www.samajalive.in
Friday, December 12, 2025
14.1 C
Bhubaneswar

ହାଡକୁ ମଜଭୂତ କରିବା ପାଇଁ ପିଅନ୍ତୁ ପାଳଙ୍ଗ ସୁପ

ସୁସ୍ଥ ଶରୀର ପାଇଁ ହାଡ ସୁସ୍ଥ ତଥା ମଜଭୂତ ରହିବା ନିତ୍ୟାନ୍ତ ଜରୁରୀ। କାରଣ ସଠିକ ଖାଦ୍ୟପେୟର ଅଭାବରୁ ବୟସ ବୃଦ୍ଧି ସହ ହାଡ ଜନିତ ବିଭିନ୍ନ ଯନ୍ତ୍ରଣା ଆରମ୍ଭ ହୋଇଥାଏ। ଏଭଳି ସମୟରେ ଶରୀରକୁ ସଠିକ ମାତ୍ରାରେ ପୋଷକ ତତ୍ତ୍ୱ ମିଳିବା ଜରୁରୀ। ଯାହା ଆପଣଙ୍କ ହାଡକୁ ମଜଭୂତ କରିବାରେ ବେଶ ସହାୟକ ହେବ। ଏହାସହ ଏପରି ମଧ୍ୟ ବହୁ ଖାଦ୍ୟପଦାର୍ଥ ରହିଛି ଯେଉଁଥିରେ ପ୍ରାକୃତିକ ଉପାୟରେ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ ଡ଼ି, ଫସଫରସ, କ୍ୟାଲସିୟମ ରହିଛି। ଯାହାକୁ ସେବନ କରିବା ଦ୍ୱାରା ହାଡ ଜନିତ ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ। ସେଭଳି କିଛି ଖାଦ୍ୟ ମଧ୍ୟରୁ ଗୋଟିଏ ହେଉଛି ପାଳଙ୍ଗ ଶାଗ। ଏଥିରେ ଭରପୁର ମାତ୍ରାରେ ମିନେରାଲ୍ସ ଓ ପୋଷକ ତତ୍ତ୍ୱ ରହିଛି।
ପାଳଙ୍ଗଶାଗରେ ଭିଟାମିନ ବି, ଏ, ସି, କେ ସହ ମ୍ୟାଗ୍ନେସିୟମ, ପୋଟାସିୟମ, ଫସଫରସ ଆଦି ରହିଛି। ଏଥିରେ କ୍ୟାଲସିୟମ ମଧ୍ୟ ପ୍ରଚୁର ପରିମାଣରେ ରହିଛି। ପାଳଙ୍ଗ ଶାଗକୁ ସିଧାସଳଖ ବ୍ୟଞ୍ଜନ ଭାବେ ପ୍ରସ୍ତୁତ କରି ଖାଇବା ସହ ଏହାର ସୁପ ମଧ୍ୟ ପ୍ରସ୍ତୁତ କରି ପିଇପାରିବେ। ଜାଣନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ….
ପାଳଙ୍ଗଶାଗ – ୨କପ (କଟା ହୋଇଥିବା)
ବାଦାମ ମଞ୍ଜି – ୧କପରୁ କମ
ପିଆଜ – ୧ଟି ( କଟା ହୋଇଥିବା)
ବଟର – ଅଳ୍ପ
ରସୁଣ – ୩ ରୁ ୪ଟି
ଜିରାଗୁଣ୍ଡ – ଅଳ୍ପ
ଲଙ୍କାଗୁଣ୍ଡ – ସାମାନ୍ୟ
ପ୍ରଥମେ ଗ୍ୟାସରେ ଏକ ପାତ୍ର ବସାଇ ବଟର ଗରମ କରନ୍ତୁ। ଏବେ ଏଥିରେ ପିଆଜ ପକାଇ ଭାଜନ୍ତୁ। ଭାଜିବା ପରେ ଏଥିରେ ଜିରା ଗୁଣ୍ଡ, ଲଙ୍କାଗୁଣ୍ଡ, ସାମାନ୍ୟ ଲୁଣ , ରସୁଣ ପକାଇ ଭାଜନ୍ତୁ। ଏବେ ଏଥିରେ ବାଦାମ ମଞ୍ଜି ପକାଇ ଭାଜନ୍ତୁ। ଏବେ ଏଥିରେ ପାଣି ପକାନ୍ତୁ। ଏହାପରେ ପାଳଙ୍ଗଶାଗ ପକାଇ କିଛି ସମୟ ବସାଇ ଏକ ପାତ୍ରକୁ କାଢି ଥଣ୍ଡା କରନ୍ତୁ। ଥଣ୍ଡା ହେବା ପରେ ଏହାକୁ ପେଷି ଦିଅନ୍ତୁ। ଏହାକୁ ଏକ ପାତ୍ରକୁ କାଢି ସାମାନ୍ୟ କ୍ରିମ ପକାଇ ସଜାଇ ଦିଅନ୍ତୁ।

 

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories