ଶୋଇବା ବେଳେ ଏହି ଦିଗ ପ୍ରତି ସଚେତନ ରୁହନ୍ତୁ

0

ଦିନ ସାରା କାମ କରି ଥକି ଗଲା ପରେ ରାତିରେ ଶୋଇବା ଦ୍ୱାରା ଶାନ୍ତି ମିଳିଥାଏ। ଏହାଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। କୁହାଯାଇଛି ମନୁଷ୍ୟ ଖାଇବା ପିଇବା ବିନା ରହି ପାରିବ କିନ୍ତୁ ଶୋଇବା ବିନା ରହି ପାରିବ ନାହିଁ। ନିଦ ଆସିଲେ ମନୁଷ୍ୟ ନିଜ ଉପରେ ନିୟନ୍ତ୍ରଣ ରଖି ପାରେ ନାହିଁ। ଶୋଇବା ବେଳେ ଆମେ ଅନେକ ପ୍ରକାର ମୁଦ୍ରାରେ ଶୋଇଥାଉ। ବିଭିନ୍ନ ଦିଗକୁ ମୁଣ୍ଡ କରି ମଧ୍ୟ ଶୋଇଥାଉ। ଏହାଦ୍ୱାରା ଆମ ଉପରେ ଅନୁକୂଳ ଓ ପ୍ରତିକୂଳ ପ୍ରଭାବ ପଡିଥାଏ। ଆସନ୍ତୁ ଜାଣିବା ବିଭିନ୍ନ ମୁଦ୍ରାରେ ଶୋଇବା ଦ୍ୱାରା କି ଲାଭ ମିଳିଥାଏ।   ବିଭିନ୍ନ ମୁଦ୍ରାରେ ଶୋଇବାର ଲାଭ:
ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା ବିଦ୍ୟା ପ୍ରାପ୍ତି ହୋଇଥାଏ।
ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା ମାନସିକ ଚିନ୍ତା ବୃଦ୍ଧି ହୋଇଥାଏ।
ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା ଅକାଳ ମୃତ୍ୟୁ ହେବାର ସମ୍ଭାବନା ରହିଥାଏ।
ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା ଧନ ଲାଭ ହେବା ସହ ଆରୋଗ୍ୟ ମଧ୍ୟ ପ୍ରାପ୍ତି ହୋଇଥାଏ।ଏହି ଦିଗ ପ୍ରତି ସାବଧାନ ରୁହନ୍ତୁ :
ମୁଣ୍ଡ ଓ ପାଦ ରହୁଥିବା ଦିଗରେ କେବେ ମଧ୍ୟ ଦୀପ ଜଳାନ୍ତୁ ନାହିଁ।
ସନ୍ଧ୍ୟା ସମୟରେ ଶୋଇବା ଅନୁଚିତ।
କେବେ ମଧ୍ୟ ଛାତି ଉପରେ ହାତ ରଖି ଶୁଅନ୍ତୁ ନାହିଁ।
ସୂର୍ଯ୍ୟା ଅସ୍ତ ହେଉଥିବା ସମୟରେ ଶୁଅନ୍ତୁ ନାହିଁ।
ଶେଯ ଉପରେ ବସିଥିବା ସମୟରେ ଶୁଅନ୍ତୁ ନାହିଁ।
ଶୋଇବା ବେଳେ ପାଦ ଠାରୁ ଅଧିକ ଉଚ୍ଚ ଥିବା ଶେଯରେ ଶୋଇବା ଅନୁଚିତ।

Leave A Reply