www.samajalive.in
Saturday, December 6, 2025
23.1 C
Bhubaneswar

ଅସହାୟକୁ ସହାୟତାର ହାତ ବଢେଇଲେ ତହସିଲଦାର

କୋଲାବିରା: ଅସହାୟ ପରିବାରକୁ ସହାୟତାର ହାତ ବଢେଇ ମାନବିକତାର ପରିଚୟ ଦେଇଛନ୍ତି କୋଲାବିରା ତହସିଲଦାର ଗୋଲକ ବିହାରୀ ମଙ୍ଗରାଜ। ୨୦୧୯ ମସିହାରେ ମେଟ୍ରିକ ପରିକ୍ଷାରେ ଭଲ ନମ୍ବର ରଖି ପାସ କରିଥିବା ଗରିବ ଝିଅଟିଏ ଅର୍ଥାଭାବରୁ ପାଠ ପଢିବାକୁ ସକ୍ଷମ ନହୋଇ ଘରେ ରହିଥିଲଲେ। ତେବେ ତାଙ୍କ ପରିବାରର କଷ୍ଟ ବିଷୟରେ ଅବଗତ ହେବା ପରେ ତହସିଲଦାର ଶ୍ରୀମଙ୍ଗରାଜ ନିଜ ପକେଟରୁ ଅର୍ଥ ଖର୍ଚ୍ଚକରି କୋଲାବିରା ମହାବିଦ୍ୟାଳୟରେ ନାମ ଲେଖାଇଛନ୍ତି। ଏଥିନିମନ୍ତେ ଶ୍ରୀ ମଙ୍ଗରାଜ ୫ହଜାର ଟଙ୍କା ଉକ୍ତ ଯୁବତୀଙ୍କୁ ପ୍ରଦାନ କରିଛନ୍ତି। ଯୁବତୀ ଜଣକ କୋଲାବିରା ବ୍ଲକ ରଘୁନାଥପାଲି ପଞ୍ଚାୟତ ଅନ୍ତର୍ଗତ ସିଂହିବାହାଲ ଗ୍ରାମର ବାସିନ୍ଦା ଶିବାନୀ ବନଛୋର। ଗତ ଅଗଷ୍ଟ ମାସରେ ହୋଇଥିବା ବନ୍ୟା ବିତତପାତ ସମୟରେ ତାଙ୍କ ଘର ଖଣ୍ଡିକ ସଂପୂର୍ଣ୍ଣରୂପେ ଭାଙ୍ଗି ଯାଇଥିଲା। ଏବଂ ପ୍ରସାଶନ ପକ୍ଷରୁ ସେମାନଙ୍କୁ ଅସ୍ଥାୟୀ ଆଶ୍ରୟ ପ୍ରଦାନ କରାଯାଇଥିଲା। ଏ ସମ୍ପର୍କରେ ରାଜସ୍ୱ ବିଭାଗ ପକ୍ଷରୁ ସବିଶେଷ ତଥ୍ୟ ପ୍ରଦାନ ପରେ ଜିଲ୍ଲାପାଲଙ୍କ ନିର୍ଦ୍ଦେଶ କ୍ରମେ ଘର ନିର୍ମାଣ ପାଇଁ ତାଙ୍କ ପରିବାରକୁ ୯୮ ହଜାର ଟଙ୍କା ପ୍ରଦାନ କରାଯାଇଛି। ତେବେ ବାପ ରାୟସିଂ ବନଛୋର ଏବଂ ମାଁ ଖତକୁରି ବନଛୋର ଦିନ ମଜୁରୀଆ ହୋଇଥିବା ବେଲେ ଅସମୟରେ ଘରଭାଙ୍ଗିବା ଦ୍ୱାରା ବିକଟ ଅର୍ଥାଭାବ ସମ୍ମୁଖୀନ ହୋଇଥିଲେ। ଏଥି ଯୋଗୁଁ ଝିଅର କଲେଜ ପଢା ଆଶା ସ୍ୱପ୍ନ ହୋଇରହିଯାଇଥିଲା। ତେବେ କୋଲାବିରା ତହସିଲଦାରଙ୍କ ଉଦାର ହୃଦୟ ଏବିଷୟରେ ଜାଣିବା ପରେ ସହାୟତାର ହାତ ବଢେଇଥିଲେ। ଏବଂ ଆଜିଠାରୁ ଶିବାନୀଙ୍କ ଆଡମିସନ କୋଲାବିରା କଲେଜରେ ହୋଇଛି। ଏତିକି ନୁହେଁ ଏସଂକ୍ରାନ୍ତରେ ଅବଗତ ହେବା ପରେ ସମାସିଂହା ସରପଞ୍ଚ ହେମନ୍ତ କୁମାର ସାହୁ(ବିକୁ) ଝୀଅ ଶିବାନୀ ନିଜ ଖର୍ଚ୍ଚର ଏକ ସାଇକେଲ ପ୍ରଦାନ କରିଛନ୍ତି ପାଠ ପଢିବାକୁ କଲେଜ ଆସିବାକୁ ସହାୟକ ହେବା ନିମନ୍ତେ। ଏହାକୁ ନେଇ ଶିବାନୀ ଖୁସି ଯାହିର କରିବା ସହିତ ମହାବିଦ୍ୟାଳୟରେ ପାଠ ପଢିବା ସ୍ୱପ୍ନ ସାକାର ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣେଇଛନ୍ତି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories