www.samajalive.in
Sunday, December 7, 2025
16.1 C
Bhubaneswar

୧୦ ବର୍ଷ ହେଲା ଘର ଖଣ୍ଡିକ ପାଇଁ ଆବେଦନ କରି ଚାଳଘରେ ଜୀବନ ବିତାଉଛନ୍ତି ଗରିବ ପରିବାର

ନବରଙ୍ଗପୁର: ଆଜକୁ ୧୦ ବର୍ଷରୁ ଊର୍ଦ୍ଧ୍ବ ହେବ ଏକ ଅସହାୟ ଗରୀବ ପରିବାର ଆବାସ ଯୋଜନାରେ ଘର ଖଣ୍ଡିକ ପାଇଁ ଆବେଦନ କରି କରି ସେହି ମାଟି ଚାଳଘରେ ପଡିରହିଛନ୍ତି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ସଦରମହକୁମା ପଂଚାୟତର ଖଣ୍ଡିଆ ଗୁଡାରେ ରହୁଥିବା ଦନେସ ବାଘ(୫୫) ତାଙ୍କ ସ୍ତ୍ରୀ ଏବଂ ପୁଅ ୩ଜଣ ଆଜକୁ ୧୦/୧୨ ବର୍ଷ ହେବ ମାଟି ଚାଳ ଘରେ ରହି ଆସୁଛନ୍ତି। ବର୍ଷା ହେଲେ ଘରେ ପାଣି ଗଳି ବହୁକଷ୍ଟରେ ଚଳୁଥିବା ବେଳେ ଆର୍ଥିକ ଅବସ୍ଥା ଖରାପ ଥିବା ଯୋଗୁଁ ଘର ମରାମତି ପାଇଁ ପାଖରେ ଅର୍ଥ ଅଭାବ। ଗୋଟିଏ ବୋଲି ପୁଅର ମେଟ୍ରିକ ପାସ ପରେ କଲେଜ ପଢାଇବାକୁ ମଧ୍ୟ ସକ୍ଷମ ନ ଥିବାରୁ ପାଠ ଛଡାଇ ଦେଇଥିବା କହିଛନ୍ତି ଦନେସ। ଆବାସ ଯୋଜନାରେ ଘର ଖଣ୍ଡିକ ପାଇଁ ୧୦ ବର୍ଷ ହେଲା ସରପଞ୍ଚଠୁ ଆରମ୍ଭ କରି ପିଇଓ ଏବଂ ବିଡ଼ିଓଙ୍କୁ ଗୁହାରି କରି କରି ନୟାନ୍ତ ହୋଇଯାଇ ଥିବା ଦନେସଙ୍କୁ ଘର ପାଇଁ ଏସିସି ଲିଷ୍ଟରେ ନାମ ଚଢାଇ ଅଛୁ ଘର ଆସିବ ବୋଲି ୧୦ ବର୍ଷ ହେଲା ଆଶ୍ୱାସନା ମିଳୁଛି। ଚଳିତ ବର୍ଷାରେ ଘରର ଚାଳ ଉଡ଼ି ଯାଇ ଘରେ ପାଣି ପଶି ବହୁତ ଅସୁବିଧା ହେବାପରେ ତହସିଲ ବିଭାଗ ତରଫରୁ ଖଣ୍ଡିଏ ପଲିଥିନ ମଧ୍ୟ ମିଳି ନ ଥିବା କହିଛନ୍ତି ଦନେସ। ଆବାସ ଯୋଜନାରେ ଏହି ଅସହାୟ ପରିବାରକୁ ଗୃହ ଖଣ୍ଡେ ଯୋଗାଇ ଦେବାପାଇଁ ସାଧାରଣରେ ଦାବି ହେଉଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories