www.samajalive.in
Saturday, December 6, 2025
26.1 C
Bhubaneswar

ଖାଇଗଲେ ଖାଉଟିଙ୍କ ଚଣା!

ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ନାନ୍ଦପୁର ପଞ୍ଚାୟତରେ ଖାଦ୍ୟ ସୁରକ୍ଷା ଆଇନର ହିତାଧିକାରୀଙ୍କ ପାଇଁ ମହାମାରୀ କରୋନା ସମୟରେ ଆସିଥିବା ୩ମାସର ରାସନ ସାମଗ୍ରୀ ଦାୟିତ୍ୱରେ ଥିବା ଡିଲର ହରିଲୁଟ କରିଥିବା ପିତାମ୍ବର ଦାଶ, ଗଙ୍ଗାଧର ବାରିକ, ବାସୁଦେବ ବାରିକ, ଉଗ୍ରେସନ ବାରିକ, ପ୍ରଦୀପ ବାରିକ, ଗୟାଧର ବାରିକ, ଗୈାରୀ ପଣ୍ଡା, ଗୋପୀନାଥ ବିଶ୍ୱାଳ, ବସୋରଞନ ପଣ୍ଡା, ମଦନ ସୁନ୍ଦର ପଣ୍ଡା, ଗୈାରାଙ୍ଗ ବେହେରା, ପ୍ରଦୀପ ଦାଶ, ପଦ୍ମଲୋଚନ ଦାଶଙ୍କ ସହ ଶତାଧିକ ହିତାଧିକାରୀ ଅଭିଯୋଗ ଆଣିଛନ୍ତି। ହିତାଧିକାରୀଙ୍କ କହିବା ଅନୁଯାୟୀ, ନଭେମ୍ବର ମାସ ସମେତ ଗତ ସେପ୍ଟେମ୍ବର ଓ ଅକ୍ଟବୋର ୩ମାସର ଚାଉଳ, ଗହମ ସମେତ ଚଣା ଆସିଥିଲା। ହେଲେ ଦାୟିତ୍ୱରେ ଥିବା ଡିଲର ହରିଲୁଟ କରିବା ଚକ୍ରାନ୍ତରେ ପ୍ରଥମେ ଚାଉଳ ଓ ଗହମ ବଣ୍ଟନ କରିବା ପରେ କିଛିଦିନ ଛାଡି ଏବେ ୩ମାସ ବଦଳେ ୨ମାସର ୨କିଲୋ ଚଣା ବଣ୍ଟନ କରିଥିଲେ। ଏପରିକି ୩ମାସ ବଦଳେ କାହିଁକି ୨ମାସର ଚଣା ଦିଆଯାଉଛି ରାସନକାର୍ଡ ହିତାଧିକାରୀ ପଚାରିବାରୁ ଦାୟିତ୍ୱରେ ଥିବା ଡିଲର କହିଥିଲେ କି ୨ମାସର ଚଣା ଆସିଛି ନେବ ଯଦି ନିଅ ନହେଲେ ନାହିଁ ବୋଲି ରୋକଠୋକ୍ ମନା କରିଦେଇଥିଲେ। ଏପରି ସମସ୍ୟା ବାବଦରେ ଚାନ୍ଦବାଲି ଏମ.ଆଇଙ୍କୁ ପଚାରିବାରୁ ନଭେମ୍ବର ମାସ ସମେତ ଗତ ୨ମାସର ସମସ୍ତ ୩ମାସର ସାମଗ୍ରୀ ଯୋଗାଇ ଦିଆଯାଇଛି। ଯଦି ଏପରି ହୋଇଥାଏ ତାହାଲେ ତଦନ୍ତ କରାଯିବ। ଅନ୍ୟପଟେ ସମ୍ପୃକ୍ତ ଡିଲର ସଫେଇ ଦେଇ କହିଛନ୍ତି ଯେ, ଏବେ ୨ମାସରେ ସାମଗ୍ରୀ ଦିଆଯାଇଛି କିଛିଦିନ ପରେ ଆଉ ଗୋଟିଏ ମାସର ସାମଗ୍ରୀ ବଣ୍ଟନ କରାଯିବ। ବିଭାଗୀୟ ଅଧିକାରୀ ଓ ଡିଲରଙ୍କ କଥାରେ ତାଳମେଳ ରହିନଥିବାରୁ ବକେୟା ଖାଉଟି ସାମଗ୍ରୀ ମିଳିବକି ନାହିଁ ହିତାଧିକାରୀ ଦ୍ବନ୍ଦରେ ପଡିଛନ୍ତି। ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେବାକୁ ଶହଶହ ହିତାଧିକାରୀ ନିବେଦନ କରିଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories