www.samajalive.in
Saturday, December 6, 2025
19.1 C
Bhubaneswar

ଓଡ଼ିଶା କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଓ ଅଣ ସଂଗଠିତ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ସଚେତନତା ବୈଠକ

ଭୁବନେଶ୍ୱର :  ସିଏଫ୍‍ଏଆର୍‍ ତରଫରୁ ଓଡିଶା କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଓ ଅଣ ସଂଗଠିତ ଶ୍ରମିକ
କଲ୍ୟାଣ ବୋର୍ଡରେ ଥିବା ସାମାଜିକ ନିରାପତା ଯୋଜନା ଗୁଡିକୁ ଉପଲବ୍ଧ ନିମନ୍ତେ ସଶକ୍ତ କରିବାକୁ ଦାୟିତ୍ୱାଧିନତା ସୃଷ୍ଟି କରିବା ଉପରେ ଏକ ସଚେତନତା ବୈଠକ ନୂଆପଲ୍ଲୀ ସ୍ଥିତ ୱାଇଏମ୍‍ସିଏ ସମ୍ମିଳନୀ କକ୍ଷରେ ଗତ ବୁଧବାର ଅନୁଷ୍ଠିତ ହୋଇ ଯାଇଅଛି।

ଏହି ବୈଠକରେ ବିଭିନ୍ନ ସାହିରୁ ୩୦ ଜଣ ନିର୍ମାଣ ଶ୍ରମିକ ଏବଂ ଅଣ ସଂଗଠିତ ଶ୍ରମିକ ସମୁହ ଯୋଗ ଦେଇଥିଲେ।
ବୈଠକର ପ୍ରାରମ୍ଭରେ ରାଜ୍ୟ ପ୍ରକଳ୍ପ ପରିଚାଳିକା ମମତା ସିଂହ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ନିଜର ମୂଲ୍ୟବାନ ଭାଷଣ ମାଧ୍ୟମରେ ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟାକୁ ଆଖି ଆଗରେ ରଖି ଏହାର ଆଶୁ ସମାଧାନ ଏବଂ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକ ପାତ କରିଥିଲେ। ପରେ  ସୁକାନ୍ତ କୁମାର ସାହୁ , ପ୍ରୟାସ ସିଙ୍ଗିଲ୍‍ ୱିଣ୍ଡୋର ଉତ୍ପତି, କାର୍ଯ୍ୟ ପ୍ରଣାଳୀ ଏବଂ ବିଭିନ୍ନ ସରକାରୀ ଯୋଜନାରେ ବସ୍ତି ଲୋକଙ୍କୁ ଅନ୍ତର୍ଭୁକ୍ତିକରଣ କରି ସେମାନଙ୍କର ଅଧିକାରକୁ ସାବ୍ୟସ୍ତ କରିବା କ୍ଷେତ୍ରରେ କେତେ ଉପଯୋଗୀ ହୋଇ ପାରିଛି ସେ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ଅଣସଂଗଠିତ ଶ୍ରମିକ କଲ୍ୟାଣ ବୋର୍ଡର ସଦସ୍ୟ ମହେନ୍ଦ୍ର ପରିଡା ଯୋଗ ଦେଇ ଅଣ ସଂଗଠିତ ଶ୍ରମିକ ମାନଙ୍କର ନାଯ୍ୟ ଦାବି ଏବଂ ଅଧିକାର ଉପରେ ଭାଷଣ ଦେଇଥିଲେ। ଏହି ଭାଷଣ ମାଧ୍ୟମରେ ସେ ଶ୍ରମ ବିଭାଗ ଦ୍ୱାରା ଦିଅଯାଉଥିବା ଅନ୍‍ ଲାଇନ୍‍ ସୁବିଧା ଗୁଡିକର ବିଫଳତା ସମ୍ପର୍କରେ ସବିଶେଷ ଟିପ୍ପଣୀ ଦେବାକୁ ଯାଇ କହିଥିଲେ ଯେ, ସାଧାରଣ ଶ୍ରମିକଙ୍କ ପାଖରେ ସ୍ମାର୍ଟ ଫୋନ୍‍ ଏବଂ କମ୍ପୁଟରର ସୁବିଧା ନଥିବା ଏବଂ ଏହାର ସଠିକ୍‍ ବ୍ୟବହାର ଯାଣି ନଥିବାରୁ ଏହି ଅନ୍‍ ଲାଇନ୍‍ ସେବା ପାଇବାରୁ ସେମାନେ ବଞ୍ଚିତ ହେଉଛନ୍ତି। ଅନ୍ୟ ପକ୍ଷରେ ନିର୍ମାଣ ଶ୍ରମିକ ଏବଂ ଅଣ ସଂଗଠିତ ଶ୍ରମିକ ମାନେ ଦଲାଲ୍‍ ମାନଙ୍କ ଦ୍ୱାରା ହେଉଥିବା ଶୋଷଣରୁ ବଞ୍ଚିବା ପାଇଁ ପ୍ରୟାସ ସିଙ୍ଗିଲ୍‍ ୱିଣ୍ଡୋ, ସିଏଫ୍‍ଏଆର୍‍ ଦ୍ୱାରା ବିଭିନ୍ନ ବସ୍ତିରେ ପ୍ରତିଷ୍ଠିତ କରାଯାଇଥିବା ସହାୟତା କେନ୍ଦ୍ରରେ ଶ୍ରମ ମଙ୍ଗଳ ଯୋଜନା ଅନ୍ତର୍ଭୁକ୍ତ ବିଭିନ୍ନ ସୁବିଧା ଗୁଡିକୁ ସହଜରେ ଉପଲବ୍ଧ ପାଇଁ ପରାମର୍ଶ ଦେଇଥିଲେ ଏବଂ ଅଣ ସଂଗଠିତ ଶ୍ରମିକ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ଭାଇ ଭଉଣୀ ମାନଙ୍କୁ ସିଏଫ୍‍ଏଆର୍‍ର ସହାୟକ କେନ୍ଦ୍ର ବା ସିଙ୍ଗିଲ୍‍ ୱିଣ୍ଡୋ ସହଯୋଗରେ ଅଣ ସଂଗଠିତ ଶ୍ରମିକ କଲ୍ୟାଣ ବୋର୍ଡରେ ନିଜର ନାମ ବିନା ଦେୟରେ ପଞ୍ଜିକରଣ କରିବାକୁ ପରାମର୍ଶ ଦେଇଥିଲେ।
ଆକ୍ସନ୍‍ ଏଡ୍‍ର ଜାତୀୟ କାର୍ଯ୍ୟ ପରିଚାଳକ ଘାଷିରାମ ପଣ୍ଡା, ନିଜର ବକ୍ତବ୍ୟ ରଖିବାକୁ ଯାଇ ପ୍ରୟାସ ସିଙ୍ଗିଲ୍‍ ୱିଣ୍ଡୋ ସିଏଫ୍‍ଏଆର୍‍ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ସହାୟତା କେନ୍ଦ୍ର ଗୁଡିକର ଭୁୟସୀ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ, ଶ୍ରମିକ ସଂଗଠନ, ଶ୍ରମିକ କଲ୍ୟାଣ ବୋର୍ଡ ଓ ସାମାଜିକ ସଂଠନର ମିଳିତ ସହଯୋଗରେ ଶ୍ରମିକ ମାନଙ୍କର କଲ୍ୟାଣ ସାଧନ ନିମନ୍ତେ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଗଲେ ଶ୍ରମିକ ମାନେ ଆଗାମୀ ଦିନରେ ଉପକୃତ ହୋଇ ପାରିବେ।
ସିଆଇଟିୟୁର ସମ୍ପାଦକ ଶ୍ରୀଯୁକ୍ତ ରମେଶ ଜେନା, ସିଆଇଟିୟୁର ସଂଯୋଜକ ପ୍ରଦୀପ ନାୟକ, ଫକିର ମୋହନ ନିର୍ମାଣ ଶ୍ରମିକ ସଂଘର ସଭାପତି  ଭାଗୀରଥି ସେନାପତି, ପରିଲତା ମହାପାତ୍ର,(ସେୱ)। ପ୍ରତିଭା ଦାସ୍‍, ମିସ୍‍ କ୍ୟାରୋଲିନା, ନିତୁ ଚାଖିଆ
ପ୍ରମୁଖ ଅତିଥିମାନେ ନିଜ ନିଜର ସାର ଗର୍ଭକ ଭାଷଣ ମାଧ୍ୟମରେ କହିଥିଲେ ଯେ, ଶ୍ରମିକ ଏକତା ହିଁ ଶ୍ରମିକ ମାନଙ୍କ ସମସ୍ୟାର ସମାଧାନର ବାଟ ଦେଖାଇବ ଏବଂ ପ୍ରୟାସ ସିଙ୍ଗିଲ୍‍ ୱିଣ୍ଡୋ, ସିଏଫ୍‍ଏଆର୍‍ ତଥା ଏହା ଦ୍ୱାରା ପ୍ରତିଷ୍ଠିତ ସହାୟତା କେନ୍ଦ୍ର ସହାୟତା କେନ୍ଦ୍ର ଗୁଡିକ ମଧ୍ୟ ଶ୍ରମିକ ମାନଙ୍କର ନାଯ୍ୟ ଦାବି ହାସଲରେ ପ୍ରମୁଖ ଭୁମିକ ଗ୍ରହଣ କରିବେ। ଏଥି ସହିତ ସିଏଫ୍‍ଏଆର୍‍ ଆଗାମୀ ଦିନରେ ଶ୍ରମିକ ମାନଙ୍କର ହିତ ନିମନ୍ତେ ଯେଉଁ ପ୍ରକାରର ସହଯୋଗ ଆଶା କରିବେ ଆମେ ଯୋଗାଇ ଦେବୁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।
ସିଏଫ୍‍ଏ.ଆର୍‍ ତରଫରୁ ବିଭିନ୍ନ ରାଜ୍ୟର ରାଜ୍ୟ ପ୍ରକଳ୍ପ ପରିଚାଳକ ପୁଣେରୁ  ଆନନ୍ଦ ବାଲ୍‍କ୍ରଷ୍ଣା, ବେଙ୍ଗଲୁରରୁ ପ୍ରଭଞ୍ଜନ
ହେଗେଡେ ଏବଂ ରାଜସ୍ଥାନରୁ ଆନନ୍ଦ ମୋତିସ୍‍ ନିଜ ନିଜର ଅଭିଜ୍ଞତା ଅନ୍‍ ଲାଇନ୍‍ ମାଧ୍ୟମରେ ବର୍ଣ୍ଣନା କରିଥିଲେ।
ରାଜକୁମାର ପାଢୀ, ସୁଶ୍ରୀ ଅଭିଲିପ୍ସା ଜେନା, ସୁଶ୍ରୀ ବିଷ୍ଣୁପ୍ରିୟା ସାହୁ ଏବଂ ମନୋଜ କୁମାର ପରିଡା ଏହି କାର୍ଯ୍ୟକ୍ରମ ପରିଚାଳନରେ ସକ୍ରିୟ ସହଯୋଗ କରିଥିଲେ ଏବଂ ଶ୍ରୀମତୀ ମିକିନା ମହାପାତ୍ର ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories