www.samajalive.in
Monday, December 8, 2025
13.1 C
Bhubaneswar

ଦୁଇ ବାଇକ ମୁହାଁମୁହ ଧକ୍କା : ୧ ମୃତ,୨ଗୁରୁତର

ବଡ଼ସାହି : ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ତଥା ବଡ଼଼ସାହି ବ୍ଲକ ଅଧୀନ ବୈଶିଙ୍ଗା-ମାଣତ୍ରୀ ରାସ୍ତାର ଉତ୍ତରପାଳ ଛକ ନିକଟରେ ବୁଧବାର ଅପରାହ୍ଣରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଆହାତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଖୁଣ୍ଟା ଥାନା ଅଧୀନ ପଶୁଦା ଗ୍ରାମର କୃପାନିଧି ମିଶ୍ର(୪୦)। ଗୁରୁତର ଆହତ ଦ୍ୱୟ ହେଲେ ବାଲେଶ୍ୱର ଜିଲା ଦୁର୍ଗାଦେବୀ ନିକଟସ୍ଥ ଭୁଇଁଛଡା ଗ୍ରାମର ଜିତୁ ଦଣ୍ଡପାଟ ଓ ସୁରେନ୍ଦ୍ର ବିନ୍ଧାଣୀ।
ଘଟଣାରୁ ପ୍ରକାଶ ଯେ, କୃପାନିଧି ନିଜର ବାଇକ ଯୋଗେ ବୈଶିଙ୍ଗା ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ସିଡି ଡିଲକ୍ସ ବାଇକ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ କୃପାସିନ୍ଧୁଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଆହତ ଦ୍ୱୟଙ୍କୁ ପ୍ରଥମେ ବେତନଟୀ ଓ ପରେ ବାରିପଦା ପିଆରଏମ ମେଡିକାଲ ଓ କଲେଜକୁ ସ୍ଥାନାନ୍ତର କରାଯାଇଛି। ବୈଶିଙ୍ଗା ପୁଲିସ ଦୁର୍ଘଟଣାଗ୍ରସ୍ତ ୨ଟି ବାଇକକୁ ଜବତ କରି ତଦନ୍ତ ଚଳାଇଛି। ଦୀର୍ଘଦିନ ଧରି ଏହି ରାସ୍ତା ମରାମତି ଅଭାବରୁ ଦୁର୍ଘଟଣା ଘଟିଥିବା ଅଭିଯୋଗ ହେଉଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories