www.samajalive.in
Monday, December 15, 2025
16.1 C
Bhubaneswar

୨୦୩୦ ସୁଦ୍ଧା ବାଲ୍ୟବିବାହ ମୁକ୍ତ ହେବ ଓଡ଼ିଶା

ଭୁବନେଶ୍ୱର : ୨୦୩୦ ସୁଦ୍ଧା ଓଡିଶାରେ ବାଲ୍ୟବିବାହକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିନେଇ ସବୁ ଜିଲାପାଳଙ୍କୁ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି। ଏ‌ହା ଭିତରେ ସୋନପୁର​‌େ​‌ର ୧୨, ବୌଦ୍ଧ​ଜିଲା‌େ​‌ର ୧୦, ନୟାଗଡ ୨ ଏବଂ ଦେଓଗଡ଼ରୁ ଗୋଟିଏ ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଅଞ୍ଚଳ ଘୋଷଣା କରାଯାଇଛି। ଏସବୁଗ୍ରାମ​‌େ​‌ର ଦୀର୍ଘ ୨ ବର୍ଷ ହେବ କୌଣସି ଶିଶୁକନ୍ୟା ବାଲ୍ୟ ବିବାହ କରିନଥିବା ଜଣାପଡିଛି।
ଏ ସମ୍ପର୍କରେ ସୋନପୁର ଜିଲାପାଳ ମନିଷା ବାନାର୍ଜୀ କହିଛନ୍ତି ଯେ, ଦୁଇ ବର୍ଷ ମଧ୍ୟରେ ସୋନପୁରର ୧୧ଟି ଗ୍ରାମରେ ଗୋଟିଏ ମଧ୍ୟ ବାଲ୍ୟ ବିବାହ ହୋଇନି। ସେଥିପାଇଁ ଏହି ଗ୍ରାମଗୁଡିକୁ ଶିଶୁଦିବସରେ ବାଲ୍ୟବିବାହ ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ବାଲ୍ୟବିବାହ ମୁକ୍ତ କରିବା ପାଇଁ ପରିବାର ଲୋକେ ପ୍ରଥମେ ସଚେତନ ହେବା ଜରୁରୀ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମ କରାଯାଉଛି। ସମସ୍ତଙ୍କର ଚେଷ୍ଟା ଜାରି ରହିଲେ ଆଗାମୀ ୨୦୩୦ ସୁଦ୍ଧା ଓଡିଶାକୁ ବାଲ୍ୟ ବିବାହ ମୁକ୍ତ କରିହେବ ବୋଲି ସେ କହିଛନ୍ତି। ସେହିପରି ଜିଲା ପ୍ରଶାସନ, ୟୁନିସେଫ ଏବଂ ଆକ୍ସନଏଡର ମିଳିତ ସହଯୋଗରେ ଓଡିଶାର ୧୫ ଜିଲାରେ ବାଲ୍ୟବିବାହ ନେଇ ସର୍ଭେ କରାଯାଇଥିଲା। ଏହି ସର୍ଭେ ଅନୁସାରେ ଗତ ଦୁଇ ବର୍ଷରେ ସୋନପୁର ଜିଲାର ରୁଗୁଡ଼ିପାଳି, ଜାନମୁରା, ଜାମପାଲି, ସାଲେପାଲି ଭଳି ମୋଟ ୧୨ଟି ଗ୍ରାମରେ ବାଲ୍ୟ ବିବାହ ମୁକ୍ତ ହୋଇଛି। ସେହିପରି ବୌଦ୍ଧର ଚନ୍ଦ୍ରପୁର, କୁସୁମଜୁଲି, କନକପୁର, ନୂଆପଡା, ସାନ ବୁଟୁପାଲି, ମାରଡିଂ, ଲୁନିବାହାଲ, ଦେଉଳି, ସୁବର୍ଣ୍ଣପାଲି, ସୁଲିୟା ଗ୍ରାମ ବାଲ୍ୟବିବାହ ମୁକ୍ତ ବୋଲି ଘୋଷଣା କରାଯାଇଛି। ସେହିପରି ନୟାଗଡର ଉଦୟପୁର, ସାଲପଡା ଗ୍ରାମକୁ ମଧ୍ୟ ଗତ ଶିଶୁ ଦିବସରେ ବାଲ୍ୟବିବାହ ମୁକ୍ତ ଗ୍ରାମ ଘୋଷଣା କରାଯାଇଛି। ଏହି ଜିଲାଗୁଡିକରେ ପ୍ରଶାସନିକ ଅଧିକାରୀ ପିଲାକୁ ବାଲ୍ୟବିବାହ ବିରୋଧ‌େ‌ର ସଚେତନ କରାଉଛନ୍ତି। ସେହିପରି ଅନ୍ୟ ଗ୍ରାମଗୁଡିକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ। ଏହି ଗ୍ରାମରେ ଅଙ୍ଗନବାଡି କର୍ମୀ, ଆଶା ଦିଦି, ପ୍ରଶାସନର କର୍ମଚାରୀ ପ୍ରତିଦିନ ସର୍ଭେ କରୁଛନ୍ତି। ପ୍ରତି ସପ୍ତାହରେ ଗ୍ରାମ ଗୁଡିକରେ ସଚେତନମୂଳକ କାର୍ଯ୍ୟକ୍ରମ କରାଯାଉଛି। ପିଲାମାନେ ପାଠପଢ଼ିବା ପ୍ରତି ଯେପରି ଆଗ୍ରହୀ ହେବେ ସେଥିପାଇଁ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ କରାଯାଉଛି। ସିଡିପିଓମାନେ ମଧ୍ୟ ପ୍ରତି ଅଞ୍ଚଳକୁ ତଦାରଖ କରୁଛନ୍ତି। କରୋନା ସମୟରେ ମଧ୍ୟ ବିଭିନ୍ନ ଗ୍ରାମରେ ହେଉଥିବା ବାଲ୍ୟବିବାହକୁ ଜିଲାପ୍ରଶାସନ ପକ୍ଷରୁ ରୋକାଯାଇଛି ବୋଲି ଆକ୍ସନଏଡର ମୁଖ୍ୟ ଘାସିରାମ ପଣ୍ଡା ସୂଚନା ଦେଇଛନ୍ତି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories