www.samajalive.in
Saturday, December 6, 2025
26.1 C
Bhubaneswar

ନବରଙ୍ଗପୁର ଜିଲାରୁ ବାହାର ଜିଲ୍ଲା ଓ ରାଜ୍ୟକୁ ବାଲି ଚାଲାଣ ବନ୍ଦ କରିବାକୁ ଅଣ୍ଟା ଭିଡିଲା କଂଗ୍ରେସ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଏକ ମୁଠା ବାଲି ଓ ଇଞ୍ଚେ ପଥର ଜିଲ୍ଲା ବାହାରକୁ ଯିବାକୁ ଦେବୁନାହିଁ। ବାଲି ଓ ପଥର ମାଫିଆଙ୍କ ତହସିଲଦାରମାନଙ୍କ ସହ ମଧୁଚନ୍ଦ୍ରିକାକୁ ଚଳିବାକୁ ଦେବୁନାହିଁ। ଏଥିସହ ଜିଲ୍ଲାରେ ତିଆରି ହେବ କଂଗ୍ରେସ ଭୁ ସେନା। ଏକ ପ୍ରେସ ବିବୃତିରେ ରାଜସ୍ବ ବିଭାଗ ଉପରେ ବର୍ଷିଛନ୍ତି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ଏବଂ ପ୍ରଦୀପ ମାଝୀ ।

ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ଏବଂ ରାଜ୍ୟ କଂଗ୍ରେସ କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ ଆଜି ନବରଙ୍ଗପୁର ଜିଲ୍ଲା କଂଗ୍ରେସ କାର୍ୟ୍ୟାଳୟ ପକ୍ଷରୁ ଏକ ପ୍ରେସ ବିବୃତି ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାରେ ବାଲିର ଘୋର ଅଭାବ ପାଇଁ ଜିଲ୍ଲା ରାଜସ୍ବ ବିଭାଗକୁ ଦାୟୀ କରିବା ସହ ଜିଲ୍ଲାର ବାଲି ଏବଂ ପଥର ଖାଦାନକୁ ଅଧିକା ରୟାଲ୍ଟି ପାଇବା ଆଶାରେ ପଡୋଶୀ ରାଜ୍ୟ ଛତିଶଗଡ ବାଲି ମାଫିଆଙ୍କ ହାତରେ ଟେକିଦେଇଥିବା ଅଭିଯୋଗ କରିଛନ୍ତି। ଏଥିସହ ଜିଲ୍ଲାର ବାଲିକୁ ଜିଲ୍ଲା ବାହାରକୁ ନ ଛାଡିବା ପାଇଁ କଂଗ୍ରେସ ଭୁ ସେନା ଗୋଷ୍ଠୀ କରି ଏହାକୁ ରୋକିବାକୁ ଉଦ୍ୟମ କରିବ ବୋଲି ଚେତାବନୀ ଦେଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ ଜିଲ୍ଲାରେ ବେକାର ସଂଖ୍ୟା ବଢୁଥିବା ବେଳେ ଅନ୍ୟ ଉପାୟ ନ ପାଇ ବେରୋଜଗାର ଲୋକେ ଟ୍ରାକ୍ଟର ଆଣି ଅଂଚଳରେ ଚାଲିଥିବା ଉନ୍ନୟନ କାର୍ୟ୍ୟ ଏବଂ ଗୃହ ମାଲିକମାନଙ୍କୁ ବାଲି, ପଥର, ଇଟା ଆଦି ଯୋଗାଇ ୨ପଇସା ରୋଜଗାର କରିଥାନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ ବାଲି ଟ୍ରାକ୍ଟର ପିଛା ୪ଶହ ଟଙ୍କାରୁ ୫ଶହ ଟଙ୍କା ପୂର୍ବରୁ ବଢିଥିବା ବେଳେ ବର୍ତମାନ ବାଲି ଟ୍ରାକ୍ଟର ପିଛା ୩ହଜାରରୁ ୪ ହଜାର ଟଙ୍କା ଦେବାକୁ ପଢୁଛି। ଏଥିପାଇଁ ତହସିଲଦାରମାନେ ଦାୟୀ। ନିଜ ଅଂଚଳର ବାଲି ଖାଦାନକୁ ବାହାର ଜିଲ୍ଲା ଓ ରାଜ୍ୟର ମାଫିଆଙ୍କ ହାତରେ ଚଢା ରୟାଲ୍ଟିରେ ଟେଣ୍ଡର ମାଧ୍ୟମରେ ପ୍ରଦାନ କରିଦେବା ଯୋଗୁଁ ବାଲି ମାଫିଆମାନେ ଏହି ଅଂଚଳର ବାଲିକୁ ଅନ୍ୟ ଜିଲ୍ଲା ତଥା ଛତିଶଗଡ, ଆନ୍ଧ୍ରପ୍ରଦେଶକୁ ଚଢା ଦରରେ ବିକ୍ରି କରି ସ୍ଥାନୀୟ ଲୋକଙ୍କୁ ବାଲି ଦେଉନଥିବା ଯୋଗୁଁ ସ୍ଥାନୀୟ ଟ୍ରାକ୍ଟର ମଲିକମାନେ ନିଜର ଜୀବିକା ହରାଉଛନ୍ତି। ଏପଟେ ତହସିଲଦାର, ଆରଆଇ ଏବଂ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକାରେ ଲକ୍ଷ ଲକ୍ଷ ଟଙ୍କାର କାରବାର କରି ସେମାନେ ବାହାର ରାଜ୍ୟ ଏବଂ ଜିଲ୍ଲାକୁ ଦିନକୁ ଶହ ଶହ ଟିପର ଏବଂ ଟ୍ରକ ଯୋଗେ ବେଆଇନ ଭାବେ ଚାଲାଣ ହେଉଥିବା ଦେଖି ମଧ୍ୟ ନ ଦେଖିଲା ଭଳି ସେମାନଙ୍କୁ ଛାଡିଦେଉଛନ୍ତି। ବିଚରା ଟ୍ରାକ୍ଟରମାନଙ୍କୁ ଧରି ହଜାର ହଜାର ଟଙ୍କା ଫାଇନ ପକେଇ ଟ୍ରାକ୍ଟର ମାଲିକମାନଙ୍କୁ ହଇରାଣ କରୁଛନ୍ତି । ଯଦ୍ୱାରା କି ଟ୍ରାକ୍ଟର ମାଲିକମାନେ ନିଜର ବ୍ୟବସାୟ ହରାଇବା ସହ ଜିଲ୍ଲାର ଉନ୍ନୟନ କାର୍ୟ୍ୟରେ ବିଳମ୍ବ ହେଉଛି । ଏଥିପାଇଁ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଜିଲ୍ଲାର ସ୍ୱାର୍ଥ ପାଇଁ ଅଣ୍ଟା ଭିଡିଛି ବୋଲି କହିବା ଶହ ଜିଲ୍ଲାର ଏକ ମୁଠା ବାଲି କିମ୍ବା ଇଞ୍ଚେ ପଥର ଜିଲ୍ଲା ବାହାରକୁ ଛାଡ଼ିବୁ ନାହିଁ, ବାହାର ଜିଲ୍ଲାକୁ ଚାଲାଣ ହେଉଥିବା ଟ୍ରକ, ଟିପରକୁ ଧରି ସିଜ଼ କରି ଅନ୍ତରାଜ୍ୟ ଚୋରା ଚାଲାଣ ଧାରାରେ ମୋକଦ୍ଧମା ରୁଜୁ କରିବାକୁ ଦାବି କରି କରିବା ସହ ସ୍ଥାନୀୟ ଟ୍ରାକ୍ଟରମାନଙ୍କୁ ସରକାରୀ ରୟାଲ୍ଟି ଦର ୩୫ଟଙ୍କାରେ ବିକ୍ରି କରିବା ଦାବି ଏବଂ ପ୍ରତ୍ୟେକ ବାଲି ଘାଟରେ ତହସିଲଦାରଙ୍କ ଅସ୍ଥାୟୀ କାର୍ୟ୍ୟାଳୟ ପ୍ରତିଷ୍ଠା କରିବାକୁ ଦାବି କରିଛି। ଯଦି ପ୍ରଶାସନ ତରଫରୁ ଏହାର ଖିଲାପ କଲେ ଅଦାଲତର ଆଶ୍ରୟ ନେବୁ ବୋଲି କଂଗ୍ରେସ ଚେତାବନୀ ଦେବାସହ ନବରଙ୍ଗପୁର ଜିଲ୍ଲାର ୧୦ ଗୋଟି ବ୍ଲକରେ କଂଗ୍ରେସ ଭୁ ସେନା ତିଆରି କରି ଜିଲ୍ଲାର ବାଲିକୁ ବାହାରକୁ ଛଡ଼ାଯିବ ନାହିଁ ବୋଲି ପ୍ରେସ ବିବୃତି ମାଧ୍ୟମରେ ସୂଚନା ଦେଇଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories