www.samajalive.in
Sunday, December 7, 2025
23.1 C
Bhubaneswar

ଦେଶକୁ ବିଶ୍ୱ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା ଆତ୍ମନିର୍ଭର ଭାରତର ଲକ୍ଷ୍ୟ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଖଣି ହେଉଛି ଏକ ପ୍ରମୁଖ କ୍ଷେତ୍ର ଯେଉଁଥିରେ ଗତ ୬ ବର୍ଷ ମଧ୍ୟରେ ବହୁ ସଂଖ୍ୟକ ନୀତିଗତ ଓ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି। ଆଜି ପିଏଚଡ଼ି ଚାମ୍ବର ଅଫ କମର୍ସ ଦ୍ୱାରା ଆୟୋଜିତ ଜାତୀୟ ଖଣି ସମ୍ମିଳନୀରେ ଯୋଗ ଦେଇ ସେ ଦେଶକୁ ବିଶ୍ୱ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା ଆତ୍ମନିର୍ଭର ଭାରତର ଲକ୍ଷ୍ୟ ବୋଲି କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ଦେଶର ଲୋକମାନଙ୍କ ମାଲିକାନାରେ ଥିବା ପ୍ରାକୃତିକ ସମ୍ପଦର ବିନିଯୋଗ ପାଇଁ ନୂତନ ପଦ୍ଧତିର ଆବଶ୍ୟକତା ରହିଛି।


ଶ୍ରୀ ପ୍ରଧାନ କହିଛନ୍ତି ଯେ କୋଇଲା, ଲୁହାପଥର, ବକ୍ସାଇଟ୍, ମାଙ୍ଗାନିଜ୍ ଭଳି ସମସ୍ତ ପ୍ରାକୃତିକ ସମ୍ପଦର ସଠିକ୍ ମୂଲ୍ୟାଙ୍କନ ଏବଂ ବିନିଯୋଗ କରାଯିବା ଉଚିତ ଏବଂ ସ୍ୱଚ୍ଛ ବିଡିଂ ପ୍ରକ୍ରିୟା ମାଧ୍ୟମରେ ମୂଲ୍ୟ ବଜାୟ ରଖିବା ଉଚିତ୍। ପ୍ରକ୍ରିୟାଗୁଡ଼ିକୁ ସରଳ ଏବଂ ସହଜ କରିବା ଆହ୍ୱାନପୂର୍ଣ୍ଣ ବୋଲି ସେ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଏହି ଯୁଗରେ ଅନ୍ତର୍ଜାତୀୟ ନିବେଶକମାନେ କେବଳ ନିଶ୍ଚିତ ଲାଭ ଦେଖିଲେ ହିଁ ବିନିଯୋଗ କରିବେ। ଏସବୁକୁ ଧ୍ୟାନରେ ରଖି ନୀତି ନିର୍ଦ୍ଧାରଣ କରାଯାଉଛି ବୋଲି ସେ କହିଛନ୍ତି। ଭାରତ ସରକାରଙ୍କ ବିଭିନ୍ନ ବିଭାଗ ଏହି ପରିପ୍ରେକ୍ଷୀରେ ବିଭିନ୍ନ ରାଜ୍ୟ ସରକାରଙ୍କ ସହ କାର୍ଯ୍ୟ କରୁଛନ୍ତି।

- Advertisement -

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି କ୍ଷେତ୍ରର ସାମଗ୍ରିକ ଦୃଷ୍ଟିକୋଣକୁ ଗ୍ରହଣ କରାଯିବା ଆବଶ୍ୟକ କାରଣ ଦେଶ କେବଳ ନିଜର ଘରୋଇ ଆବଶ୍ୟକତା ପୂରଣ କରିବା ନୁହେଁ ବରଂ ଏକ ବିଶ୍ୱ ଉତ୍ପାଦନ ହବ୍ ହେବା ଦିଗରେ କାର୍ଯ୍ୟ କରିବା ଆବଶ୍ୟକ।ଟେକ୍ନୋଲୋଜି, ଡିଜିଟାଲାଇଜେସନ୍, ନୂତନ ବ୍ୟବସାୟ ମଡେଲ ଓ ପରିଚାଳନା ଠାରୁ ଆରମ୍ଭ କରି କଞ୍ଚାମାଲ କ୍ରୟ ଏବଂ ମୂଲ୍ୟ ସ୍ଥିର ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ଅଧିକ ଦକ୍ଷତା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ ଏକ ବୃହତ ବଜାର ସହିତ ଦେଶକୁ ପ୍ରାକୃତିକ ସମ୍ପଦ ପ୍ରଦାନ କରାଯାଇଛି ଏବଂ ଭାରତ ଏକ ଖଣି ଖନନ ଇକୋସିଷ୍ଟମ ତିଆରି କରିବାକୁ ଏବଂ ଏହି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ପ୍ରସ୍ତୁତ ଅଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories