www.samajalive.in
Monday, December 15, 2025
26.1 C
Bhubaneswar

ବୃହସ୍ପତିଙ୍କ ଶୁଭଫଳ ପାଇଁ ଏହିଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ନବଗ୍ରହଙ୍କ ମଧ୍ୟରେ ବୃହସ୍ପତିଙ୍କୁ ଗୁରୁ ଗ୍ରହ ବୋଲି କୁହାଯାଏ। ହଳଦିଆ ରଙ୍ଗ, ସ୍ୱର୍ଣ୍ଣ, ଆଇନ, ଧର୍ମ, ଜ୍ଞାନ, ମନ୍ତ୍ର, ଶରୀରର ପାଚନ ତନ୍ତ୍ର, ମୋଟାପଣ, ଆୟୁ ଆଦିକୁ ବୃହସ୍ପତି ନିୟନ୍ତ୍ରିତ କରିଥାଆନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। କନ୍ୟା ମାନଙ୍କର ବିବାହ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବୃହସ୍ପତିଙ୍କ ସହ ଜଡ଼ିତ। ଜାଣନ୍ତୁ ବୃହସ୍ପତିଙ୍କ କୁପ୍ରଭାବରେ ସୃଷ୍ଟି ହେଉଥିବା ସମସ୍ୟା ଓ କିପରି କରିବେ ପୂଜାର୍ଚ୍ଚନା
କିପରି କରିବେ ବୃହସ୍ପତିଙ୍କ ଆରାଧାନା –
ବୃହସ୍ପତି ବାର ଅର୍ଥାତ ଗୁରୁବାର ଦିନ ପ୍ରାତଃ ସମୟରେ ସ୍ନାନ କରି ହଳଦିଆ ବସ୍ତ୍ର ଧାରଣ କରନ୍ତୁ।
ବୃହସ୍ପତିଙ୍କ ଫଟୋ କିମ୍ବା କଦଳୀ ବୃକ୍ଷ ସମ୍ମୁଖରେ ବସନ୍ତୁ।
ଦୀପ, ଧୂପ ଲଗାଇବା ସହ ଗୁଡ଼ ଓ ଚଣାର ଭୋଗ କରନ୍ତୁ।
ଏହାପରେ ବୃହସ୍ପତିଙ୍କ ମନ୍ତ୍ରର ଜପ କରନ୍ତୁ।
ରୁଦ୍ରାକ୍ଷ ମାଳା କିମ୍ବା ହଳଦୀ ସହ ମନ୍ତ୍ରର ଜପ କରନ୍ତୁ।
ଗୁରୁବାର ଦିନ ହଳଦିଆ ରଙ୍ଗର ଖାଦ୍ୟ ଖାଆନ୍ତୁ।
ବୃହସ୍ପତି ଦୁର୍ବଳ ହେବା ଦ୍ୱାରା ବ୍ୟକ୍ତିଙ୍କ ସଂସ୍କାର ଦୁର୍ବଳ ହୋଇଥାଏ।
ବିଦ୍ୟା ଓ ଧନ ପ୍ରାପ୍ତିରେ ବାଧା ସୃଷ୍ଟି ହେବା ସହ ସଫଳତା ପ୍ରାପ୍ତିରେ ସମସ୍ୟା ହୋଇଥାଏ।
ବ୍ୟକ୍ତିଙ୍କ ପାଚନ ତନ୍ତ୍ର , ଯକୃତ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories