www.samajalive.in
Saturday, December 6, 2025
15.1 C
Bhubaneswar

ଚାଇଲ୍ଡ ଲାଇନ ପକ୍ଷରୁ ଶିଶୁ ଅଧିକାର ସପ୍ତାହ ପାଳିତ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ପୁଟୁଳିଆ ଗ୍ରାମରେ ଚାଇଲ୍ଡ ଲାଇନ କେନ୍ଦୁଝର ତରଫରୁ ଶିଶୁ ଅଧିକାର ସପ୍ତାହ ପାଳନ ଅବସରରେ ଚାଇଲ୍ଡ ଲାଇନ ସେ ଦୋସ୍ତି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ୟ୍ୟକ୍ରମରେ ପାଟଣା ସିଡିପିଓ ବିଜୟଲକ୍ଷ୍ମୀ ମାରାଣ୍ଡି , ଆଇସିଡିଏସ୍ ସୁପରଭାଇଜର ରତ୍ନମଣୀ ମହାନ୍ତ , ଅଙ୍ଗନବାଡ଼ି କର୍ମୀ ସାମିଲ ଥିବା ବେଳେ ଶିଶୁ ସୁରକ୍ଷା ବିଭାଗ ତରଫରୁ ଶ୍ରୀମତୀ ଝରଣା ଦାସ କାର୍ୟ୍ୟକ୍ରମ କୁ ଉଦଘାଟନ କରିଥିଲେ । କାର୍ୟ୍ୟକ୍ରମ ରେ ଗ୍ରାମର ଛୋଟ ଛୋଟ ପିଲା ମାନେ ପଥପ୍ରାନ୍ତ ନାଟକ ଓ ନୃତ୍ୟ ଜରିଆରେ ବାଲ୍ୟ ବିବାହ ବିରୋଧ ରେ ଜନ ସଚେତନତା ସୃଷ୍ଟି କରିଥିଲେ । ଏହି ଅବସରରେ ଶିଶୁ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା । ଚାଇଲ୍ଡ ଲାଇନ କେନ୍ଦୁଝର ତରଫରୁ ଅକ୍ଷୟ କୁମାର ମହାନ୍ତ , ସୁଜାତା ଦେହୁରୀ , ରିନାବାଳା ନାଏକ ଏବଂ ପ୍ରିୟବ୍ରତ ସାମଲ ପ୍ରମୁଖ କାର୍ୟ୍ୟକ୍ରମ ଟିକୁ ପରିଚାଳନା କରିଥିଲେ । ପୂର୍ବାହ୍ନ ୧୦ ଟା ରୁ ଅପରାହ୍ନ ୩ଟା ଯାଏ ପିଲା ମାନଙ୍କର ଏହି ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ଯୋଗୁଁ ପୁଟୁଳିଆ ଗ୍ରାମ ଉତ୍ସବ ମୁଖର ହୋଇଉଠିଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories