ବଜାରରୁ ୧୨୭୯ କାର ଫେରାଇ ନେବ ମାରୁତି

0

ନୂଆଦିଲ୍ଲୀ: ନୂଆ ସ୍ୱିଫ୍ଟ ଓ ଡେଜାଇର ମଡେଲ୍‍ର ୧୨୭୯ଟି କାରକୁ ଏହାର ନିର୍ମାତା ମାରୁତି ସୁଜୁକି ବଜାରରୁ ଫେରାଇ ନେବ ବୋଲି ବୁଧବାର ଘୋଷଣା କରିଛି। ଏୟାର ବ୍ୟାଗ୍‍ କଣ୍ଟ୍ରୋଲର ୟୁନିଟ୍‍ରେ ତ୍ରୁଟି ଯୋଗୁଁ କାରଗୁଡ଼ିକୁ ଫେରାଇ ନିଆଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ ସ୍ୱିଫ୍ଟ ମଡେଲ୍‍ର ୫୬୬ଟି ଓ ଡେଜାଇର ମଡେଲ୍‍ର ୭୧୩ଟି କାର ରହିଛି। ଏହି କାରଗୁଡ଼ିକ ୨୦୧୮ ମେ ୭ ରୁ ୨୦୧୮ ଜୁଲାଇ ୫ ତାରିଖ ମଧ୍ୟରେ ନିର୍ମାଣ କରାଯାଇଥିଲା।
ଜୁଲାଇ ୨୫ ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ କାର କିଣିସାରିଥିବା ଗ୍ରାହକଙ୍କୁ ଡିଲରମାନେ ଯୋଗାଯୋଗ କରିବେ। ତ୍ରୁଟି ଥିବା ଯନ୍ତ୍ରାଂଶକୁ ବିନା ମୂଲ୍ୟରେ ବଦଳାଯିବ। ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ କମ୍ପାନୀର ୱେବ୍‍ସାଇଟ୍‍ରେ ଚେସିସ ନଂ ଲେଖି ଅନୁସନ୍ଧାନ କରିବା ପାଇଁ କିମ୍ବା ନିକଟସ୍ଥ ଡିଲରଙ୍କ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

Leave A Reply