ଚା’ ଗୁଣ୍ଡ କେଜି ପିଛା ୩୯,୦୦୧ ଟଙ୍କା !

0

ଗୌହାଟୀ: ଚା’ ଗୁଣ୍ଡ ବା ଚା’ ପତିର ଦର ସର୍ବାଧିକ କେତେ ହୋଇପାରେ? ଆପଣଙ୍କର ସବୁ ଆକଳନ ଓ ଅନୁମାନ ଭୁଲ୍‍ ସାବ୍ୟସ୍ତ ହେବ ଯଦି ଆସାମର ଏକ କମ୍ପାନୀର ଚା’ ନିଲାମ ବିଷୟରେ ଜାଣିବେ। ଦିବୁଗଡ଼ ଜିଲାର ମନୋହରି ଇଷ୍ଟେଟ୍‍ରେ ଉତ୍ପାଦିତ ଚା’ କେଜି ପିଛା ୩୯,୦୦୧ ଟଙ୍କାରେ ନିଲାମ ହୋଇ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବିଶ୍ୱସ୍ତରରେ ଆଜି ପର୍ଯ୍ୟନ୍ତ ଏତେ ଟଙ୍କାରେ ଚା’ ବିକ୍ରି ହୋଇ ନ ଥିବା କୁହାଯାଉଛି। ଏହି ନୂଆ ରେକର୍ଡ ଆସାମର ଚା’ ଉତ୍ପାଦନକାରୀଙ୍କୁ ପ୍ରୋତ୍ସାହିତ କରିବ ବୋଲି ଗୌହାଟୀ ଚା’ ନିଲାମ ସଂଘର ସଚିବ ଦିନେଶ ବହାନି କହିଛନ୍ତି। ନିଲାମରେ ୩୦ଟି ବ୍ରାଣ୍ଡର ଚା ଭାଗ ନେଇଥିବା ବେଳେ ମନୋହରି ଗୋଲ୍ଡ ଟି ଏହି ରେକର୍ଡ କରିବାର ସୌଭାଗ୍ୟ ଅର୍ଜନ କରିଛି। ରାଜନ୍‍ ଲୋହିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସି କେ ପରାଶରଙ୍କ ଦ୍ୱାରା ପ୍ରସ୍ତୁତ ଏହି ଚା’ ୨୪ କ୍ୟାରେଟ୍‍ ସୁନାର କ୍ରିଷ୍ଟାଲ୍‍ ପରି ଦୃଶ୍ୟମାନ ହେଉଥିବା କୁହାଯାଉଛି।

Leave A Reply