ୍ୟନ୍ତ ସିରାଜଙ୍କ ଯାତ୍ରା ସମୟରେ ପିତା ତାଙ୍କୁ ଅଧିକ ସାହାଯ୍ୟ କରିଥିଲେ ।ସିରାଜଙ୍କ ସଫଳତାରେ ତାଙ୍କ ପିତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ ସୀମିତ ସମ୍ବଳ ସତ୍ବେ ସେ ତାଙ୍କ ପୁଅର ଅଭିଳାଷକୁ ସମର୍ଥନ କରିଥିଲେ ।
ସିରାଜ ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ଦଳ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ କ୍ରିକେଟ୍ ଖେଳୁଛନ୍ତି ।



