ଫର୍ଚ୍ୟୁନ୍‍ ୪୦ ତାଲିକାରେ ୪ ଭାରତୀୟ ବଂଶୋଦ୍ଭବ

0

ନ୍ୟୁୟର୍କ: ବିଶ୍ୱର ସର୍ବାଧିକ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କୁ ନେଇ ପ୍ରସ୍ତୁତ ଫର୍ଚ୍ୟୁନ୍‍ ୪୦ ତାଲିକାରେ ୪ଜଣ ଭାରତୀୟ ବଂଶୋଦ୍ଭବ ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି। ଇନ୍‍ଷ୍ଟାଗ୍ରାମ୍‍ର ସହପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କେଭିନ୍‍ ସିଷ୍ଟ୍ରୋମ୍‍ ଏବଂ ଫେସ୍‍ବୁକ୍‍ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଯୁଗ୍ମ ଭାବେ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି। ତାଲିକାରେ ସ୍ଥାନ ପାଇଥିବା ଭାରତୀୟ ବଂଶୋଦ୍ଭବମାନଙ୍କ ମଧ୍ୟରେ ଆମେରିକାର ସର୍ବବୃହତ୍‍ ମୋଟରଯାନ ନିର୍ମାତା ଜେନେରାଲ୍‍ ମୋଟର୍ସର ମୁଖ୍ୟ ବିତ୍ତ ଅଧିକାରୀ ଦିବ୍ୟା ସୂର୍ଯ୍ୟଦେବାରା ତାଲିକାର ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଭିମିଓର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଞ୍ଜଳି ସୁଦ୍‍ ୧୪ତମ, ରବିନହୁଡ୍‍ର ସହପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବୈଜୁ ଭଟ୍ଟ ୨୪ତମ ଓ ଫିମେଲ୍‍ ଫାଉଣ୍ଡର ଫଣ୍ଡର ସହ ପ୍ରତିଷ୍ଠାତା ଅନୁ ଦୁଗାଲ୍‍ ୩୨ତମ ସ୍ଥାନରେ ରହିଛନ୍ତି।

Leave A Reply