ହାର୍ଦ୍ଦିକ ପଟେଲ୍‍ଙ୍କୁ ୨ ବର୍ଷ ଜେଲ୍‍ ଦଣ୍ଡାଦେଶ

0

ମେହସାନା: ପଟିଦାର ସଂରକ୍ଷଣ ଆନ୍ଦୋଳନର ନେତା ହାର୍ଦ୍ଦିକ ପଟେଲ୍‍ ଦୁଇ ବର୍ଷ ଜେଲ୍‍ ଦଣ୍ଡ ଭୋଗିବେ। ୨୦୧୫ରେ ଭିସାନଗରରେ ହିଂସା ସୃଷ୍ଟି କରିଥିବା ଅଭିଯୋଗରେ ଭିସନଗର ସେସନ୍‍ କୋର୍ଟ ଜଜ୍‍୍‍ ଭି ପି ଅଗ୍ରୱାଲ୍‍ ହାର୍ଦ୍ଦିକଙ୍କ ବିରୋଧରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ହାର୍ଦ୍ଦିକଙ୍କ ସମେତ ତାଙ୍କର ଦୁଇ ସାଥୀ ଲାଲ୍‍ଜି ପଟେଲ୍‍ ଓ ଏ କେ ପଟେଲ୍‍ଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଛି। ସେମାନଙ୍କ ନାମରେ ସରକାରୀ ସମ୍ପତ୍ତି ନଷ୍ଟ କରିବା, ବିକ୍ଷୋଭ, ଦଙ୍ଗା ସୃଷ୍ଟି କରିବା ଭଳି ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୋଗ ଆସିଥିଲା। ତିନି ଜଣଙ୍କୁ ଦୁଇ ବର୍ଷ ଜେଲ୍‍ ଦଣ୍ଡାଦେଶ ସହିତ ୫୦ ହଜାର ଟଙ୍କାର ଜୋରିମାନା ଦାଖଲ କରିବାକୁ କୁହାଯାଇଛି। ପ୍ରମାଣ ଅଭାବରୁ ଅନ୍ୟ ୧୪ ଜଣଙ୍କୁ ନିର୍ଦୋଷରେ ଖଲାସ କରାଯାଇଛି।

Leave A Reply