www.samajalive.in
Saturday, December 6, 2025
26.1 C
Bhubaneswar

୯୦ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା : ମୃତ୍ୟୁ ହାର ହାର ୧.୪୭%

ନୂଆଦିଲ୍ଲୀ :  ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୯୦ ଲକ୍ଷ ଟପିଛି। ଗତ ୨୪ ଘଣ୍ଟାରେ ଆଉ ୪୫ହଜାର ୮୮୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଲକ୍ଷ  ୪ ହଜାର ୩୬୫କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ଗତ ୨୪ ଘଣ୍ଟାରେ ୫୮୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିବା ସହ କରୋନା ଜନିତ ମୋଟ୍ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୨ ହଜାର ୧୬୨ରେ ପହଞ୍ଚିଛି। ଦେଶରେ କରୋନା ମୃତ୍ୟୁ ହାର ହାର ୧.୪୭ ପ୍ରତିଶତ ରହିଛି।

ସେହିପରି ଦେଶରେ ଚିକିତ୍ସାଧୀନ ଥିବା ସକ୍ରିୟ କରୋନା ଆକ୍ରା​‌ନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪୩ ହଜାର ୭୯୪​‌ ରହିଛି। ଯାହା ମୋଟ ଆକ୍ରାନ୍ତଙ୍କ ସଂଖ୍ୟାର ୪.୯୩ ପ୍ରତିଶତ। ଗତ ୨୪ ଘଶ୍ଟା ମଧ୍ୟରେ ଆଉ ୪୪ ହଜାର ୮୦୭ ଜଣ ସୁସ୍ଥ ହେବା ସହ ଦେଶରେ କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୮୪ ଲକ୍ଷ ୨୮ ହଜାର ୪୦୯କୁ ବୃଦ୍ଧି ପାଇଛି। ଦେଶରେ କରୋନା ଆରୋଗ୍ୟ ହାର ମଧ୍ୟ ୯୩.୬୦ ପ୍ରତିଶତକୁ ବୃଦ୍ଧି ପାଇଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories