ଆଖଣ୍ଡଳମଣିଙ୍କ ମନ୍ଦିରରେ ଚନ୍ଦ୍ରଗ୍ରହଣ ନୀତିକାନ୍ତି ଚୂଡାନ୍ତ

0

ଆରଡି : ଆସନ୍ତା ଶୁକ୍ରବାର ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଯୋଗୁ ରାଜ୍ୟର ଅନନ୍ୟ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଚୂଡାନ୍ତ ହୋଇଛି ନୀତିକାନ୍ତି। ତାହାସହ ଅପରାହ୍ଣ ୨ଟା୪୫ରୁ ପାକତ୍ୟାଗ ଠାରୁ ଗ୍ରହଣ ସର୍ବମୋକ୍ଷ ରାତ୍ର ୩ଟା୫୦ ପର୍ଯ୍ୟନ୍ତ ମଣିବାବାଙ୍କ ଦର୍ଶନ ଓ ସେବାପୂଜା ଆଦି ସମ୍ପୁର୍ଣ୍ଣ ଭାବେ ବନ୍ଦ ରହିବ ବୋଲି ଉଭୟ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସ୍ଥିର ହୋଇଛି। ଶୁକ୍ରବାର ଦୈନଦିନ ନୀତିକାନ୍ତିର ସାମନ୍ୟ ପରିବଥ୍‍ର୍ତନ କରାଯାଇ ଭୋର ୪ଟାରେ ଦ୍ୱାରଫିଟା ଯିବା ପରେ ମଙ୍ଗଳଆଳତୀ, ମହାସ୍ନାନ, ଘର୍ଷଣଲାଗି, ଜଳାଭିଷେକ କରାଯିବା ସହିତ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲୁ ବାଲ୍ୟଭୋଗ ଲାଗି କରଯିବ। ପରେ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ଓ ପୂଜାର୍ଚନା ନିମନ୍ତେ ସାହଣମେଲା କରାଯିବ।

ସକାଳ ୮ଟାରେ ପଅଡଖିଆ ଅନ୍ନ ନୀତି, ୧୧ଟାରେ ଯୋଗୀବେଶ ଓ ବଡନୀତି ଭୋଗ, ୧୨ଟାରେ ଅବକାଶ(ଶୟନ) ନୀତି, ୧୨ଟା୩୦ରେ ବଡସିଂହାର ବେଶ, ୧ଟାରେ ଷୋଡଶଉପଚାରପୂଜା ଓ ସଂଧ୍ୟା ଆଳତୀ, ୨ଟାରେ ବାଟୁଳାନୀତି ଭୋଗ ଲାଗି ହେବା ପରେ ଅପରାହ୍ଣ ୨ଟା୪୫ରେ ପହୁଡ କରାଯିବ ବୋଲି ନୀତିକାନ୍ତି ସ୍ଥିର କରାଯାଇଥିବା ସେବାୟତମାନେ ପ୍ରକାଶ କରିଛନ୍ତି। ଏହି ସମୟ ଠାରୁ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ଓ ସେବାକାରୀଙ୍କ ସେବାପୂଜା ବନ୍ଦ ରହିବା ସହ ପରଦିନ ଅର୍ଥାତ ଶନିବାର ଭୋର ସାଢେ ୪ଟାରେ ମନ୍ଦିର ମାର୍ଜନା କରାଯାଇ ସମସ୍ତ ନୀତିକାନ୍ତି ଆରମ୍ଭ ହେବ ବୋଲି ଉଭୟ ସେବାୟତ ଓ ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି।

Leave A Reply