www.samajalive.in
Monday, December 15, 2025
16.1 C
Bhubaneswar

ଘୁଞ୍ଚିବ +୨ ଓ ଦଶମ ପରୀକ୍ଷା

ଭୁବନେଶ୍ବର : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୂତନ ଶିକ୍ଷା କ୍ୟାଲେଣ୍ଡର ଖୁବ୍‌ ଶୀଘ୍ର ପ୍ରକାଶ ପାଇବ। ଚଳିତ ଶିକ୍ଷାବର୍ଷ ଦଶମ ଓ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଶିକ୍ଷାନୁଷ୍ଠାନ ଖୋଲିବାର ଅନ୍ତତଃପକ୍ଷେ ତିନି ମାସ ପାଠ ପଢାଯିବା ପରେ ବାର୍ଷିକ ପରୀକ୍ଷା କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ପ୍ରାୟ ୬୦ ପ୍ରତିଶତ ବିଦ୍ୟାର୍ଥୀ ଅନ୍‌ଲାଇନ୍‌ ଶିକ୍ଷାରୁ ବଞ୍ଚିତ ଥିବାରୁ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ରାଜ୍ୟରେ ମାର୍ଚ୍ଚରୁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାବେଳେ ଚଳିତ ମାସ ଉଚ୍ଚ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲିବାକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ତେବେ କରୋନାର ଦ୍ବିତୀୟ ଲହରି ଆଶଙ୍କାରେ ଘୋଷଣାର ୨୪ ଘଣ୍ଟା ପରେ ନିଷ୍ପତ୍ତି ବଦଳାଇଥିଲେ ରାଜ୍ୟ ସରକାର। ଚଳିତ ବର୍ଷ ଡିସେମ୍ବର ୩୧ ଯାଏଁ ବିଦ୍ୟାଳୟ ବନ୍ଦ ରହିବ ବୋଲି ଘୋଷଣା କରାଯାଇଥିଲା। କେବେ ଶିକ୍ଷାନୁଷ୍ଠାନ ଖୋଲାଯିବ ଓ ପରୀକ୍ଷା ହେବ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଆଶଙ୍କାରେ ରହିଛନ୍ତି। ତେବେ ଫେବୃଆରୀରେ ହେବାକୁ ଥିବା ମାଟ୍ରିକ୍‌ ଓ ମାର୍ଚ୍ଚରେ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷା ଚଳିତ ବର୍ଷ ବିଳମ୍ବରେ ହେବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। କେବେ ଏହି ପରୀକ୍ଷା କରାଯିବ ତା’ର ନିର୍ଦିଷ୍ଟ ସୂଚନା ଦିଆଯାଇନି। କରୋନା ଯୋଗୁଁ ରାଜ୍ୟରେ ୩୦ ପ୍ରତିଶତ ପାଠ୍ୟକ୍ରମ ଚଳିତ ଶିକ୍ଷାବର୍ଷରେ ହ୍ରାସ୍‌ କରାଯାଇଛି। ଏହା ବାଦ ଅଧିକ ପାଠ୍ୟକ୍ରମ କମାଯିବନି ବୋଲି ବିଭାଗ ସୂତ୍ରରୁ ଜଣାପଡ଼ିଛି। ଦେଶର ବିଭିନ୍ନ କେନ୍ଦ୍ରୀୟ ବୋର୍ଡକୁ ରାଜ୍ୟରେ ଅନୁକରଣ କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।
ଛାତ୍ରଛାତ୍ରୀଙ୍କ ପାଠପଢା ଓ ପରୀକ୍ଷା ସମ୍ବନ୍ଧରେ ବିଭାଗରେ ବିଚାର ବିମର୍ଶ ଚାଲିଥିବାବେଳେ ନୂଆ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ ପାଇବ। ଅନ୍ୟପକ୍ଷରେ ରାଜ୍ୟ ସରକାର ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଓ ଦଶମ ଛାତ୍ରଛାତ୍ରୀଙ୍କ ପାଠପଢା ଓ ପରୀକ୍ଷା ପ୍ରସଙ୍ଗରେ ତର୍ଜମା କରୁଥିବାବେଳେ ଖୁବ୍‌ ଶୀଘ୍ର ଏନେଇ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories